Excuse Me Odisha

ଯାହା କହିବୁ ସତ କହିବୁ

ଅଧିକ ଟଙ୍କା ଉପାର୍ଜନ ଚାଁହୁଥିଲେ,ମହିଳାଙ୍କୁ ହାତରୁ ଏହି ଗୋଟେ ଜିନିଷ ଖାଇ ବାହାରକୁ ଯାଆନ୍ତୁ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ମହିଳାଙ୍କ ହାତରୁ କେଉଁ ଜିନିଷ ଖାଇଲେ ଆପଣଙ୍କୁ ଧନସମ୍ପତ୍ତି ପ୍ରାପ୍ତ ହେବ। ବନ୍ଧୁଗଣ କୁହାଯାଏ କି କୌଣସି ସଫଳ ବ୍ୟକ୍ତିର ସଫଳତା ପଛରେ ଜଣେ ମହିଳାଙ୍କର ହାତ ରହିଥାଏ। କାରଣ ମହିଳା ମାନେ ପରିବାରକୁ ସମ୍ଭାଳି ଥାଆନ୍ତି ଏବଂ ସବୁକିଛି ବୁଝି ଥାଆନ୍ତି। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ମହିଳା ମାନଙ୍କୁ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନା ଯାଇଥାଏ। ତେଣୁ ତାଙ୍କ ହାତ ତିଆରି ଯେଉଁ ଖାଦ୍ୟ ଖାଇବା ଦ୍ବାରା ଶୁଭ ହୋଇଥାଏ। ପୌରାଣିକ ଯୁଗରେ ମଧ୍ୟ ଏହି ପ୍ରଚଳନ ଚାଲୁଥିଲା। ରାଜା ନିଜ ମାଆ ବା ପତ୍ନୀଙ୍କ ହାତରୁ ମିଠା ଦହି ବା କୌଣସି ମିଷ୍ଟାନ୍ନ ଖାଇ ଯୁଦ୍ଧକୁ ଯାଉଥିଲେ। ଏହା ତାଙ୍କ ପାଇଁ ଆଶୀର୍ବାଦ ସଦୃଶ ହେଉଥିଲା। ଯୁଦ୍ଧରେ ବିଜୟୀ ହୋଇ ଆସୁଥିଲେ। ଏହାସହିତ ଦୁର୍ଘଟଣାରୁ ମଧ୍ୟ ବଞ୍ଚିତ ରହୁଥିଲେ।

ଯଦି ଆପଣଙ୍କ ଘରେ ମାଆ କିମ୍ବା ଭଉଣୀ ବା ସ୍ତ୍ରୀଙ୍କୁ ସବୁବେଳେ ସମ୍ମାନ କରନ୍ତୁ। ଏହାସହିତ ବାହାରକୁ ଯିବା ସମୟରେ ତାଙ୍କ ହାତରୁ କିଛି ନା କିଛି ସେବନ କରନ୍ତୁ। ଦେଖିବେ ଆପଣ ଯେଉଁ କାର୍ଯ୍ୟ ପାଇଁ ବଜାରକୁ ଯାଇଥିବେ, ତାହା ନିଶ୍ଚିତ ଭାବରେ ସଫଳ ହେବ। ଘରର ମହିଳାଙ୍କ ହାତରୁ କୌଣସି ଜିନିଷ ସେବନ କରି ବାହାରକୁ ବାହାରିବା ଦ୍ଵାରା ଈଶ୍ବରଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିଥାଏ। ଏହାସହିତ ଆପଣଙ୍କ ଉପରେ କୌଣସି ସଙ୍କଟ ମଧ୍ୟ ଆସି ନଥାଏ। ଆପଣ ସୁରୁଖୁରୁରେ ନିଜ କାର୍ଯ୍ୟ ସଫଳତା ହାସଲ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *