Excuse Me Odisha

ଯାହା କହିବୁ ସତ କହିବୁ

ଆପଣବି ସାଧାରଣ ଭାବି ଏପରି ଭୁଲ କରୁଛନ୍ତି କି । ଏହି ଗଛରୁ ମିଳିଥାଏ ଏକାଧିକ ଲାଭ । ଦେଖିବା ମାତ୍ରେ ତୁରନ୍ତ ଉଠାନ୍ତୁ ଲାଭ ।

ସେୟାର୍ କରନ୍ତୁ

ଆମ ଭାରତ ଭୂମିରେ ଆଜିବି ଏପରି ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ଗଛ ଉପଲବ୍ଧ ଅଛି ଯାହାର ଗୁରୁତ୍ୱ ଅନେକ ଔଷଧ ଏବଂ ଟଙ୍କା ଠାରୁ ଅଧିକ ଅଟେ । ଯାହା ଅନ୍ୟ କୌଣସି ସ୍ଥାନରେ ଉପଲବ୍ଧ ନାହିଁ । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏପରି ଏକ ଗଛ ବିଷୟରେ କହିବୁ ଯେଉଁ ଗଛ ବୈଜ୍ଞାନିକ ଏବଂ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । ଗଛଟିର ନାମ ହେଉଛି ଅତିବଲା କିମ୍ବା ମହାବଲା । ଅର୍ଥାତ ଯେଉଁ ଗଛରୁ ଅଧିକ ବଳ ମିଳିଥାଏ ତାହାକୁ ଅତିବଳା କୁହାଯାଏ । ଏହି ଗଛ ଅତ୍ୟନ୍ତ ଚମତ୍କାରୀ ଗଛ ଅଟେ । ଏପରି ମାନ୍ୟତା ରହିଛି ଯେ ଯଦି ମନୁଷ୍ୟ ଏହି ଗଛର ଚେରକୁ ଶୁଖାଇ ପାଉଡର କରି ଏକ ବର୍ଷ ପର୍ଯ୍ୟନ୍ତ ସେବନ କରେ ତେବେ ତା ଶରୀରରେ ଏକ ହାତୀ ସମାନ ବଳ ଆସିଥାଏ ।

ସେହିଭଳି ୨ ବର୍ଷ ଏହାର ସେବନ କଲେ ୧୦ ଟି ହାତୀର ବଳ ଏବଂ ତିନି ବର୍ଷ ସେବନ କଲେ ୧୦୦ ଟି ହାତୀର ବଳ ଆସିଥାଏ , ୪ ବର୍ଷ ସେବନ କଲେ ୧୦୦୦ ହାତୀର ବଳ ଏବଂ ୫ ବର୍ଷ ସେବନ କଲେ ଦଶ ହଜାର ହାତୀର ବଳ ସମାନ ବଳ ଆସିଥାଏ । ଭଗବାନ ବିଷ୍ଣୁଙ୍କୁ ଆୟୁର୍ବେଦର ରାଜା କୁହାଯାଏ । ଯେଉଁ ସବୁ ଆୟୁର୍ବେଦ ଔଷଧ ମନୁଷ୍ୟ ସେବନ କରିଥାଏ ତାହା ଭଗବାନ ବିଷ୍ଣୁଙ୍କ କୃପାରୁ ମନୁଷ୍ୟକୁ ପ୍ରାପ୍ତ ହୋଇଥାଏ । ତେଣୁ ସର୍ବଦା ସୁସ୍ଥ ରହିବା ପାଇଁ ଆୟୁର୍ବେଦ ଔଷଧ ସେବନ କରିବା ସହିତ ସର୍ବଦା ଭଗବାନ ବିଷ୍ଣୁଙ୍କୁ ଆରାଧନା କରିବା ଉଚିତ । ଏହି ଗଛର ମୂଳକୁ ପିନ୍ଧିବା ଦ୍ୱାରା ନବ ଗ୍ରହ ଦୋଷ ଦୂର ହୋଇଥାଏ ଏବଂ ମନୁଷ୍ୟର ଜୀବନରେ ସୁଧାର ଆସିଥାଏ ।

ଏହାକୁ ଧାରଣ କରିବାର ଶୁଭ ଦିନ ହେଉଛି ବୁଧବାର । ବୁଧବାର ଦିନ ଏହି ଗଛର ମୂଳକୁ ରୂପାର ତାବିଜ ମଧ୍ୟରେ ପୁରାଇ ଧୂପ ଧୂଆଁରେ ରଖି ଧାରଣ କରନ୍ତୁ । ଆପଣଙ୍କର ନବ ଗ୍ରହ ଦୋଷ ଦୂର ହୋଇଯିବ । ଯଦି ଆପଣ ଭୁତ ପ୍ରେତ ଭଳି ସମସ୍ୟା ଠାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ହନୁମାନଙ୍କୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଏହି ଗଛର ମୂଳକୁ ଅର୍ପିତ କରି ନାଲି କପଡ଼ାରେ ବାନ୍ଧି ଡାହାଣ ବାହୁରେ ବାନ୍ଧି ଦିଅନ୍ତୁ । ପୁରୁଷ ହୋଇଥିଲେ ଡାହାଣ ହାତରେ ବାନ୍ଧି ଦିଅନ୍ତୁ । ଏହି ଗଛର ମୂଳକୁ ରୁପା ତାବିଜ ମଧ୍ୟରେ ରଖି ହାତରେ ବାନ୍ଧିବା ଦ୍ୱାରା ସବୁଠି ମାନ ସମ୍ମାନ ପ୍ରାପ୍ତ ହୋଇଥାଏ । ଏହି ଗଛର ମୂଳକୁ ପେଶୀ ତିଳକ କରିବା ଦ୍ୱାରା ଆପଣ ଯାହାକୁ ଇଚ୍ଛା ତାକୁ ନିଜର ବଶବର୍ତ୍ତୀ କରି ପାରିବେ ।

ଏହାକୁ ଧାରଣ କରିବା ଦ୍ୱାରା ଏକାଧିକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ଅନେକ ଗମ୍ଭୀର ପୁରୁଣା ରୋଗ ମଧ୍ୟ ଠିକ ହୋଇଯାଏ । ଏହାକୁ ଘରେ ସ୍ଥାପିତ କରିବା ଦ୍ୱାରା ଘର ସର୍ବଦା ସୁରକ୍ଷିତ ରହିଥାଏ । କାରଣ ଏହା ମଧ୍ୟରେ ଅତ୍ୟଧିକ ଶକ୍ତି ରହିଥାଏ । ଦୈବିକ ଏବଂ ସାତ୍ଵିକ ସବୁପ୍ରକାରର କଷ୍ଟରୁ ଏହି ଗଛ ଦ୍ୱାରା ମୁକ୍ତି ମିଳିଥାଏ । ଯଦି ଆପଣ ଏହାକୁ ନାଲି କିମ୍ବା ଧଳା କପଡ଼ାରେ ବାନ୍ଧି ଘରର ଧନ ରଖା ଯାଉଥିବା ସ୍ଥାନରେ ରଖିଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଧନରେ ଅବିବୃଦ୍ଧି ମଧ୍ୟ ହୋଇଥାଏ । ଘରର ସିନ୍ଧୁକରେ ରଖିଲେ ଏହା ଅଧିକ ଖର୍ଚ୍ଚକୁ ନିୟନ୍ତ୍ରଣ କରିଥାଏ । କାର୍ଯ୍ୟ କ୍ଷେତ୍ର କିମ୍ବା ବ୍ୟବସାୟ ସ୍ଥାନରେ ରଖିଲେ ଲାଭ ହୋଇଥାଏ । ଏହାର ମୂଳକୁ ଶୁଙ୍ଘିବା ଦ୍ୱାରା ଭୁତ ପ୍ରେତ ଜନିତ ସମସ୍ୟା ଦୂରେଇ ଯାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *