Excuse Me Odisha

ଯାହା କହିବୁ ସତ କହିବୁ

ବିବାହରେ ବାଧା ଉତ୍ପନ୍ନ ହେଉଛି କି? ଶୀଘ୍ର କରନ୍ତୁ ଏହି ଉପାୟ, ଦୂର ହୋଇଯିବ ସବୁ ସଙ୍କଟ।

ସେୟାର୍ କରନ୍ତୁ

ଖରମାସର ସମାପନ ଏବଂ ସୂର୍ଯ୍ୟ ଗ୍ରହର ମକର ରାଶିର ପ୍ରବେଶ କରିବା ପରେ ମାଙ୍ଗଳିକ କାର୍ଯ୍ୟକ୍ରମ ଆରମ୍ଭ ହୋଇ ସାରିଛି। ଏହିସମୟରେ ଯୁବକ ଓ ଯୁବତୀ ମାନେ ନିଜର ବିବାହ ପାଇଁ ଉତ୍ସାହିତ ରହିବା ସ୍ଵାଭାବିକ କଥା। ପ୍ରତ୍ୟେକ ପିତାମାତାଙ୍କର ଏହି ଚିନ୍ତା ରହିଥାଏ କି ତାଙ୍କ ସନ୍ତାନଙ୍କର ବିବାହ ଭଲଭାବରେ ହେଉ।

ହିନ୍ଦୁଧର୍ମରେ ପ୍ରତ୍ୟେକ ବ୍ୟକ୍ତିଙ୍କର ବିବାହ ପରେ ଗଙ୍ଗା ସ୍ନାନ କରିବାର ପରମ୍ପରା ରହିଛି। ଏହି ପରମ୍ପରାର ଅର୍ଥ ହେଉଛି ପରିବାରର ଗୋଟେ ଦାୟିତ୍ୱ ସମ୍ପନ୍ନ ହେଲା। ପରିବାରର ଆର୍ଥିକ ସ୍ଥିତି ସୁଦୃଢ କରିବା ପାଇଁ ଏବଂ ଅବିବାହିତ ବ୍ୟକ୍ତିଙ୍କ ବିବାହରେ ବାଧା ଉତ୍ପନ୍ନ ହେଉଥିଲେ ଜ୍ୟୋତିଷ ଶାସ୍ତ୍ରରେ କିଛି ଖାସ ଉପାୟ ବିଷୟରେ କୁହାଯାଇଛି, ଯାହାକୁ ପ୍ରୟୋଗ କରି ଆପଣ ବିବାହରେ ଆସୁଥିବା ବାଧାକୁ ଦୂର କରି ପାରିବେ। ଏହାସହିତ ଘରର ଆର୍ଥିକ ସଙ୍କଟ ମଧ୍ୟ ଦୂର କରି ପାରିବେ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

– ଯଦି ଆପଣ ପରିବାର ପାଇଁ ସୁନ୍ଦର ଓ ଦାୟିତ୍ବବାନ ପତ୍ନୀ ପାଇବାକୁ ଚାହୁଁଛନ୍ତି, ତାହେଲେ ପ୍ରଥମେ ନିଜେ ଦାୟିତ୍ବବାନ ଓ ଠିକ୍ ହୁଅନ୍ତୁ। ଏଥିପାଇଁ ଆପଣ ଗୋଟେ ଉପାୟ ମଧ୍ୟ କରି ପାରିବେ। ଗୁରୁବାର,ଶୁକ୍ରବାର, ରବିବାର ଦିନ ମାଆ ଦୁର୍ଗାଙ୍କ ସାମ୍ନାରେ ଘିଅର ଦୀପ ପ୍ରଜ୍ବଳନ କରନ୍ତୁ ଏବଂ ଛୋଟ ଝିଅଙ୍କୁ ଘରକୁ ନିମନ୍ତ୍ରଣ କରି ଭୋଜନ କରାନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ।

– ଯଦି ଆପଣ ସୁନ୍ଦର ଓ ପତିବ୍ରତା ପତ୍ନୀ ପାଇବାକୁ ଚାହୁଁଛନ୍ତି, ତାହେଲେ କୌଣସି ସିଦ୍ଧ ଦେବୀ ପୀଠକୁ ଯାଇ ପୂଜାର୍ଚ୍ଚନା କରନ୍ତୁ ଏବଂ ଅସହାୟ କନ୍ୟାଙ୍କୁ ସାହାଯ୍ୟ କରନ୍ତୁ। ଦେଖିବେ ଆପଣଙ୍କର ଅଭିଳାଷା ପୂରଣ ହେବ।

– ଶୁକ୍ରବାର ଦିନ ଦେବୀଙ୍କ ମନ୍ଦିର ଯାଇ ଧଳା ଫୁଲ, ମିଠା, ଧୂପ, ଦୀପ, ଚୁନରି ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କ ବିବାହରେ ଆସୁଥିବା ବାଧାବିଘ୍ନ ଦୂର ହୋଇଯିବ। ଯେଉଁମାନେ ଅବିବାହିତ ଅଛନ୍ତି, ସେମାନେ ଏହି ଉପାୟ କଲେ, ଖୁବ୍ ଶୀଘ୍ର ସେମାନଙ୍କର ବିବାହ ସମ୍ପନ୍ନ ହେବାର ସଂକେତ ମିଳିବ।

– ଯଦି କୌଣସି କନ୍ୟାଙ୍କର ବିବାହରେ ବାଧା ଉତ୍ପନ୍ନ ହେଉଛି, ତାହେଲେ ଗୁରୁବାର ଦିନ ବ୍ରତ କରନ୍ତୁ ଏବଂ ସେହିଦିନ ହଳଦିଆ ବସ୍ତ୍ର ଧାରଣ କରନ୍ତୁ। ଏହାସହିତ ଅଶ୍ୱତ୍ଥ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ। ଆପଣଙ୍କୁ ଜଣେ ଉତ୍ତମ ବର ପ୍ରାପ୍ତ ହେବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *