Excuse Me Odisha

ଯାହା କହିବୁ ସତ କହିବୁ

ଘରର ଏହି ସ୍ଥାନରେ ରଖନ୍ତୁ ପକ୍ଷୀଙ୍କ ଫଟୋଚିତ୍ର, ତାପରେ ଦେଖନ୍ତୁ ରାତାରାତି ହୋଇଯିବେ ମାଲାମାଲ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପୌରାଣିକ ଯୁଗରୁ ଆଜିର ଆଧୁନିକ ଯୁଗରେ ମଧ୍ୟ ବାସ୍ତୁକୁ ଅଧିକ ଗୁରୁତ୍ଵ ଦିଆଯାଇଥାଏ। କାରଣ ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହେଲେ, ଘରେ ସୁଖଶାନ୍ତି ଚାଲି ଯାଇଥାଏ ଏବଂ ଆର୍ଥିକ ସଙ୍କଟ ମଧ୍ୟ ଦେଖା ଦେଇଥାଏ। ପରିବାର ଲୋକଙ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ।

ଏହାସହିତ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇଥାଏ। ଏଭଳି ପରିସ୍ଥିତିରୁ ମୁକ୍ତି ପାଇବା ପାଇଁ ବାସ୍ତୁ ଶାସ୍ତ୍ରରେ କିଛି ଖାସ ଉପାୟ ଗୁଡ଼ିକ ବିଷୟରେ କୁହାଯାଇଛି,ଯାହାକୁ ପ୍ରୟୋଗ କରି ଆପଣ ଏଭଳି ସମସ୍ୟାରୁ ମୁକ୍ତି ପାଇ ପାରିବେ।

ବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ ଶୁଆ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। କିନ୍ତୁ ଆଉକିଛି ଲୋକଙ୍କର ଧାରଣା ରହିଥାଏ କି, ଘରେ ଶୁଆ ରଖିବା ଦ୍ଵାରା ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। କିନ୍ତୁ ଏହା ଭୁଲ ଅଟେ। ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ଘରେ ସଠିକ ସ୍ଥାନରେ ଶୁଆର ଫଟୋ ରଖିବେ ତାହେଲେ ଆପଣଙ୍କ ଘରର ସମସ୍ତ ସଙ୍କଟ ଦୂର ହୋଇଯିବ। ଘରେ ଶୁଆର ଫଟୋ ଲଗାଇବା ଦ୍ଵାରା ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ଏବଂ ଆର୍ଥିକ ସଙ୍କଟ ଦୂର ହୋଇଥାଏ। କିନ୍ତୁ ଘରେ ଶୁଆର ଫଟୋ ଲଗାଇବା ସମୟରେ କେଉଁ କଥା ଉପରେ ବିଶେଷ ଧ୍ୟାନ ରଖିବେ, ଆସନ୍ତୁ ସେହି ବିଷୟରେ ଜାଣିବା।

ଘରେ ଶୁଆର ଫଟୋ ଲଗାଇବା ସମୟରେ ରଖନ୍ତୁ ଧ୍ୟାନ :-

– ଯଦି ଘରେ କୌଣସି ପରିବାର ସଦସ୍ୟଙ୍କର ସ୍ବାସ୍ଥ୍ୟ ଖରାପ ହେଉଛି, ତାହେଲେ ଶୁଆର ମୂର୍ତ୍ତି ବା ଫଟୋ ଆଣି ଘରେ ଟାଙ୍ଗି ଦିଅନ୍ତୁ। ଏହାଦ୍ବାରା ବ୍ୟକ୍ତିର ସ୍ୱାସ୍ଥ୍ୟରେ ସୁଧାର ଆସିବ।

– ଯଦି ଆପଣଙ୍କ ସନ୍ତାନ ନିଜ ପାଠପଢ଼ାରେ ଧ୍ୟାନ ଦେଉ ନାହାନ୍ତି, ତାହେଲେ ତାର କୋଠରୀର ଉତ୍ତର ଦିଗରେ ଶୁଆର ଫଟୋ ଲଗାନ୍ତୁ। ଏହାସହିତ ଧ୍ୟାନ ରଖନ୍ତୁ କି ଆପଣଙ୍କ ସନ୍ତାନ ଉତ୍ତର ଦିଗ ଆଡ଼କୁ ମୁହଁ କରି ପଢ଼ିବା ଆବଶ୍ୟକ। ଏହାଦ୍ବାରା ପିଲାଙ୍କର ଏକାଗ୍ରତା ବୃଦ୍ଧି ହୋଇଥାଏ।

– ଯଦି ଆପଣଙ୍କର ବୈବାହିକ ଜୀବନରେ କିଛି ସମସ୍ୟା ଦେଖା ଦେଉଛି ଏବଂ ମତଭେଦ ଦୂର ହେଉନାହିଁ,ତାହେଲେ ଶୋଇବା କୋଠରୀରେ ଶୁଆର ମୂର୍ତ୍ତି ବା ଫଟୋ ଆଣି ଲଗାନ୍ତୁ। ଦେଖିବେ ସବୁ ସମସ୍ୟା ଦୂର ହୋଇଯିବ।

– ଯଦି ଆପଣ ଘରର ଉତ୍ତର ଦିଗରେ ଶୁଆର ଫଟୋ ଆଣି ଲଗାଇବେ ତାହେଲେ ଆପଣଙ୍କ ବ୍ୟାପାରରେ ବୃଦ୍ଧି ହେବ ଏବଂ ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ଏହାସହିତ ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହେବ।

– ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଶୁଆର ମୂର୍ତ୍ତି ବା ଫଟୋ ରଖିଲେ, ପରିବାର ଲୋକଙ୍କ ମଧ୍ୟରେ ପ୍ରେମ ଓ ଉତ୍ତମ ବୁଝାମଣା ବଢ଼ିଥାଏ। ଏହାସହିତ ପରିବାର ଲୋକଙ୍କର ସ୍ବାସ୍ଥ୍ୟ ଠିକ୍ ରହିଥାଏ।

– ଯଦି ଆପଣଙ୍କୁ ଆର୍ଥିକ ସଂକଟର ମୁକାବିଲା କରିବାକୁ ପଡୁଛି ଏବଂ ଦାରିଦ୍ର୍ୟତା ଆପଣଙ୍କ ପାଖ ଛାଡ଼ୁ ନାହିଁ, ତାହେଲେ ଆପଣ ଘରର ଉତ୍ତର ଦିଗରେ ଶୁଆର ମୂର୍ତ୍ତି ରଖନ୍ତୁ। ଏଭଳି କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଘରେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *