Excuse Me Odisha

ଯାହା କହିବୁ ସତ କହିବୁ

ରାତାରାତି ହୋଇଯିବେ ମାଲାମାଲ, ଯଦି ଆପଣେଇ ନେବେ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ମହାନ ଅଧ୍ୟୟନ ଦ୍ଵାରା ଆମକୁ ଅନେକ ଉପଦେଶ ଦେଇ ଯାଇଛନ୍ତି। ବ୍ୟକ୍ତିର ବ୍ୟକ୍ତିତ୍ଵ ଓ ବିଚାର ଧାରାକୁ ନେଇ ସେ ଆମକୁ ସେହି ଗଭୀର ବିଚାର ଆଡ଼କୁ ନେଇ ଯାଇଛନ୍ତି, ଯାହାକୁ ଆପଣ କେବେବି ଚିନ୍ତା ମଧ୍ୟ କରି ନଥିବେ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଗ୍ରନ୍ଥରେ କେଉଁ ବ୍ୟକ୍ତି ଚତୁର ଓ ମୁର୍ଖ ସେହି ବିଷୟରେ ବିସ୍ତାର ରୂପରେ ବର୍ଣ୍ଣନା କରିଛନ୍ତି। ନୀତି ଗ୍ରନ୍ଥରେ ଆହୁରି ମଧ୍ୟ ଜୀବନରେ କିପରି ସଫଳତା ହାସଲ କରିବେ, ସେହି ବିଷୟରେ ମଧ୍ୟ କୁହାଯାଇଛି।

ଆଚାର୍ଯ୍ୟ ଚାଣକ୍ୟ ଜଣେ ଅର୍ଥଶାସ୍ତ୍ରୀ, ବିଦ୍ୱାନ, ରାଜନୀତିଜ୍ଞ ବ୍ୟକ୍ତି ଥିଲେ। ରାଜ୍ୟର ଲୋକେ କିପରି ବିଦ୍ୟା ଗ୍ରହଣ କରିବେ ଏବଂ ଜୀବନରେ ଆଗକୁ ବଢିବେ, ତାହା ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରଚେଷ୍ଟା ରହିଥିଲା। ଯଦି ଆଚାର୍ଯ୍ୟ ଚାଣକ୍ୟ ଜଣେ ସାମାନ୍ୟ ପିଲାକୁ ରାଜଗାଦିରେ ବସାଇ ସମ୍ରାଟ ବନେଇ ପାରିଲେ, ତାହେଲେ ତାଙ୍କ ଉପଦେଶ ଦ୍ଵାରା ଆମେ ନିଜ ଜୀବନକୁ ସହଜ ଓ ସରଳ କରିବାର ଶିକ୍ଷା ଲାଭ କରିବା ଉଚିତ।

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଏହି ବିଷୟରେ ପୃଷ୍ଟି କରି ନେବା ଉଚିତ। କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଆମ ମନ ସ୍ଥିର ଓ ସକାରାତ୍ମକ ହେବା ଉଚିତ। ନକାରାତ୍ମକ ବିଚାର ରଖିଲେ ବ୍ୟକ୍ତି ଜୀବନରେ କେବେବି ସଫଳ ହେବ ନାହିଁ। ଧ୍ୟାନ ରଖିବାର ଆବଶ୍ୟକତା ରହିଛି କି ଆପଣ କେଉଁ କାର୍ଯ୍ୟ କରିବାକୁ ଯାଉଛନ୍ତି,ସେହି କାର୍ଯ୍ୟ ପାଇଁ କଣ ଆପଣ ସଠିକ ବ୍ୟକ୍ତି ଅଟନ୍ତି, ନଚେତ ଆପଣ ଅନ୍ୟ ବିକଳ୍ପ ଗ୍ରହଣ କରି ପାରିବେ।

ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଏହି କଥା ଧ୍ୟାନ ରଖନ୍ତୁ କି ଆପଣଙ୍କୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି, କଟୁ ବଚନ କହୁଥିବା ଲୋକେ ବ୍ୟବସାୟରେ କ୍ଷତି ସହି ଥାଆନ୍ତି। ଯଦି ଆପଣ ଜ୍ୟୋତିଷରେ ବିଶ୍ୱାସ କରୁଛନ୍ତି, ତାହେଲେ ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି, କେବେବି ଅନ୍ୟମାନଙ୍କ ସାମ୍ନାରେ ନିଜ ବ୍ୟବସାୟ ବା ପରିବାର ସମ୍ବନ୍ଧିତ କିଛି କଥା ଆଲୋଚନା କରିବା ଉଚିତ ନୁହେଁ, ଏହାଦ୍ବାରା ଆପଣଙ୍କ ଉପରେ ଈର୍ଷା କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ।ଯଦି ଆପଣ ବ୍ୟବସାୟରେ ସଫଳତା ପାଇବାକୁ ଚାହୁଁଛନ୍ତି, ତାହେଲେ ଅନିଶ୍ଚିତ ନିଷ୍ପତ୍ତି ନେବା ଶିଖନ୍ତୁ। ଯେତେ ପର୍ଯ୍ୟନ୍ତ ଆପଣ କଠିନ ପରିସ୍ଥିତିର ସାମ୍ନା କରିବେ ନାହିଁ, ସେତେ ପର୍ଯ୍ୟନ୍ତ ଆପଣ ସଫଳ ହୋଇ ପାରିବେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *