Excuse Me Odisha

ଯାହା କହିବୁ ସତ କହିବୁ

ନିଜ ବୃଦ୍ଧ କାଳ ଆସିବା ପୂର୍ବରୁ ଜାଣି ରଖନ୍ତୁ କୋଇଲି କହିଥିବା କିଛି କଥା

ସେୟାର୍ କରନ୍ତୁ

ଈଶ୍ୱରଙ୍କ ଦାନରେ ସବୁଠାରୁ ଅମୂଲ୍ୟ ସମ୍ପଦ ହେଉଛି ମାତା ପିତା । ଯେ ମାତା ପିତାଙ୍କୁ ଅବହେଳା କରିଥାଏ ସେ ଖୁବ କଷ୍ଟ ପାଇଥାଏ । କୋଇଲି କହିଥିବା କିଛି କଥା ଯାହାକୁ ସବୁ ମନୁଷ୍ୟ ନିଜ ଜୀବନରେ ମନେ ରଖିବା ଉଚିତ । ସେ କେବେବି ଜୀବନରେ ଦୁଖୀ ହୁଏ ନାହିଁ । ଦୁନିଆରେ ସବୁ ପିତା ମାତା ଚାହାଁନ୍ତି ଯେ ତାଙ୍କ ସନ୍ତାନ ପାଠ ପଢ଼ି ଦୁନିଆରେ ଶ୍ରେଷ୍ଠ ହେଉ ବୋଲି । କିନ୍ତୁ ଆଜିକାଲିକା କଳିଯୁଗରେ ପିଲାମାନେ ନିଜ ବାପା ମା’ଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଦେଉଛନ୍ତି । କିଛି ଲୋକ ନିଜ ସ୍ତ୍ରୀ ବୁଦ୍ଧିରେ ପଡ଼ି ନିଜ ବାପା ମା’ଙ୍କୁ ଏପରି ଛାଡି ଦେଉଛନ୍ତି ।

ପ୍ରାଚୀନ କାଳରେ ଏକ ଜଙ୍ଗଲରେ ଏକ କୋଇଲି ଏବଂ ତାର ସ୍ୱାମୀ ବାସ କରୁଥିଲେ । ବେଶ ଖୁସିରେ ଦୁହେଁ ରହୁଥିଲେ । କୋଇଲି ଗର୍ଭବତୀ ହେଲା ଏବଂ ପ୍ରସବର ସମୟ ଯେତେ ନିକଟତର ହେଲା ସେ ନିଜ ସ୍ୱାମୀକୁ କହିଲା ଯେ ଏଭଳି ଏକ ଭଲ ସ୍ଥାନ ଖୋଜିବା ପାଇଁ ଯେଉଁଠି ସେମାନେ ଭଲରେ ପ୍ରସବ କରାଇ ପାରିବେ । ସେହି ଅଞ୍ଚଳରେ ଏକ ସାହୁକାର ରାହୁଥିଲା ଯାହା ପାଖରେ କେବେ କୌଣସି ଜିନିଷର ଅଭାବ ରହୁ ନଥିଲା । କୋଇଲି ଏବଂ ତାର ସ୍ୱାମୀ ସେହି ସ୍ଥାନକୁ ଗଲେ ଏବଂ ସାହୁକାର ଏବଂ ତାର ପୁଅକୁ ଦେଖୁଥିଲେ । ସାହୁକାର ନିଜ ପୁଅକୁ ଅନେକ ପାଠ ପଢ଼ାଇ ବଡ଼ ମଣିଷ କଲା । ମାତ୍ର ଶେଷରେ ପୁଅ କହିଲା ଯେ ସେ ରାଜା ହେବାକୁ ଚାହୁଁଛି ।

ଯାହାଦ୍ୱାରା ସାହୁକାର ନିଜର ସବୁ ଜମା ପୁଞ୍ଜି ଲଗାଇଲେ ସେ ଏକ ବିଶାଳ ସେନା ନିର୍ମାଣ କରି ପାରିବ । ଏସବୁ କୋଇଲି ଏବଂ ତାର ସ୍ୱାମୀ ଦେଖୁଥିଲେ । ସାହୁକାର କିନ୍ତୁ ମନା କରିବାରେ ଲାଗିଲା । କାରଣ ସେହି ଦେଶର ରାଜା ଜାଣିଲେ ସେମାନଙ୍କୁ ରାଜ୍ୟରୁ ବାହାର କରିଦେବେ । କିନ୍ତୁ ପୁଅ ସବୁବେଳେ ଜିଦ କରିବାରେ ଲାଗିଲା । ଧୀରେ ଧୀରେ ସାହୁକାର ବୃଦ୍ଧ ହେବାରେ ଲାଗିଲା ଏବଂ ସେ ନିଜ ପୁଅକୁ ସାମ୍ନା କରି ପାରିଲା ନାହିଁ । ଯାହାଦ୍ୱାରା ପୁଅ ତା ସହିତ ମାରପିଟ କରିବାରେ ଲାଗିଲେ । ସେ ସବୁ ଜମା ପୁଞ୍ଜି ଲଗାଇ ସେନା ନିର୍ମାଣ କରିବାକୁ ଜିଦ କଲା । ମାତ୍ର ସାହୁକାର ନିଜ ପୁଅକୁ ବୁଝାଉଥିଲା । କିନ୍ତୁ ଶେଷରେ ପୁଅ ବାପାକୁ ଏପରି ଏକ ଜାଗାରେ ମାରିଲା ଯାହାଦ୍ୱାରା ସାହୁକାରର ମୃତ୍ୟୁ ହୋଇଗଲା ।

ବାପାର ମୃତ୍ୟୁ ପରେ ପୁଅ ଶବ ସତ୍କାର ନକରି ସେମିତି ଫିଙ୍ଗି ଦେଲା । ଶବ ସଢ଼ି ଯିବା ପରେ ପୁରା ଅଞ୍ଚଳରେ ଦୁର୍ଗନ୍ଧ ବ୍ୟାପିଗଲା । ଏପଟେ ପୁଅ ସବୁ ଜମା ପୁଞ୍ଜି ଲଗାଇ ସେନା ନିର୍ମାଣ କରି ସେହି ରାଜ୍ୟର ରାଜାଙ୍କ ଉପରେ ଆକ୍ରମଣ କଲା ଏବଂ ପରାସ୍ତ ହେଲା । ରାଜା ତାର ମୁଣ୍ଡ କାଟ କଲେ । ଏସବୁ ଦେଖି କାଇଲିର ସ୍ୱାମୀ ନିଜ ସ୍ତ୍ରୀକୁ ପ୍ରସବ ପାଇଁ ମନା କଲା କାରଣ ଯଦି ସେମାନଙ୍କ ସନ୍ତାନ ବି ସାହୁକାରର ପୁଅ ଭଳି ହୁଏ ତେବେ ତାଙ୍କ ଜୀବନ ନର୍କ କରିଦେବ । ଏପଟେ ସ୍ତ୍ରୀ ଭଲ ସ୍ଥାନ ପାଇଁ ଜିଦ ଧରିଥିଲା ଏପଟେ ସ୍ୱାମୀ ପୁଅ ପାଇବାକୁ ନାରାଜ ଥିଲେ ଏବଂ କୋଇଲିକୁ ଏହା ମଧ୍ୟ କହିବାରେ ଲାଗିଲେ ଯେ ଯଦି ସେ ପୁତ୍ର ଜନ୍ମ ଦିଏ ତେବେ ସେ ତାକୁ ଛାଡ଼ି ଦେବ ।

ମାତ୍ର ସମସ୍ତଙ୍କର ଇଚ୍ଛା ମା’ ହେବା ଥାଏ । ତେଣୁ କୋଇଲି ଏକ ଉପାୟ କରି ନିଜ ଅଣ୍ଡା କାଉ ବସାରେ ରଖିଦେଲା ଏବଂ ଦୂରରୁ ଦେଖିଲା । ସ୍ୱାମୀ ପଚାରିବାରୁ ତାହାକୁ ସମୁଦ୍ରରେ ଫିଙ୍ଗି ଦେଇଥିବା କହିଲା । କାଇଲିର ଛୁଆ ମାନେ ବଡ଼ ହେଲେ ମାତ୍ର ଲାଳନ ପାଳନ କାଉ କରୁଥିଲା । ତେଣୁ କହିବାର ଯଥାର୍ଥ ଯଦି ଆପଣ ନିଜ ମାତା ପିତାଙ୍କ ସେବା ନକରନ୍ତି ତେବେ ଆପଣଙ୍କ ସନ୍ତାନ ମଧ୍ୟ ଆପଣଙ୍କ ଯତ୍ନ ନେବେ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *