Excuse Me Odisha

ଯାହା କହିବୁ ସତ କହିବୁ

ହନୁମାନ ଚାଳିଶା ରେ ଲୁଚି ରହିଛି ଆପଣଙ୍କ କୋଟିପତି ହେବାର ରାଜ । ଜାଣି ରଖନ୍ତୁ ହନୁମାନ ଚାଳିଶା ପାଠ କରିବାର ଉଚିତ ବିଧି ।

ସେୟାର୍ କରନ୍ତୁ

ଅଧିକାଂଶ ଲୋକ ହନୁମାନ ଚାଳିଶା ପାଠ କରିବା ସମୟରେ କିଛି ଭୁଲ କରି ବସନ୍ତି । ଯାହାଦ୍ୱାରା ହନୁମାନ ଚାଳିଶା ପାଠ କରିବାର ମୂଲ୍ୟ ମିଳି ନଥାଏ । ଅନେକ ଲୋକ ବର୍ଷ ବର୍ଷ ଧରି ପାଠ କରିବା ସତ୍ତ୍ୱେବି କିଛି ସୁଫଳ ପ୍ରାପ୍ତ ହୋଇପାରେ ନାହିଁ । ମାତ୍ର ମନେ ରଖିବା ଉଚିତ ଯେ ପୂଜା ପାଠ ହେଉ କିମ୍ବା ହନୁମାନ ଚାଳିଶା ପାଠ ହେଉ ସବୁ କାର୍ଯ୍ୟକୁ ବିଧି ବିଧାନର ସହିତ କରିବା ଉଚିତ ।

କଳିଯୁଗରେ ଭଗବାନ ଶ୍ରୀହନୁମାନ ଏମିତି ଜଣେ ଦେବତା ଅଟନ୍ତି , ଯିଏକି ଏହି କଳିଯୁଗରେ ବି ନିଜ ଭକ୍ତକୁ ରକ୍ଷା କରିବା ପାଇଁ ଉପସ୍ଥିତ ହୁଅନ୍ତି । ହନୁମାନ ନିଜ ଭକ୍ତର ସବୁ ସଙ୍କଟ ଦୂର କରିଥାନ୍ତି । ଭକ୍ତଙ୍କର ସବୁ ମନସ୍କାମନା ଶ୍ରୀହନୁମାନ ବହୁତ ଜଲଦି ପୂରଣ କରିଥାନ୍ତି । ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ ହନୁମାନ ଚାଳିଶା ପାଠ କରିଥାଏ ଏବଂ ଭଗବାନ ଶ୍ରୀରାମଙ୍କ ନାମ ଜପ କରିଥାଏ ସେହି ବ୍ୟକ୍ତିକୁ ଜୀବନରେ କୌଣସି ସମସ୍ୟା ହୁଏନାହିଁ ।

ହନୁମାନ ଚିରଞ୍ଜିବି ଅଟନ୍ତି । ଭଗବାନ ଶ୍ରୀରାମ ହନୁମାନଙ୍କୁ ଚିରଞ୍ଜିବି ବର ଦେଇଥିଲେ । ଯେଉଁ କାରଣରୁ ହନୁମାନ ଆଜିବି ପୃଥିବୀରେ ଲୋକଙ୍କ ମଧ୍ୟରେ ଉପସ୍ଥିତ ଅଛନ୍ତି । ହନୁମାନ ଚାଳିଶା ପାଠ ଦ୍ୱାରା କୌଣସି ବି କାର୍ଯ୍ୟକୁ ସମ୍ଭବ କରି ହୁଏ । ତେଣୁ ଏହାକୁ ଶ୍ରଦ୍ଧା ପୂର୍ବକ ପାଠ କରି ହନୁମାନଙ୍କ କୃପା ପ୍ରାପ୍ତ କରି ହେବ । ହନୁମାନ ଚାଳିଶା ଖରାପ ଶକ୍ତିକୁ ନାଶ କରିଥାଏ । ଦାମ୍ପତ୍ୟ ଜୀବନରେ ଖୁସି ଆସିଥାଏ ।

ମାତ୍ର ହନୁମାନ ଚାଳିଶା ପାଠ କରିବା ସମୟରେ କିଛି ଭୂଲ ଆଦୋୖ କରିବା ଉଚିତ ନୁହେଁ । ଯେଉଁ ପୋଷାକ ଆପଣ ଶୋଇବା ସମୟରେ ପିନ୍ଧୁଛନ୍ତି ସେହି କପଡ଼ାକୁ ପିନ୍ଧି ହନୁମାନ ଚାଳିଶା ପାଠ କରିବା ଉଚିତ ନୁହେଁ । କେବଳ ସ୍ୱଚ୍ଛ ପୋଷାକ ହିଁ ଧାରଣ କରନ୍ତୁ । ଶାସ୍ତ୍ର ଅନୁସାରେ ଅଶ୍ୱତ୍ଥ ବୃକ୍ଷ ତଳେ ବସି ହନୁମାନ ଚାଳିଶା ପାଠ କରିବା ଉଚିତ ।

ଏହାଦ୍ବାରା ଦେବୀ ଲକ୍ଷ୍ମୀ ଏବଂ ଶନିଦେବଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ । ଯେଉଁ ଆସନରେ ବସି ଆପଣ ହନୁମାନ ଚାଳିଶା ପାଠ କରିବେ ତାହା ନାଲି ରଙ୍ଗର ହେଲେ ଭଲ ନଚେତ କୌଣସି କମ୍ବଳ ଉପରେ ବସି ପାଠ କରି ପାରିବେ । ହନୁମାନଙ୍କ ଭୋଜନରେ ତୁଳସୀ ପତ୍ର ନିଶ୍ଚୟ ରହିବା ଉଚିତ । ହନୁମାନଙ୍କ ନିମନ୍ତେ ସିନ୍ଦୁର ଏବଂ ଚମେଲି ତେଲ ନିଶ୍ଚିତ ରଖନ୍ତୁ ଏବଂ ସେଥିରେ ତିଳକ କରନ୍ତୁ ।

ଏହାପରେ ଚରଣକୁ ଛୁଇଁ ନିଜ ମଥାରେ ନିଶ୍ଚୟ ତିଳକ କରନ୍ତୁ । ଏହି ଦିନ ପୁର୍ଣ୍ଣ ରୂପରେ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତୁ । ସାତ୍ଵିକତା ବଜାୟ ରଖନ୍ତୁ । ଆପଣ ପ୍ରଥମ ଥର ପାଇଁ ପାଠ ଆରମ୍ଭ କରୁଥିଲେ ଶନିବାର ଦିନରୁ ଆରମ୍ଭ କରନ୍ତୁ । ଏହାକୁ ଲଗାତାର ଚାଳିଶ ଦିନ ପର୍ଯ୍ୟନ୍ତ କରନ୍ତୁ । ଧନ ସମ୍ବନ୍ଧୀୟ ସମସ୍ୟା , ଚାକିରୀ ଏବଂ କରଜ ସମସ୍ୟାରୁ ମୁକ୍ତି ମିଳିବ ।

ହନୁମାନଙ୍କୁ ପ୍ରଣାମ କରିବା ସମୟରେ ମୁଣ୍ଡ ନୂଆନ୍ତୁ ନାହିଁ । କାରଣ ହନୁମାନ ସବୁ ମହିଳାଙ୍କୁ ମା’ ଙ୍କ ସ୍ଥାନରେ ଦେଖନ୍ତି । ଏହାପରେ ଆସନରେ ବସି ବିଧି ବଦ୍ଧ ଭାବରେ ହନୁମାନ ଚାଳିଶା ପାଠ କରନ୍ତୁ । ପ୍ରତ୍ୟେକ ଦିନ ଥରେ ନିଶ୍ଚୟ ପାଠ କରନ୍ତୁ । କୌଣସି ବିଶେଷ କାର୍ଯ୍ୟ ପାଇଁ ପାଠ କରିଥିଲେ ଚାଳିଶ ଦିନ ପର୍ଯ୍ୟନ୍ତ ଲଗାତାର ପାଠ କରନ୍ତୁ ନଚେତ ଶନିବାର ଏବଂ ମଙ୍ଗଳବାର ଦିନ ପାଠ କରନ୍ତୁ ।

ପାଠ କରିବା ସମୟରେ ପୂଜା ସ୍ଥାନରେ ଏକ ଲୋଟା ଗଙ୍ଗା ଜଳ ପାଖରେ ରଖି ଦିଅନ୍ତୁ । ଧୂପ ଦୀପ ଜଳାନ୍ତୁ ।ପାଠ କରିବା ପୂର୍ବରୁ ସର୍ବପ୍ରଥମେ ଭଗବାନ ଗଣେଶଙ୍କ ଆରାଧନା କରନ୍ତୁ । ଏହାପରେ ଗୁରୁଙ୍କ ସ୍ମରଣ ଏବଂ କୂଳ ଦେବତାଙ୍କ ସ୍ମରଣ କରନ୍ତୁ । ପ୍ରଭୁ ଶ୍ରୀରାମଚନ୍ଦ୍ର ଏବଂ ମାତା ସୀତାଙ୍କ ଆରାଧନା କରନ୍ତୁ । ଏହାପରେ ହନୁମାନଙ୍କୁ ପ୍ରାର୍ଥନା ଜଣାଇ ହନୁମାନ ଚାଳିଶାର ପାଠ କରନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *