Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ – ଯେଉଁ ସ୍ତ୍ରୀ ଏହି 9 ଟି ଜିନିଷ ଦାନ କରିଥାଏ ସେ କେବେବି ବିଧବା ହୁଏନାହିଁ

ସେୟାର୍ କରନ୍ତୁ

ମନୁଷ୍ୟକୁ ନିଜ ଜୀବନ କାଳରେ ନିଶ୍ଚୟ ଦାନ କରିବା ଉଚିତ । ମାତ୍ର କିଛି ଏପରି ଜିନିଷ ଅଛି ଯାହାକୁ ଦାନ କରିବା ଦ୍ୱାରା ବ୍ୟକ୍ତିର ଭାଗ୍ୟ ବଦଳି ଯାଏ । ଏହାବ୍ୟତୀତ କିଛି ଖାସ ଜିନିଷ ଦାନ କଲେ ଖାସ ଫଳ ପ୍ରାପ୍ତି ହୋଇଥାଏ । ମନୁଷ୍ୟକୁ ନିଜ ଜୀବନ କାଳ ମଧ୍ୟରେ ଦୁଇ ଥର ଗୁପ୍ତଦାନ କରିବା ଉଚିତ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏହି ବିଷୟରେ କହିବୁ । ଏପରି ଶାସ୍ତ୍ରରେ କୁହାଯାଇଛି ଯେ ଦାନ ଦ୍ୱାରା ଶତ୍ରୁ ବି ମିତ୍ର ହୋଇଯାଏ । ଏହାବ୍ୟତୀତ ଦାନ ଦ୍ୱାରା ଅନ୍ୟକୁ ବଶବର୍ତ୍ତୀ ମଧ୍ୟ କରାଯାଇପାରେ । ଦାନ ଦ୍ୱାରା ସବୁ ପାପ ଏବଂ ସଙ୍କଟ ଦୂର ହୋଇଥାଏ ।

ଦାନ କରିବା ଦ୍ୱାରା ଭାଗ୍ୟ ଦୃଢ଼ ହୋଇଥାଏ । ଦାନ କରିବା ଦ୍ୱାରା ଭାଗ୍ୟ ସାଥ ଦେଇଥାଏ । କର୍ମ ସାଥିରେ ରହିଲେ ଭାଗ୍ୟ ଉଦୟ ହୋଇଥାଏ । ଯାହାଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ଯେ ସ୍ତ୍ରୀ ଙ୍କୁ କେଉଁ ଦାନ କରିବା ଉଚିତ ଏବଂ ଦାନ କରିବାର ନିୟମ କଣ ରହିଛି । ଦୁନିଆରେ ଯେଉଁ ବ୍ୟକ୍ତିକୁ ଦାନର ଆବଶ୍ୟକତା ଥାଏ ତାକୁ ହିଁ ଦାନ କରିବା ଉଚିତ । ମାତ୍ର ଅପରାଧୀକୁ ଦାନ କଲେ ସେ ତାହାକୁ ଦୁରୂପଯୋଗ କରିଥାଏ ଯାହାଦ୍ୱାରା ଦାନ ଦ୍ୱାରା ଅଶୁଭ ଫଳ ପାପ୍ତ ହୋଇଥାଏ । ସର୍ବଦା ଶୁଦ୍ଧ ମନରେ ଦାନ କରିବା ଉଚିତ । କେତେବେଳେବି କାହାକୁ ଦାନ ଦେବା ସମୟରେ ଏହା ଅନୁଭବ କରାଇ ଦାନ କରିବା ଉଚିତ ନୁହେଁ ଯେ ଆପଣ ତାକୁ ଦୟା କରୁଛନ୍ତି ।

ଦାନ କରିବା ସମୟରେ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ଯେ ସଠିକ ସମୟରେ ସଠିକ ବ୍ୟକ୍ତିକୁ ଆପଣ କରିଥିବା ଦାନ ପ୍ରାପ୍ତ ହେଉ । କାରଣ ଆବଶ୍ୟକତା ସମୟରେ ଦାନ ନକରି ପାରିଲେ ତାହା ପରବର୍ତ୍ତୀ ସମୟରେ କରିଲେ କୌଣସି ଲାଭ ରହେ ନାହିଁ । ଛୋଟ ଦାନ ମଧ୍ୟ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଚେଷ୍ଟା କରନ୍ତୁ ସର୍ବଦା ଗୁପ୍ତଦାନ କରିବାକୁ । ଯାହାଦ୍ୱାରା ଲୋକେ ନିଜକୁ ହୀନ ମନେ ନକରିବେ । ପ୍ରଶଂସା ପାଇବାକୁ କୌଣସି ଦାନ କରନ୍ତୁ ନାହିଁ । ଆପଣ ସର୍ବଦା ଅନ୍ୟର ଆବଶ୍ୟକତା ଅନୁଯାୟୀ ଦାନ କରନ୍ତୁ ।

୧ . ଲୁଣ ଦାନ:-

ଶୁକ୍ରବାର ଦିନ ଲୁଣ ଦାନ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିଥାଏ । ଏହାଦ୍ବାରା ଜୀବନରେ କେବେ ଦୁଃଖର ସାମ୍ନା କରିବାକୁ ପଡ଼ି ନଥାଏ ।

୨ . ଗୁଡ଼ ଦାନ:-

ଯଦି ସମ୍ପର୍କରେ କୌଣସି ତିକ୍ତତା ରହିଛି ତେବେ ନିୟମିତ ଗୁଡ଼ ଦାନ କରନ୍ତୁ । ଏହାଦ୍ବାରା ସମ୍ପର୍କ ଦୃଢ଼ ହୋଇଥାଏ ।

୩ . ତିଳ ଦାନ:-

ଯଦି ଆପଣ କରଜ ଜନିତ ସମସ୍ୟାରେ ଫସି ରହିଛନ୍ତି ତେବେ ତିଳ ଦାନ କରନ୍ତୁ । ଏପରି କରିବା ଦ୍ୱାରା ଟଙ୍କା ଫେରି ଆସିବ କିମ୍ବା କରଜ ସୁଝି ଯିବ ।

୪ . ବସ୍ତ୍ର ଦାନ:-

ବସ୍ତ୍ର ଦାନ କରିବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଯାଏ ଏବଂ ଘରେ କାହାରି ସ୍ୱାସ୍ଥ୍ୟ ସମସ୍ୟା ହୁଏ ନାହିଁ । ତେଣୁ ବସ୍ତ୍ର ଦାନ କରିବା ନିତାନ୍ତ ଜରୁରୀ ଅଟେ ।

୫ . ବାସନ ଦାନ:-

ଯେଉଁ ଘରେ ସ୍ୱାମୀ ସ୍ତ୍ରୀ , ବାପ ପୁଅ ଝିଅ ମଧ୍ୟରେ ଝଗଡ଼ା ହୋଇଥାଏ ସେହି ଘରର ସଦସ୍ୟ ନିଶ୍ଚିତ ବାସନ କୁସନ ଦାନ କରିବା ଉଚିତ । ଏହାଦ୍ବାରା ଆଉ ଝଗଡ଼ା ହୁଏନାହିଁ ଏବଂ ସମ୍ପର୍କରେ ସୁଧାର ଆସିଥାଏ । ବାସନ ଦାନ କରିବା ଦ୍ୱାରା ଘରେ କ୍ଳେଶ ଦୂର ହୋଇଥାଏ ।

୬ . ଅନ୍ନ ଦାନ:-

ଅନ୍ନ ଦାନ ସବୁଠାରୁ ବଡ଼ ଦାନ ହୋଇଥାଏ । ପୁରାଣ ଯୁଗରୁ ହିଁ ରାଜା ମହାରାଜାଙ୍କ ଅନ୍ନ ଦାନ କରିବାର ପ୍ରଥା ରହି ଆସିଛି । ଏପରି କୁହାଯାଏ ଯେ ଯିଏ ଅନ୍ନ ଦାନ କରିଥାଏ ସେହି ବ୍ୟକ୍ତି କେବେବି ଭୋକିଲା ରହେ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *