Excuse Me Odisha

ଯାହା କହିବୁ ସତ କହିବୁ

ଫେବୃୟାରୀ ୧ ତାରିଖ ଭୀଷ୍ମ ଏକାଦଶୀ ଦିନ ତୁଳସୀ ଗଛ ମୂଳରେ ବାନ୍ଧି ଦିଅନ୍ତୁ ଏହି ଗୋଟେ ଜିନିଷ, ରାତାରାତି ହୋଇଯିବେ ମାଲାମାଲ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ।ହିନ୍ଦୁଧର୍ମରେ ତୁଳସୀ ଗଛକୁ ପୂଜନୀୟ ଓ ଦେବୀଙ୍କ ସ୍ୱରୂପ ମାନା ଯାଇଛି। ତୁଳସୀ ପତ୍ର ଭଗବାନ ବିଷ୍ଣୁଙ୍କୁ ବହୁତ ପ୍ରିୟ ଅଟେ। ତୁଳସୀ ପତ୍ର ବିନା ଭଗବାନ ବିଷ୍ଣୁଙ୍କ ପୂଜା ଅଧୁରା ଅଟେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏକାଦଶୀ ଦିନ ଭଗବାନ ବିଷ୍ଣୁ ଓ ଦେବୀ ତୁଳସୀଙ୍କର ବିବାହ କରିବାର ବିଧି ରହିଛି। ଏହା ଅତ୍ୟନ୍ତ ଶୁଭ ଅଟେ। ବେଳେବେଳେ ଆମ ଦ୍ଵାରା କିଛି ଏଭଳି ଭୁଲ ହୋଇ ଯାଇଥାଏ, ଯାହାଦ୍ଵାରା ଏହାର ଅଶୁଭ ପରିଣାମ ଭୋଗିବାକୁ ପଡ଼ିଥାଏ।

କିଛି ଲୋକେ ତୁଳସୀ ଗଛ ଲଗେଇ ଦେଇଥାନ୍ତି, କିନ୍ତୁ ଚୁନରି ଅର୍ପଣ କରନ୍ତି ନାହିଁ। କିନ୍ତୁ ଏହା ଭୁଲ ଅଟେ। ଆଉକିଛି ଲୋକେ ତୁଳସୀ ଗଛର ଚୂନରି ପୁରୁଣା ହୋଇ ଗଲେ ମଧ୍ୟ ତାକୁ ବଦଳାନ୍ତି ନାହିଁ। ଏଭଳି କରିବା ଦ୍ଵାରା ଦେବୀ ତୁଳସୀ କ୍ରୋଧିତ ହୋଇ ଯାଇଥାନ୍ତି। ଏହାସହିତ ଦେବୀ ଲକ୍ଷ୍ମୀଙ୍କର କୋପର ସାମ୍ନା କରିବାକୁ ପଡ଼ିଥାଏ। ତୁଳସୀ ଗଛ ପାଖରେ କୌଣସି କଣ୍ଟା ଜାତୀୟ ଗଛ ଆଦି ଲଗାଇବା ଉଚିତ ନୁହେଁ। ଏହାଦ୍ବାରା ଘର ମଧ୍ୟକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ।

ତୁଳସୀ ଗଛ ମୂଳରେ କେବେବି ଖରାପ ବା ଦୂଷିତ ଜଳ ଅର୍ପଣ କରିବା ଉଚିତ ନୁହେଁ। ଏହାସହିତ ସ୍ନାନ ନକରିଅଧ୍ୟ ତୁଳସୀ ଗଛ ମୂଳରେ ଜଳ ଅର୍ପଣ କରିବା ଉଚିତ ନୁହେଁ। ଏହାଦ୍ବାରା ଦେବୀ ତୁଳସୀ କ୍ରୋଧିତ ହୋଇ ଯାଇଥାନ୍ତି। ତେଣୁ ପ୍ରତ୍ୟେକଦିନ ସ୍ନାନ ସାରି ଶୁଦ୍ଧ ହୋଇ ତୁଳସୀ ଗଛରେ ଜଳ ଅର୍ପଣ କରନ୍ତୁ। ଏହାସହିତ ପ୍ରତ୍ୟେକଦିନ ସକାଳେ ଓ ସନ୍ଧ୍ୟାରେ ତୁଳସୀ ଗଛ ମୂଳରେ ଘିଅର ଦୀପ ପ୍ରଜ୍ବଳନ କରିବା ଉଚିତ। ଏହାଦ୍ବାରା ପରିବାରରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ। ଘରେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।

ତୁଳସୀ ଗଛ ମୂଳରେ ଜଳ ଅର୍ପଣ କରିବା ସମୟରେ ଅଳ୍ପ କଞ୍ଚା ମିଶାଇ ଅର୍ପଣ କରନ୍ତୁ। ଏହାଦ୍ବାରା ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ। ଏହାସହିତ ତୁଳସୀ ଗଛ ସବୁଜମୟ ହୋଇଥାଏ। ଯଦି ଆପଣଙ୍କ ଘରର ଅଗଣାରେ ତୁଳସୀ ଗଛ ଶୁଖି ଯାଉଛି ତାହେଲେ ଏହାକୁ ଉପାଡ଼ି କୌଣସି ପୋଖରୀ ବା ନଦୀରେ ଭସାଇ ଦିଅନ୍ତୁ। କାରଣ ଶୁଖି ଯାଇଥିବା ତୁଳସୀ ଗଛ ଘରେ ରହିବା ଦ୍ଵାରା ଘରେ ଅମଙ୍ଗଳ ହୋଇଥାଏ ଓ ଅଶାନ୍ତି ସୃଷ୍ଟି ହୋଇଥାଏ।

ଯଦି ଆପଣ ତୁଳସୀ ମାଳ ନିଜ ଗଳାରେ ଧାରଣ କରୁଛନ୍ତି, ତାହେଲେ ଧ୍ୟାନ ରଖନ୍ତୁ କି କୌଣସି ଅପଶବ୍ଦ କୁହନ୍ତୁ ନାହିଁ ଏବଂ କୌଣସି ନକାରାତ୍ମକ ବିଚାର କରନ୍ତୁ ନାହିଁ। ନଚେତ ତୁଳସୀ ମାଳ ପିନ୍ଧି ମଧ୍ୟ ଆପଣଙ୍କୁ କୌଣସି ଶୁଭ ଫଳ ପ୍ରାପ୍ତ ହେବ ନାହିଁ। ଚାହା ହେଉଛି ରୋଗର ପ୍ରଥମ କାରଣ ଅଟେ। କେବେବି ଚାହରେ ତୁଳସୀ ପତ୍ର ପକାଇ ସେବନ କରିବେ ନାହିଁ। ତୁଳସୀ ପତ୍ରକୁ ଧୋଇ ଖାଲିରେ ସେବନ କଲେ ଲାଭ ପାଇବେ।

ତୁଳସୀ ପତ୍ର ମଧ୍ୟରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଏହାର ସେବନ କରିବା ଦ୍ଵାରା ଚେହେରାରେ ବାହାରିଥିବା ବ୍ରଣରୁ ମୁକ୍ତି ମିଳିଥାଏ। ଏହାସହିତ ଶରୀର ସୁସ୍ଥ ରହିଥାଏ। ମାନ୍ୟତା ରହିଛି କି, ପ୍ରତ୍ୟେକଦିନ ସକାଳୁ ଉଠି ତୁଳସୀ ଗଛର ଦର୍ଶନ କଲେ ସବୁ କାର୍ଯ୍ୟ ସଫଳ ହୋଇଥାଏ। ଏହାସହିତ ଦିନଟି ସଫଳ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *