Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ମହିଳା ରାତିରେ ଶୋଇବା ପୁର୍ବରୁ ତେଜପତ୍ର ଜଳାଇ ଥାଆନ୍ତି, ତାଙ୍କ ଘରୁ କେବେବି ଦେବୀ ଲକ୍ଷ୍ମୀ ଛାଡ଼ି ଯାଆନ୍ତି ନାହିଁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଘରର ରୋଷେଇଘର ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ ହୋଇଥାଏ। ତେଣୁ ଏଠାରେ ବିଭିନ୍ନ ପ୍ରକାରର ବାସନ, ମସଲା ଆଦି ରହିଥାଏ। ସେହି ମସଲା ଆଦି ମଧ୍ୟରୁ ଗୋଟେ ହେଉଛି ତେଜପତ୍ର। ତେଜପତ୍ର ପ୍ରାୟତଃ ସମସ୍ତ ବ୍ୟଞ୍ଜନରେ ବ୍ୟବହାର ହୋଇଥାଏ। ଏହାକୁ ପକାଇବା ଦ୍ଵାରା ତରକାରୀ ଅଧିକ ସ୍ଵାଦିଷ୍ଟ ବନି ଯାଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଏହି ତେଜପତ୍ର କିପରି ଆପଣଙ୍କ ଭାଗ୍ୟ ବଦଳାଇ ପାରିବ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

କଣ ଆପଣଙ୍କୁ ଜଣା ଅଛି ତେଜପତ୍ର ଭଗବାନ ଶ୍ରୀଗଣେଶଙ୍କୁ ମଧ୍ୟ ଅର୍ପଣ କରାଯାଇଥାଏ। କନୀୟର ଫୁଲ, ଅର୍ଜୁନ ପତ୍ର ଆଦି ପ୍ରଭୁ ଶ୍ରୀଗଣେଶଙ୍କୁ ଅର୍ପଣ କରାଯାଇଥାଏ। ଯଦି ଆପଣ ଠାକୁର ପୂଜା କରିବା ସମୟରେ ପ୍ରଭୁ ଶ୍ରୀଗଣେଶଙ୍କୁ ପାଞ୍ଚଟି ବା ଏକୋଇସ ଗୋଟି ତେଜପତ୍ର ଅର୍ପଣ କରିବେ, ତାହେଲେ ଆପଣଙ୍କ ଜୀବନରେ ଆସୁଥିବା ସମସ୍ୟା ସଙ୍କଟ ଦୂର ହୋଇଯିବ। ତେଜପତ୍ରକୁ ନେଇ ଉପାୟ କରିବା ଦ୍ୱାରା ଆପଣଙ୍କ ଘରେ ସକାରାତ୍ମକ ଉର୍ଜା ବୃଦ୍ଧି ହୋଇଥାଏ ଏବଂ ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି।

ଯଦି ଆପଣଙ୍କ ଘରେ ଅଧିକ କଳି ଝଗଡା ସୃଷ୍ଟି ହେଉଛି ଏବଂ ପରିବାର ଲୋକଙ୍କ ମଧ୍ୟରେ ଉତ୍ତମ ସାମଞ୍ଜସ୍ୟ ରହୁ ନାହିଁ, ତାହେଲେ ପ୍ରତ୍ୟେକ ଶନିବାର ଦିନ ପାଞ୍ଚଟି ତେଜପତ୍ର ଓ ପାଞ୍ଚଟି ଗୋଲମରିଚ ନିଅନ୍ତୁ। ଏହାକୁ ଜଳାଇ ଏହାର ଧୂଆଁ ଘର ସାରା ବୁଲାଇ ଆଣନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ଘରେ ସୁଖଶାନ୍ତି ବିଦ୍ୟମାନ ହେବ ଏବଂ ଘରେ ଆଉ ବାଦବିବାଦ ସୃଷ୍ଟି ହେବ ନାହିଁ। ଯଦି ଆପଣ ରାତିରେ ଶୋଇବା ପରେ ଖରାପ ସ୍ବପ୍ନ ଦେଖୁଛନ୍ତି, ତାହେଲେ ମଧ୍ୟ ଆପଣ ତେଜପତ୍ରକୁ ନେଇ ଉପାୟ କରନ୍ତୁ।

ଉପାୟଟି ହେଉଛି, ଯଦି ଆପଣ ଖରାପ ସ୍ବପ୍ନ ଦେଖୁଛନ୍ତି ତାହେଲେ ରାତିରେ ଶୋଇବା ପୁର୍ବରୁ ନିଜ ତକିଆ ତଳେ ଗୋଟେ ତେଜପତ୍ର ରଖି ଶୋଇ ପଡନ୍ତୁ। ସକାଳୁ ଉଠି ଏହି ତେଜପତ୍ରକୁ କୌଣସି ଗଛ ମୂଳରେ ରଖି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କୁ କେବେବି ଖରାପ ସ୍ବପ୍ନ ଆସିବ ନାହିଁ। ଯଦି ଆପଣଙ୍କର ଅଯଥା ଖର୍ଚ୍ଚ ହେଉଛି, ତାହେଲେ ଅଯଥା ଖର୍ଚ୍ଚକୁ ରୋକିବା ପାଇଁ ଏବଂ ଧନ ଆକର୍ଷିତ କରିବା ପାଇଁ ଆପଣ ଠାକୁର ପୂଜା କରିବା ସମୟରେ ଦେବୀ ଲକ୍ଷ୍ମୀଙ୍କ ଚରଣରେ ଗୋଟେ ତେଜପତ୍ର ରଖି ପୂଜାର୍ଚ୍ଚନା କରନ୍ତୁ। ତାପରେ ଏହାକୁ ନିଜ ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ଦେଖିବେ ଆପଣଙ୍କ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଯିବ।

ଏହି ତେଜପତ୍ରକୁ ଆପଣ ନିଜ ପର୍ସରେ ମଧ୍ୟ ରଖି ପାରିବେ। ଯଦି ଆପଣଙ୍କର କୌଣସି ଅଭିଳାଷା ପୂରଣ ହେଉ ନାହିଁ ବା ଆପଣଙ୍କ ମନରେ କୌଣସି ଇଛା ରହି ଯାଇଛି, ତାହେଲେ ଗୋଟେ ତେଜପତ୍ରରେ ସିନ୍ଦୁରକୁ ନେଇ ନିଜ ମନସ୍କାମନା ଲେଖନ୍ତୁ। ତାପରେ ଏହାକୁ ଠାକୁର ଘରେ ରଖି ଦିଅନ୍ତୁ। ଯେତେବେଳେ ଆପଣଙ୍କ ମନସ୍କାମନା ପୂରଣ ହୋଇଯିବ, ସେତେବେଳେ ଆପଣ ସେହି ତେଜପତ୍ରକୁ କୌଣସି ନଦୀ ବା ପୋଖରୀରେ ପ୍ରବାହିତ କରି ଦିଅନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *