Excuse Me Odisha

ଯାହା କହିବୁ ସତ କହିବୁ

୨୬ ଜାନୁଆରୀ ସରସ୍ବତୀ ପୂଜା ଦିନ ଘରେ ଏହି ସ୍ଥାନରେ ବନାନ୍ତୁ ସ୍ଵସ୍ତିକ ଚିହ୍ନ। ଅଚାନକ ବଦଳି ଯିବ ଭାଗ୍ୟ, ସମସ୍ତ ଅଭିଳାଷା ହେବ ପୂରଣ

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିକୁ ବସନ୍ତ ପଞ୍ଚମୀ ବା ସରସ୍ଵତୀ ପୂଜା ପାଳିତ ହୋଇଥାଏ। ପୌରାଣିକ ମାନ୍ୟତା ଅନୁସାରେ ସୃଷ୍ଟି କର୍ତ୍ତା ବ୍ରହ୍ମାଙ୍କ ମୁଖରୁ ଜ୍ଞାନର ଦେବୀ ସରସ୍ଵତୀଙ୍କ ଉତ୍ପତ୍ତି ହୋଇଥିଲା। ଏହିଦିନ ପାଠ ପଢୁଥିବା ପିଲାମାନେ ସ୍କୁଲ, କଲେଜ ଆଦିରେ ସରସ୍ଵତୀ ପୂଜା ପାଳନ କରାଯାଇଥାଏ। ଏହିଦିନ ହଳଦିଆ ବସ୍ତ୍ର ପରିଧାନ କରିବାର ମାନ୍ୟତା ରହିଛି।

ଏବର୍ଷ ସସସ୍ଵତି ପୂଜାର ତାରିଖକୁ ନେଇ ସମସ୍ତେ ଚିନ୍ତାରେ ପଡ଼ି ଯାଇଛନ୍ତି, କାରଣ ଜାନୁଆରୀ ୨୬ ତାରିଖ ବା ୨୭ ତାରିଖରେ ପାଳନ କରାଯିବ। ଶାସ୍ତ୍ର ଅନୁସାରେ ଯେଉଁ ଦିନ ଉଦୟ ତିଥି ପଡ଼ିଥାଏ, ସେହିଦିନ ହିଁ ପର୍ବ ପାଳିତ ହୋଇଥାଏ। ତେବେ ଏବର୍ଷ ମାଘ ମାସର ଶୁକ୍ଳ ପଞ୍ଚମୀ ଜାନୁଆରୀ ୨୫ ତାରିଖ ୧୨:୩୪ ଘଟିକାରେ ଆରମ୍ଭ ହୋଇ ଜାନୁଆରୀ ୨୬ ତାରିଖ ସକାଳ ୧୦:୨୮ ମିନିଟରେ ସମାପ୍ତ ହେବ। ଏହିଦିନ ଆପଣ କୌଣସି ବି ମାଙ୍ଗଳିକ କାର୍ଯ୍ୟର ଆୟୋଜନ କରି ପାରିବେ।

ଏହିଦିନ ଆପଣ ଯେଉଁ କାର୍ଯ୍ୟ ଆରମ୍ଭ କରିବେ, ସେଥିରେ ସଫଳତା ହାସଲ କରିବେ। ବିଦ୍ୟାର୍ଥୀ ମାନେ ଏହିଦିନ ଦେବୀ ସରସ୍ଵତୀଙ୍କର ଗାୟତ୍ରୀ ମନ୍ତ୍ର ଜପ କରିବା ଉଚିତ। ପିଲାମାନଙ୍କ ଭବିଷ୍ୟତ ସୁଦୃଢ କରିବା ପାଇଁ ଏହିଦିନ କିଛି ଖାସ ପ୍ରୟୋଗ ମଧ୍ୟ କରାଯାଇଥାଏ। ଯଦି ଆପଣଙ୍କ ସନ୍ତାନଙ୍କର ପାଠ ମନେ ରହୁ ନାହିଁ ବା ଆପଣଙ୍କ ସନ୍ତାନ ପାଠ ପ୍ରତି ଆଗ୍ରହ ଦେଖାଉ ନାହାନ୍ତି, ଥିଲେ ସରସ୍ଵତୀ ପୂଜା ଦିନ ନିଜ ସନ୍ତାନଙ୍କ ଦ୍ଵାରା ଦେବୀ ସରସ୍ଵତୀଙ୍କର ପୂଜା କରାନ୍ତୁ। ଏହାସହିତ ଦେବୀ ସରସ୍ୱତୀଙ୍କ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧାନ୍ତୁ।

ଯଦି ଆପଣଙ୍କ ସନ୍ତାନଙ୍କ କୁଣ୍ଡଳୀରେ ଶୁକ୍ର ଗ୍ରହ ଦୁର୍ବଳ ସ୍ଥିତିରେ ରହିଛି ଅର୍ଥାତ୍, ଆପଣଙ୍କ ସନ୍ତାନ ଅଧିକ ଚଞ୍ଚଳା ହେଉଛି ତାହେଲେ ଆପଣଙ୍କ ସନ୍ତାନଙ୍କୁ ଦେବୀ ସରସ୍ୱତୀଙ୍କୁ ଫୁଲ ଅର୍ପଣ କରିବା ପାଇଁ କୁହନ୍ତୁ। ସରସ୍ଵତୀ ପୂଜା ଦିନ ଦେବୀ ସରସ୍ୱତୀଙ୍କ ପାଇଁ କ୍ଷୀରି ପ୍ରସ୍ତୁତ କରି ଭୋଗ ଅର୍ପଣ କରନ୍ତୁ। ସରସ୍ଵତୀ ପୂଜା ଦିନ ଗୋଟେ ନୂଆ ପେନ ନେଇ ସରସ୍ଵତୀଙ୍କ ପାଖରେ ପୂଜା କରାଇ ନିଜ ସନ୍ତାନଙ୍କୁ ଲେଖିବାକୁ ଦିଅନ୍ତୁ। ଏହାଦ୍ବାରା ଆପଣଙ୍କ ସନ୍ତାନଙ୍କର ଏକାଗ୍ରତା ବଢିବା ସହିତ ସ୍ମରଣ ଶକ୍ତି ବୃଦ୍ଧି ପାଇବ।

ସରସ୍ଵତୀ ପୂଜା ଦିନ ଘରେ ଶାନ୍ତିର ବାତାବରଣ ବଜାୟ ରଖନ୍ତୁ। ଆପଣ ନିଜ କୁଣ୍ଡଳୀର ବୁଧ, ବୃହସ୍ପତି ଗ୍ରଜକୁ ସୁଦୃଢ କରିବା ପାଇଁ ସରସ୍ଵତୀ ପୂଜା ଦିନ ଭଗବାନ ବିଷ୍ଣୁଙ୍କୁ ତୁଳସୀ ପତ୍ର, ହଳଦିଆ ଫୁଲ ଅର୍ପଣ କରନ୍ତୁ ଏବଂ ଦେବୀ ଲକ୍ଷ୍ମୀଙ୍କୁ ମିଶ୍ରି,ଘିଅ ଆଦି ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କ ଉପରେ ଦେବୀ ସରସ୍ୱତୀଙ୍କ ସହିତ ଦେବୀ ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କର କୃପା ଦୃଷ୍ଟି ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *