Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଆପଣଙ୍କ ଘର ସାମ୍ନାରେ ଲଗାଯାଇଛି ଶମୀ ବୃକ୍ଷ , ତେବେ ଏହି କଥା ଜାଣି ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ ।

ସେୟାର୍ କରନ୍ତୁ

ଶନିଦେବଙ୍କୁ ନ୍ୟାୟଧୀଶର ମାନ୍ୟତା ପ୍ରାପ୍ତ ହୋଇଛି । ଶନି କ୍ରୋଧିତ ହେଲେ ସବୁ କାମ ବିଗିଡ଼ି ଯାଏ । ଶମୀ ଗଛରେ ଅସ୍ଥାୟୀ ଭାବରେ ଶନି ଦେବଙ୍କ ବାସ ହୋଇଥାଏ । ମାତ୍ର ଘରେ ଶମୀ ବୃକ୍ଷ ଲଗାଇଲେ କିଛି ନିୟମ ପ୍ରତି ଧ୍ୟାନ ଦେବା ଉଚିତ ।

୧ . ଘରେ ଶମୀ ଗଛ ଥିଲେ ପ୍ରତ୍ୟକ ଦିନ ଶମୀ ଗଛକୁ ପୂଜା କରି ସନ୍ଧ୍ୟା ସମୟରେ ସୋରିଷ ତେଲ ଦୀପ ଜାଳିଲେ ଶନି ଦେବ ପ୍ରସନ୍ନ ହୋଇଥାନ୍ତି । ଏହାଦ୍ବାରା ଘରକୁ ସକାରାତ୍ମକତା ଆସିଥାଏ ଏବଂ ସେହି ଘରର ବ୍ୟକ୍ତି ଉପରେ କରଜ ରହେ ନାହିଁ ।

୨ . ଶମୀ ଗଛକୁ ପୂଜା କଲେ ସେହି ଘରେ ସକାରାତ୍ମକ ଶକ୍ତି ପ୍ରବେଶ ହୋଇଥାଏ । ସେହି ଘରର ସଦସ୍ୟଙ୍କ ଉପରେ ଶନି ଦେବ ନିଜର କୃପା ଦୃଷ୍ଟି ବଜାୟ ରଖିଥାନ୍ତି । ତନ୍ତ୍ର ମନ୍ତ୍ର କଳା ଯାଦୁ କୌଣସି ଜିନିଷର ପ୍ରଭାବ ରହେନାହିଁ ଏବଂ ଯଦି କେହି ବ୍ୟକ୍ତି ନିଜ ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବାକୁ ଚାହୁଁଥାନ୍ତି ତେବେ ତାହା ମଧ୍ୟ ପ୍ରାପ୍ତ ହୋଇଥାଏ । କାରଣ ଭଗବାନ ରାମଚନ୍ଦ୍ର ରାବଣକୁ ବଧ କରିବା ପୂର୍ବରୁ ଶମୀ ବୃକ୍ଷକୁ ପୂଜା କରିଥିଲେ ।

3. ଶନି ବହୁତ ଶୀଘ୍ର କ୍ରଧ ହେଇଯାନ୍ତି । ଶମୀ ବୃକ୍ଷକୁ ଭୁଲ ଦିଗ ରେ ଲଗେଇଲେ ବହୁତ ଅସୁବିଧାର ର ସମ୍ମୁଖିନ ହବାକୁ ପଡିଥାଏ ଏହା ଦ୍ୱାରା ମୃତ୍ୟୁ ବି ଘଟି ଥାଏ । ଏହି ବୃକ୍ଷ ରେ କୌଣସି ରାସାୟନିକ ପଦାର୍ଥ ବ୍ୟବହାର ନ କରି ପରିଷ୍କାର ମାଟି ବ୍ୟବହାର କରନ୍ତୁ । ଏହା ନ କରିଲେ ସମାନ ହାନୀ ର ଆଶଙ୍କା ଅଛି ।

4. ଶମୀ ବୃକ୍ଷ କୁ ବଗିଚା, ବାଲକନୀ ରେ ଲାଗେଇପାରିବେ କିନ୍ତୁ ଜାଗା ଟି ପରିଷ୍କାର ଥିବା ନିହାତି ଜରୁରୀ । ଘରୁ ବାହାରିବା ସମୟରେ ଏହା ଘରେ ଦ୍ୱାର ପାଖରେ ଡାହାଣ ଦିଗରେ ରହିବା ଉଚିତ ଏବଂ ଛାତ ଉପରେ ରଖିଲେ ଦକ୍ଷିଣ ଦିଗରେ ରଖିବାକୁ ଚେଷ୍ଟା କରନ୍ତୁ ।

୫ . ଶମୀ ଗଛ ମୂଳରେ ସୋରିଷ ତେଲରେ ଦୀପ ଜାଳିବା ସମୟରେ ସବୁ ତେଲ ଉପଯୋଗ କରନ୍ତୁ । ବଳକା ରଖନ୍ତୁ ନାହିଁ ଏବଂ ତାହାକୁ ଘରକୁ ଆଣନ୍ତୁ ନାହିଁ । ଘରେ ଦୀପ ଜାଳିଲେ ମଧ୍ୟ ସେହି ସମାନ ନିୟମକୁ ଉପଯୋଗ କରନ୍ତୁ । ଶନିବାର ଦିନ ଶନିଦେବଙ୍କୁ ତେଲ ଅର୍ପିତ କରାଯାଏ ଯାହାକୁ ଘରକୁ ଫେରାଇ ଅଣା ଯାଏ ନାହିଁ ।

ଏହିକିଛି ଭୁଲ ଶନିବାର ଦିନ କରନ୍ତୁ ନାହିଁ ନଚେତ ଶନିଦେବ କ୍ରୋଧିତ ହୁଅନ୍ତି ।

୧ . ଶନିବାର ଦିନ ସମ୍ଭୋଗ ଠାରୁ ଦୂରେଇ ରୁହନ୍ତୁ । ନଚେତ ଶନି ଦେବଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ । ଭୋଗ ବିଳାସରେ ଲିପ୍ତ ଅନେକ ଲୋକ ଏହି ଭୁଲ କରି ଶନିଦେବଙ୍କ କ୍ରୋଧର ସାମ୍ନା କରନ୍ତି ।

୨ . ଶନିବାର ଦିନ ଘରେ କୁକୁର ବିରାଡ଼ି କାନ୍ଦିଲେ ଏହା ଘୋର ଅନର୍ଥର ସଙ୍କେତ ହୋଇଥାଏ । ଏହା ଦାରିଦ୍ର୍ୟତା ଏବଂ ଘରେ କଳହ ହେବାର ସୂଚନା ଦେଇଥାଏ ।

୩ . ଶନିବାର ଦିନ ଭଙ୍ଗା ପନିଆ କିମ୍ବା ଦର୍ପଣର ବ୍ୟବହାର ଆଦୌ କରନ୍ତୁ ନାହିଁ । ଏହାଦ୍ବାରା ଶନିଦେବ କ୍ରୋଧିତ ହୁଅନ୍ତି ଏବଂ ଘରକୁ ଦାରିଦ୍ର୍ୟତା ଆସିଥାଏ ।

୪ . ଶନିବାର ଦିନ ଘରେ କୌଣସି ବାସନ ଭାଙ୍ଗିବା ଅଶୁଭ ହୋଇଥାଏ । ଏହିଦିନ ଭଙ୍ଗା ଯାନବାହନରେ ଯାତ୍ରା କରିବା ମଧ୍ୟ ଅଶୁଭ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *