Excuse Me Odisha

ଯାହା କହିବୁ ସତ କହିବୁ

ସ୍ବୟଂ ମା ଲକ୍ଷ୍ମୀ ନିଜେ କହିଛନ୍ତି – ତୁଳସୀ ମୂଳ ମାଟି କେମିତି ଲୋକଙ୍କୁ କୋଟିପତି କରାଇଥାଏ ! ଜାଣନ୍ତୁ କିପରି ?

ସେୟାର୍ କରନ୍ତୁ

ଶାସ୍ତ୍ରରେ ତୁଳସୀର ଅନେକ ମହତ୍ତ୍ୱ ବିଷୟରେ କୁହାଯାଇଛି । ସମୁଦ୍ର ମନ୍ଥନ ସମୟରେ ଯେଉଁ ବିଷ ଉତ୍ପନ୍ନ ହୋଇଥିଲା ସେହୁଠାରୁ ହିଁ ତୁଳସୀର ଉତ୍ପତ୍ତି । ସବୁ ହିନ୍ଦୁ ଘରର ଅଗଣାରେ ତୁଳସୀ ଗଛ ନିଶ୍ଚୟ ରହିଥାଏ । ତୁଳସୀ ଗଛର ଏକାଧିକ ଜବରଦସ୍ତ ଫାଇଦା ରହିଛି ଯାହା ସମସ୍ତେ ଜାଣି ନଥିବେ । ଏହାବ୍ୟତୀତ କିଛି ଉପାୟ ଦ୍ୱାରା ଆପଣଙ୍କ ଭାଗ୍ୟ ମଧ୍ୟ ବଦଳିଯିବ । ସନାତନ ଧର୍ମର ତୁଳସୀକୁ ମା’ ର ସ୍ଥାନ ଦିଆଯାଇଛି । ତୁଳସୀ ଗଛରେ ସାକ୍ଷାତ ଭଗବାନ ବିଷ୍ଣୁଙ୍କ ବାସ ହୋଇଥାଏ । ଯେଉଁ ଘରେ ତୁଳସୀ ଗଛ ଥାଏ ସେଠାରେ ଆଧ୍ୟାତ୍ମିକତା ସହିତ ସକାରାତ୍ମକ ଶକ୍ତି ସର୍ବଦା ରହିଥାଏ । ଘରକୁ ସୁଖ ସମୃଦ୍ଧି ଏବଂ ଆର୍ଥିକ ସମୃଦ୍ଧତା ମଧ୍ୟ ଆସିଥାଏ ।

ସକାଳ ସନ୍ଧ୍ୟା ତୁଳସୀ ପୂଜା କଲେ ଏବଂ ଦୀପ ଜାଳିଲେ ସବୁ ପାପ ନଷ୍ଟ ହୋଇଯାଏ । ତୁଳସୀ ମୂଳରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଭଗବାନ ବିଷ୍ଣୁ , ଶ୍ରୀ ରାମ ଏବଂ ହନୁମାନଙ୍କୁ ବିନା ତୁଳସୀରେ ଭୋଗ ଅର୍ପଣ କରାଯାଏ ନାହିଁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଯେଉଁ ଘରେ ତୁଳସୀ ଗଛ ଥାଏ ସେହି ଘରେ କୌଣସି ପ୍ରକାରର ରୋଗ ବ୍ୟାଧି ଆସେ ନାହିଁ ।

ଘରକୁ କୌଣସି ପ୍ରକାରର ବିପଦ ଆସିବା ପୂର୍ବରୁ କିମ୍ବା ସଙ୍କଟ ଆସିବା ପୂର୍ବରୁ ତୁଳସୀ ଗଛ ଶୁଖିଯାଏ । ଅର୍ଥାତ ତୁଳସୀ ଗଛ ସବୁ ବାଧା ବିପତ୍ତିକୁ ନିଜ ଉପରକୁ ନେଇଯାଏ ଏବଂ ଶୁଖିଯାଏ । ତୁଳସୀ ଗଛ ଅଧିକ ମାତ୍ରାରେ ଅକ୍ସୀଜେନ ଦେଇଥାଏ ଏବଂ ଶୁଦ୍ଧତା ଦେଇଥାଏ । ଏପରି କୁହାଯାଏ ଯେ ଯଦି କେହି ବ୍ୟକ୍ତି ଲଗାତାର ଏକ ମାସ ପର୍ଯ୍ୟନ୍ତ ହନୁମାନଙ୍କୁ ଲଡୁ ଏବଂ ତୁଳସୀ ପତ୍ର ଅର୍ପଣ କରେ ତେବେ ତାର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

ତୁଳସୀ ମାଟି ଅତ୍ୟନ୍ତ ପ୍ରଭାବୀ ହୋଇଥାଏ । ଏହି ମାଟିକୁ ଜଳରେ ମିଶାଇ ସ୍ନାନ କଲେ ସବୁ ପ୍ରକାରର ସମସ୍ୟା ଦୂରେଇ ଯାଏ । ତୁଳସୀ ମାଟି ତିଳକ ଲଗାଇଲେ ସବୁ କ୍ଷେତ୍ରରେ ସଫଳତା ମିଳିବା ଆରମ୍ଭ ହୋଇଯାଏ । ଏହାଦ୍ବାରା ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହୁଅନ୍ତି । ଏହାଦ୍ବାରା ଦୁର୍ଭାଗ୍ୟ ସୌଭଗ୍ୟରେ ମଧ୍ୟ ପରିଣତ ହୋଇଯାଏ । ଏପରି ପ୍ରତ୍ୟେକ ଦିନ କରୁଥିବା ବ୍ୟକ୍ତିର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୁଏନାହିଁ ।

ଯଦି ଆପଣ ନିଜର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବାକୁ ଚାହୁଁଛନ୍ତି ତେବେ ପ୍ରତ୍ୟେକ ଦିନ ଗୋଟିଏ ତୁଳସୀ ପତ୍ରର ସେବନ କରନ୍ତୁ । ରବିବାର ଦିନ ତୁଲାସୀ ପତ୍ର ଛିଡ଼ାଇବା ଉଚିତ ନୁହେଁ । ଆପଣ ଚାହିଁଲେ ପୂର୍ବ ଦିନ ହିଁ ତୋଳି ରଖି ପାରିବେ କାରଣ ତୁଳସୀ ପତ୍ର କେବେ ବାସୀ ହୁଏନାହିଁ । ଏକାଦଶୀ ଦିନ ମଧ୍ୟ ତୁଳସୀ ପତ୍ର ତୋଳିବା ଉଚିତ ନୁହେଁ । ପ୍ରତ୍ୟକ ଦିନ ଯୁଗ୍ମ ସଂଖ୍ୟକ ତୁଳସୀ ପତ୍ର ସେବନ କରିବା ଉଚିତ ।

ଯଦି ଆପଣ ଏହିଭଳି ନିର୍ଦ୍ଧାରିତ ମାସ ପର୍ଯ୍ୟନ୍ତ ତୁଳସୀ ପତ୍ର ସେବନ କରନ୍ତି ତେବେ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ । ଏହାଦ୍ବାରା ଜୀବନରେ ସର୍ବଦା ଖୁସି ମଧ୍ୟ ବଜାୟ ରହେ । ଯଦି ଆପଣ ନିଜର ଜାତକ ସିଦ୍ଧ କରିବାକୁ ଚାହୁଁଛନ୍ତି ତେବେ ପ୍ରତ୍ୟେକ ଦିନ ତୁଳସୀ ପତ୍ର ସେବନ କରନ୍ତୁ । ରୋଗରୁ ମୁକ୍ତ ରହିବା ପାଇଁ ମଧ୍ୟ ନିୟମିତ ତୁଳସୀ ପତ୍ର ସେବନ କରନ୍ତୁ ।

ଯେଉଁ ମାନଙ୍କ ଉପରେ ଭୂତ ପ୍ରେତ ତନ୍ତ୍ରମନ୍ତ୍ରର ବାଧା ରହିଛି ସେମାନେ ମଧ୍ୟ ଏହି ପ୍ରୟୋଗ କରିବା ଉଚିତ । କାହାରି ଖରାପ ଚିନ୍ତା ଯେପରି ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି ନକରୁ ସେଥିପାଇଁ ଶୁଖିଲା ତୁଳସୀ ଗଛର ଏକ ମୂଳରୁ କିଛି ଅଂଶ କାଟି ରୂପା ତାବିଜରେ ପୁରାଇ ଧାରଣ କରନ୍ତୁ । ସେହିସବୁ ସମସ୍ୟା ନିଶ୍ଚୟ ଦୂରେଇ ଯିବ । ଭୂତ ପ୍ରେତ ବାଧା ଥିଲେ ତୁଳସୀ ମାଟି ଘରେ ଆଣି ରଖନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *