Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣ ନିଜେ କହିଛନ୍ତି – ପତିବ୍ରତା ସ୍ତ୍ରୀ ମାନଙ୍କୁ ଏହିଦିନ ଛୁଟି ଧୋଇବା ଉଚିତ ନୁହେଁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ହିନ୍ଦୁଧର୍ମ ଶାସ୍ତ୍ରରେ ଅନେକ ରୀତିନୀତି ବିଷୟରେ ବର୍ଣ୍ଣନା କରାଯାଇଛି। କହିବାକୁ ଗଲେ ପ୍ରତ୍ୟେକ ହିନ୍ଦୁ ନାରୀ ତାର ପତି ଓ ପରିବାର ପାଇଁ ପ୍ରତ୍ୟେକ ହିନ୍ଦୁ ପରମ୍ପରାକୁ ପାଳନ କରି ଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ମହିଳା ମାନେ କେଉଁ ବାରରେ ନିଜ କେଶ ଧୋଇଲେ, ତାଙ୍କ ପତିଙ୍କ ଭାଗ୍ୟ ଉଦୟ ହୋଇ ଯାଇଥାଏ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଭାରତରେ ହିନ୍ଦୁ ଧର୍ମର ପ୍ରତ୍ୟେକ ପରମ୍ପରା ପ୍ରାୟତଃ ମହିଳା ମାନେ ପାଳନ କରିଥାନ୍ତି। କିନ୍ତୁ ଦେଖିବାକୁ ଗଲେ କୌଣସି ପୁରୁଷ ଲୋକଙ୍କ ପାଇଁ କିଛି ନିୟମ ନାହିଁ। ତେଣୁ ଆଜି ଆମେ ଆପଣଙ୍କୁ କେଶ ଧୋଇବା ବିଷୟରେ ଯେଉଁ ଟିପ୍ପଣୀ ଦେବାକୁ ଯାଉଛୁ, ତାହା ଉଭୟ ପୁରୁଷ ଓ ମହିଳା ମାନଙ୍କ ପାଇଁ ଜରୁରୀ ଅଟେ। କେଉଁ ବାର ଦିନ ମହିଳା ମାନେ କେଶ ଧୋଇବା ଶୁଭ ବା ଅଶୁଭ ହୋଇଥାଏ, ଆସନ୍ତୁ ବିସ୍ତାର ରୂପରେ ଜାଣିବା।

ବୁଧବାର ଦିନ ଯେଉଁ ଅବିବାହିତ ମହିଳା ମାନେ କେଶ ଧୋଇ ଥାଆନ୍ତି, ତାଙ୍କ ଭାଇଙ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଯଦି କୌଣସି ବିବାହିତ ମହିଳା ଗୁରୁବାର ଦିନ କେଶ ଧୋଇଥାଏ, ତାହେଲେ ତାଙ୍କ ସ୍ଵାମୀଙ୍କ ଆୟୁଷ ହାନୀ ହୋଇଥାଏ। ପୁରୁଷ ଲୋକେ ମଧ୍ୟ ଗୁରୁବାର ଦୁବ କେବେବି ଦାଢ଼ି, ଚୁଟି , ନଖ ଆଦି କାଟିବା ଉଚିତ ନୁହେଁ। ବିବାହିତ ପୁରୁଷ ଓ ମହିଳା ଯଦି ସୋମବାର ଦିନ କେଶ ଧୋଇଲେ, ଏହାର ଖରାପ ପ୍ରଭାବ ସନ୍ତାନଙ୍କ ଉପରେ ପଡ଼ିଥାଏ। ଏହାସହିତ ଘରେ ଆର୍ଥିକ ସଂକଟର ମୁକାବିଲା କରିବାକୁ ପଡିପାରେ।

ଶୁକ୍ରବାର ଦିନ ବିବାହିତ ମହିଳା ମାନେ କେଶ ଧୋଇବା ଦ୍ୱାରା ତାଙ୍କ ସ୍ଵାମୀଙ୍କ ଭାଗ୍ୟ ବଦଳି ଥାଏ। ଯଦି ଆପଣ କୌଣସି ବ୍ରତ ରଖିଛନ୍ତି, ତାହେଲେ ସେହିଦିନ କଦାପି କେଶ ଧୁଅନ୍ତୁ ନାହିଁ। ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ।ଯଦି ଆପଣ ସେହିଦିନ କେଶ ଧୋଇବାକୁ ଚାହାନ୍ତି, ତାହେଲେ କଞ୍ଚା କ୍ଷୀର ବ୍ୟବହାର କରନ୍ତୁ। ଯଦି ଆପଣଙ୍କୁ ଏଭଳି ଅନୁଭବ ହେଉଛି କି, ଆପଣଙ୍କ ଜୀବନରେ ସଙ୍କଟ ପାଖ ଛାଡ଼ୁ ନାହିଁ, ତାହେଲେ କିଛି ଏଭଳି ଉପାୟ ରହିଛି, ଯାହାକୁ ପ୍ରୟୋଗ କରି ଆପଣ ଏଭଳି ସଙ୍କଟରୁ ମୁକ୍ତି ପାଇ ପାରିବେ।

ତେବେ ପ୍ରତ୍ୟେକଦିନ ସକାଳୁ ଉଠି ନିଜ ନିଜ ହାତ ପାପୁଲିକୁ ଦେଖି ମୁହଁରେ ଲଗାଇ ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ଦିନଟି ଅତ୍ୟନ୍ତ ଶୁଭରେ ଅତିବାହିତ ହେବ। ଆହୁରି ମଧ୍ୟ ଦୈନନ୍ଦିନ ଜୀବନରେ କିଛି ଏଭଳି ନିୟମ ଗୁଡିକ ରହିଛି ଯାହାକୁ ପାଳନ କରିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ସୂର୍ଯ୍ୟାସ୍ତ ପରେ ଘରେ ଝାଡୁ ପୋଛା ଲଗାଇବା ଉଚିତ ନୁହେଁ। ଏହାଦ୍ବାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଘରୁ ପଳାଇ ଯାଇଥାନ୍ତି।

ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଗୀତାର ସାର କହିବା ସମୟରେ ନିଜକୁ ଅଶ୍ୱତ୍ଥ ଗଛର ଉଦାହରଣ ଦେଇଥିଲେ। ତେଣୁ ପ୍ରତ୍ୟେକଦିନ ଅଶ୍ୱତ୍ଥ ଗଛ ମୂଳରେ ଜଳ ଅର୍ପଣ କରିବା ଦ୍ୱାରା ସମସ୍ତ କାର୍ଯ୍ୟ ସଫଳ ହୋଇଥାଏ ଏବଂ ମନସ୍କାମନା ପୂରଣ ହୋଇଥାଏ। ରବିବାର ଦିନକୁ ଛାଡ଼ି ଅନ୍ୟ ସବୁ ବାରରେ ଅଶ୍ୱତ୍ଥ ଗଛରେ ଜଳ ଅର୍ପଣ କରିବା ଆବଶ୍ୟକ। ଏହାସହିତ ଅଶ୍ୱତ୍ଥ ଗଛ ମୂଳରେ ଘିଅର ଦୀପ ପ୍ରଜ୍ବଳନ କରନ୍ତୁ। ଦେଖିବେ ଆପଣଙ୍କ ଘରେ ସୁଖସମୃଦ୍ଧି ପ୍ରାପ୍ତ ହେବ। ଏହାସହିତ ସବୁ କ୍ଷେତ୍ରରେ ଆପଣ ସଫଳତା ହାସଲ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *