Excuse Me Odisha

ଯାହା କହିବୁ ସତ କହିବୁ

ସ୍ଵୟଂ ଦେବୀ ଲକ୍ଷ୍ମୀ କହିଛନ୍ତି, ଘରର ଏହି ସ୍ଥାନରେ ଝାଡୁ ରଖିବା ଦ୍ଵାରା ରାତାରାତି ହୋଇଯିବେ କୋଟିପତି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପୌରାଣିକ ମାନ୍ୟତା ଅନୁସାରେ, ଝାଡୁ କେବଳ ଘରୁ ଅଳିଆ ସଫା କରି ନଥାଏ, ଏହା ଆମ ଜୀବନରୁ ସବୁ ଦୁଃଖ ଦୂର କରି ଦେଇଥାଏ। ପ୍ରତ୍ୟେକଦିନ ଝାଡୁ ଲଗାଇବା ସମୟରେ କିଛି ଖାସ କଥା ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଝାଡୁ ଲଗାଇବା ସମୟରେ ଅସାବଧାନତା ଯୋଗୁଁ ଦେବୀ ଲକ୍ଷ୍ମୀ ରୁଷ୍ଟ ହୋଇ ଯାଇଥାନ୍ତି ଏବଂ ଘରେ ଅଶାନ୍ତି ଓ ଅଭାବ ଲାଗି ରହିଥାଏ।

ଶାସ୍ତ୍ରରେ କୁହାଯାଇଛି କି, ମହିଳା ମାନେ ତାଙ୍କର ମାସିକ ଧର୍ମ ସମୟରେ ଝାଡୁକୁ ସ୍ପର୍ଶ କରିବା ଉଚିତ ନୁହେଁ। ନଚେତ ଜୀବନରେ ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡିପାରେ। ସକାଳୁ ଉଠି ସୂର୍ଯ୍ୟୋଦୟ ପରେ ଘରେ ଝାଡୁ ଲଗାଇବା ଉଚିତ। ଠାକୁର ଘରେ ପୂଜା କରିବା ପୂର୍ବରୁ ଘରେ ଝାଡୁ ପୋଛା ଲଗାଇବା ନିହାତି ଜରୁରୀ ଅଟେ। କିନ୍ତୁ ଭୁଲରେ ମଧ୍ୟ ସୂର୍ଯ୍ୟାସ୍ତ ପରେ ଅର୍ଥାତ୍ ସନ୍ଧ୍ୟା ସମୟରେ କେବେବି ଝାଡୁ ପୋଛା ଲଗାଇବା ଉଚିତ ନୁହେଁ। ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ ଏବଂ ଆସୁଥିବା ଦିନରେ ଖରାପ ପ୍ରଭାବ ପଡିବାର ସଂକେତ ମିଳିଥାଏ।

ଯଦି ଆପଣ ସନ୍ଧ୍ୟା ସମୟରେ ଝାଡୁ ଲଗାଉଛନ୍ତି, ତାହେଲେ ସେହି ଧୂଳିକୁ କେବେବି ଘରୁ ବାହାର କରନ୍ତୁ ନାହିଁ। ନଚେତ ଘରକୁ ଖୁବ୍ ଶୀଘ୍ର ଦାରିଦ୍ର୍ୟତା ମାଡି ଆସିବ। ପରିବାରର କୌଣସି ସଦସ୍ୟ କିଛି କାର୍ଯ୍ୟରେ ଘରୁ ବାହାରକୁ ଯାଉଥିବା ସମୟରେ ଝାଡୁ ଲଗାଇବା ଉଚିତ ନୁହେଁ। ଏହାଦ୍ବାରା କୌଣସି କାର୍ଯ୍ୟ ସଫଳ ହୋଇ ନଥାଏ। ଘରକୁ ଯଦି ଅତିଥି ଆସିଛନ୍ତି, ତାହେଲେ ସେହି ସମୟରେ କେବେବି ଝାଡୁ ଲଗାଇବା ଉଚିତ ନୁହେଁ।

ଘରେ କୌଣସି ବ୍ୟକ୍ତି ଭୋଜନ ଗ୍ରହଣ କରୁଥିବା ସମୟରେ ଝାଡୁ ଲଗାଇବା ଉଚିତ ନୁହେଁ। ଘର ଝାଡୁ କରିବା ସମୟରେ ଘରର ଉତ୍ତର ପୂର୍ବ କୋଣରୁ ଝାଡୁ ମାରିବା ଉଚିତ। ସର୍ବଦା ଧ୍ୟାନ ରଖନ୍ତୁ କି ଘରର ଠାକୁର ଘରେ କେବେବି ଝାଡୁ ଲଗାନ୍ତୁ ନାହିଁ। ଠାକୁର ଘରକୁ ସର୍ବଦା ପୋଛିବା ଆବଶ୍ୟକ। ଝାଡ଼ୁକୁ ଏଭଳି ସ୍ଥାନରେ ରଖିବା ଉଚିତ, ଯେଉଁଠାରେ ଘରକୁ ଆସୁଥିବା ବ୍ୟକ୍ତିର ଧ୍ୟାନ ପଡ଼ିବ ନାହିଁ। ଅର୍ଥାତ୍ ଝାଡ଼ୁକୁ ସର୍ବଦା ଲୁଚାଇ ରଖନ୍ତୁ। ଝାଡୁକୁ କେବେବି ଐଶାନ୍ୟ କୋଣରେ ରଖନ୍ତୁ ନାହିଁ। ଏହାକୁ ରଖିବାର ଉତ୍ତମ ସ୍ଥାନ ହେଉଛି ଦକ୍ଷିଣ – ପଶ୍ଚିମ ଦିଗ।

ଝାଡୁକୁ ଘରେ ଶୁଆଇ ରଖିବା ଆବଶ୍ୟକ ଏବଂ କେବେବି ଘରର ମୁଖ୍ୟ ଦୁଆର ସାମ୍ନାରେ ରଖନ୍ତୁ ନାହିଁ। ଏହାଦ୍ବାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଘରୁ ପଳାଇ ଯାଇଥାନ୍ତି। ଭାଙ୍ଗି ଯାଇଥିବା ଝାଡୁକୁ କେବେବି ଘରେ ରଖନ୍ତୁ ନାହିଁ। ଭାଙ୍ଗି ଯାଇଥିବା ଝାଡୁ ବା ଖରାପ ହୋଇ ଯାଇଥିବା ଝାଡ଼ୁକୁ କେବଳ ଶନିବାର ଦିନ ବାହାରେ ଫିଙ୍ଗି ଦିଅନ୍ତୁ। କିନ୍ତୁ ଅନ୍ୟ କୌଣସି ବାରରେ ପକାଇବା ଉଚିତ ନୁହେଁ। ନଚେତ ଘରକୁ ଦାରିଦ୍ର୍ୟତା ମାଡି ଆସିଥାଏ। ଝାଡୁ ଦେହରେ ପାଦ ବାଜି ଗଲେ ପ୍ରଣାମ କରିବା ଉଚିତ, ନଚେତ ପାପ ଲାଗିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *