Excuse Me Odisha

ଯାହା କହିବୁ ସତ କହିବୁ

ଜାନୁଆରୀ ୨୬ ବସନ୍ତ ପଞ୍ଚମୀ (ସରସ୍ବତୀ ପୂଜା ) ଦିନ ସେବନ କରନ୍ତୁ ଏହି ଗୋଟିଏ ଜିନିଷ , ସାତ ପିଢ଼ି ପର୍ଯ୍ୟନ୍ତ ରହିବେ ଖୁସି ।

ସେୟାର୍ କରନ୍ତୁ

ବସନ୍ତ ପଞ୍ଚମୀକୁ ମାତା ସରସ୍ୱତୀଙ୍କ ଆରାଧନା ନିମନ୍ତେ ଉପଯୁକ୍ତ ଦିନ ହୋଇଥାଏ । ବାଣୀ ବିଦ୍ୟା ପ୍ରାପ୍ତି ନିମନ୍ତେ ମାତା ସରସ୍ୱତୀଙ୍କ ଆରାଧନା କରାଯାଏ । ବସନ୍ତ ପଞ୍ଚମୀ ଦେବୀ ସରସ୍ୱତୀଙ୍କ ଅବତରଣ ଦିବସ ହୋଇଥାଏ । ଏହିଦିନ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ । ଚଳିତ ବର୍ଷ ବସନ୍ତ ପଞ୍ଚମୀ ଦିନ ଚାରୋଟି ଯୁଗ ସୃଷ୍ଟି ହେଉଛି ।

ପ୍ରଥମ ଶିବ ଯୋଗ , ସିଦ୍ଧି ଯୋଗ , ଏହାପରେ ରବି ଯୋଗ । ସିଦ୍ଧି ଯୋଗ ସମୟରେ କରାଯାଇଥିବା ସବୁ କାର୍ଯ୍ୟ ସିଦ୍ଧ ହୋଇଥାଏ । ରବି ଯୋଗରେ କରାଯାଉଥିବା ସବୁ କାର୍ଯ୍ୟରେ ସୂର୍ଯ୍ୟଙ୍କ କୃପା ପ୍ରାପ୍ତ ହୋଇଥାଏ । ଏହି ଚାରୋଟି ମହତ୍ତ୍ୱପୂର୍ଣ୍ଣ ଯୋଗ ସୃଷ୍ଟି ହେଉଥିବାରୁ ଚଳିତ ବର୍ଷ ବସନ୍ତ ପଞ୍ଚମୀର ଅଧିକ ମହତ୍ତ୍ୱ ରହିଛି ।

ଆଜି ଆମେ ଆପଣଙ୍କୁ କିଛି ଏପରି ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ୱାରା ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହେବ । ଶାସ୍ତ୍ର ଅନୁଯାୟୀ ଯେଉଁଠାରେ ଉଭୟ ମାତା ଲକ୍ଷ୍ମୀ ଏବଂ ସରସ୍ୱତୀ ବାସ କରନ୍ତି ସେଠାରେ ଅନେକ ଶୁଭ ଯୋଗ ସୃଷ୍ଟି ହୋଇଥାଏ । ବସନ୍ତ ପଞ୍ଚମୀ ଦିନ ଶିବ ଯୋଗ ସୃଷ୍ଟି ହେଉଛି ତେଣୁ ଏହିଦିନ ଶିବଲିଙ୍ଗରେ ନିଶ୍ଚୟ ଜଳ ଅର୍ପଣ କରନ୍ତୁ ।

ଏହିଦିନ ଶିବ ଲିଙ୍ଗକୁ ପୂଜା କରିବା ଦ୍ୱାରା ମନବଂଛିତ ଫଳ ପ୍ରାପ୍ତ ହୋଇଥାଏ । ପୁରାଣ ଅନୁଯାୟୀ ବସନ୍ତ ପଞ୍ଚମୀ ଦିନ ଭଗବାନ ଶିବ ଏବଂ ପାର୍ବତୀଙ୍କ ବିବାହ ନିମନ୍ତେ ତିଳକ ଉତ୍ସବ ହୋଇଥିଲା । ବସନ୍ତ ପଞ୍ଚମୀ ଦିନ ଷୋହଳ ଶୃଙ୍ଗାର ଜିନିଷ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ଶିବ , ପାର୍ବତୀଙ୍କ କୃପା ପ୍ରାପ୍ତ ହୋଇଥାଏ । ସ୍ୱାମୀ ସ୍ତ୍ରୀଙ୍କ ଜୀବନରେ ସୁଖ ଶାନ୍ତି ବଜାୟ ରହିଥାଏ ।

ଚାକିରୀ ପାଇବାକୁ ଇଚ୍ଛା କରୁଥିବା ବ୍ୟକ୍ତି ବସନ୍ତ ପଞ୍ଚମୀ ଦିନ ମାତା ସରସ୍ୱତୀଙ୍କ ନିକଟରେ ପଞ୍ଚମୁଖୀ ଦୀପ ନିଶ୍ଚିତ ଜଳାଇବା ଉଚିତ । ଏହାପରେ ଓଁ ଏଂ ନମଃ ମନ୍ତ୍ରର ଜପ କରିବା ଉଚିତ । ଏହାପରେ ମାତା ସରସ୍ୱତୀଙ୍କ ଏକ ଫୋଟ କିଣି ତାହାକୁ ଐଶାନ୍ୟ କୋଣରେ ଲଗାନ୍ତୁ । ଏହାଦ୍ବାରା ପୁରା ଘର ଉପରେ ମାତା ସରସ୍ୱତୀଙ୍କ କୃପା ପ୍ରାପ୍ତ ହୋଇଥାଏ ।

ଯେଉଁ ବ୍ୟକ୍ତି ସଙ୍ଗୀତ ଶିକ୍ଷା କରିବାକୁ ଚାହୁଁଛନ୍ତି ସେମାନେ ଏକ ଛୋଟ ବୀଣା ଆଣି ମାତା ସରସ୍ୱତୀଙ୍କ ପାଖରେ ସ୍ଥାପିତ କରିବା ଉଚିତ । ଏହାଦ୍ବାରା ମାତା ସରସ୍ୱତୀଙ୍କ କୃପା ପ୍ରାପ୍ତ ହୋଇଥାଏ ଏବଂ ବ୍ୟକ୍ତି ସଙ୍ଗୀତରେ ନିପୁଣ ହୋଇଥାଏ । ଯଦି ଜୀବନରେ ଅନେକ ସମସ୍ୟା ଆସୁଛି ତେବେ ବସନ୍ତ ପଞ୍ଚମୀ ଦିନ ସକାଳୁ ଉଠି ସ୍ନାନ କରି ହଳଦିଆ ବସ୍ତ୍ର ଧାରଣ କରନ୍ତୁ । ମାତା ସରସ୍ୱତୀଙ୍କୁ ହଳଦିଆ ବସ୍ତ୍ର , ଫୁଲ ଏବଂ ଭୋଗ ଚଢାନ୍ତୁ ।

ଯେଉଁ ବିଦ୍ୟାର୍ଥୀ ମାନଙ୍କର ପାଠ ମନେ ରହୁନାହିଁ କିମ୍ବା ପାଠ ପଢିବାକୁ ଇଚ୍ଛା ହେଉନାହିଁ ତେବେ ବସନ୍ତ ପଞ୍ଚମୀ ଦିନ ପୁସ୍ତକ , ଖାତା , ପେନସିଲ ଦାନ କରନ୍ତୁ । ଘରେ ମାତା ସରସ୍ୱତୀଙ୍କ ମୂର୍ତ୍ତି କିମ୍ବା ଫୋଟ ନିକଟରେ ପୁସ୍ତକ ରଖି ନିଶ୍ଚିତ ପୂଜା କରନ୍ତୁ । ବସନ୍ତ ପଞ୍ଚମୀ ଦିନ ମାତା ସରସ୍ୱତୀଙ୍କ ଫୋଟରେ ଏକ ହଳଦିଆ ତିଳକ ନିଶ୍ଚୟ ଲଗାନ୍ତୁ । ଏହାବ୍ୟତୀତ ନିଜ ମଥାରେ ମଧ୍ୟ ତିଳକ ଲଗାନ୍ତୁ ।

ଏହାଦ୍ବାରା ସିଦ୍ଧି ପ୍ରାପ୍ତ ହୋଇଥାଏ ଏବଂ ମାତା ସରସ୍ୱତୀଙ୍କ କୃପା ପ୍ରାପ୍ତ ହୋଇଥାଏ । ଯଦି ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କରେ ମତ ମତାନ୍ତର ଅଛି ତେବେ ହଳଦିଆ ବସ୍ତ୍ର ଧାରଣ କରନ୍ତୁ । ଏହାବ୍ୟତୀତ ସୁଖ ଶାନ୍ତିର କାମନା କରି ମାତା ସରସ୍ୱତୀଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ । ଏହାଦ୍ବାରା ଦାମ୍ପତ୍ୟ ଜୀବନରେ ଖୁସି ଆସିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *