Excuse Me Odisha

ଯାହା କହିବୁ ସତ କହିବୁ

୩୦ ବର୍ଷ ପରେ ଆଜି କୁମ୍ଭ ରାଶିରେ ଶନି ଗ୍ରହର ଗୋଚର,୫ ଗୋଟି ରାଶିର ଲୋକଙ୍କୁ ମିଳିବ ସଫଳତା।

ସେୟାର୍ କରନ୍ତୁ

ନ୍ୟାୟର ଦେବତା ଭଗବାନ ଶନି ଜାନୁଆରୀ ୧୭ ତାରିଖ ରାତି ୮:୦୨ ମିନିଟରେ ନିଜ ରାଶି କୁମ୍ଭରେ ଗୋଚର କରିବେ। ୩୦ ବର୍ଷ ପରେ ଶନି ଗ୍ରହ କୁମ୍ଭ ରାଶିରେ ଗୋଚର କରିବେ। ଶନି ଗ୍ରହର ରାଶି ପରିବର୍ତ୍ତନ କିଛି ଖାସ ରାଶିର ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ। ଶନିଦେବଙ୍କ ଶୁଭ ଦୃଷ୍ଟି ଯୋଗୁଁ ଲୋକଙ୍କ ବ୍ୟବସାୟ,ଚାକିରି, ସ୍ବାସ୍ଥ୍ୟ ଉପରେ ଶୁଭ ପ୍ରଭାବ ପଡ଼ିବ। ଶନି ଗ୍ରହର ଗୋଚର ଯୋଗୁଁ ଏହାର ପ୍ରଭାବ ମେଷ ରାଶି ଠାରୁ ଆରମ୍ଭ କରି ମୀନ ରାଶିର ଲୋକଙ୍କର ମଧ୍ୟ ଜୀବନ ପରିବର୍ତ୍ତନ ହେବ।

ଶନି ଗ୍ରହର ଗୋଚର ୨୦୨୩ ରାଶିଫଳ :-

ମେଷ ରାଶି :-

ଶନି ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଶନିଙ୍କ କୃପା ଯୋଗୁଁ ଆପଣଙ୍କର ସବୁ ଯୋଜନା ସଫଳ ହେବ। ଶିକ୍ଷା ଓ ପ୍ରତିଯୋଗିତା କ୍ଷେତ୍ରରେ ଆପଣଙ୍କୁ ଆଶାନୁରୂପ ସଫଳତା ମିଳିବ।

ବୃଷ ରାଶି :-

ଶନି ଗ୍ରହର ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ସାମାନ୍ୟ ରହିବ। କାର୍ଯ୍ୟ କ୍ଷେତ୍ରରେ ଶତ୍ରୁ ଆପଣଙ୍କ କାର୍ଯ୍ୟ ବିଗାଡିବା ପାଇଁ ପ୍ରୟାସ କରି ପାରନ୍ତି। କୌଣସି ନାଶ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଥିଲେ, ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି। ମାତାଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ।

ମିଥୁନ ରାଶି :-

ଶନି ଗ୍ରହର ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ସାମାନ୍ୟ ରହିବ। ଯେଉଁ କାର୍ଯ୍ୟରେ ଆପଣ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ। ଶନିଙ୍କ କୃପାରୁ ସୋନଙ୍କୁ ବ୍ୟବସାୟରେ ଧନଲାଭ ହେବାର ସମ୍ଭାବନା ରହିଛି।

କର୍କଟ ରାଶି :-

ଶନି ଗ୍ରହର ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ କଠିନ ସାବ୍ୟସ୍ତ ହୋଇପାରେ। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ବାଦବିବାଦ ଲାଗି ପାରେ। ଏହିସମୟରେ ଆପଣଙ୍କୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି।

ସିଂହ ରାଶି :-

ଶନି ଗ୍ରହର ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଯଦି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତାହେଲେ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣଙ୍କର ବିବାହର ପ୍ରସ୍ତାବ ପକ୍କା ହେବ। ବ୍ୟବସାୟରେ ଲାଭବାନ ହେବେ।

କନ୍ୟା ରାଶି :-

ସବୁ ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ସାମାନ୍ୟ ରହିବ। ଅଯଥା ଖର୍ଚ୍ଚରୁ ବଞ୍ଚିତ ହୁଅନ୍ତୁ। ନଚେତ ଆର୍ଥିକ ସଂକଟର ମୁକାବିଲା କରିବାକୁ ପଡ଼ିବ। ବିଦେଶ ଯାତ୍ରା କରିବାର ସୁଯୋଗ ମିଳିବ। କୌଣସି ଅଯଥା ବିବାଦରେ ସାମିଲ ହୁଅନ୍ତୁ ନାହିଁ।

ତୁଳା ରାଶି :-

ଶନି ଗ୍ରହର ଗୋଚର ଆପଣଙ୍କୁ ଅପର ସଫଳତା ପ୍ରଦାନ କରିବ। ପ୍ରେମ ବିବାହ ହେବାର ଯୋଗ ରହିଛି।ଆପଣଙ୍କର ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ପ୍ରାପ୍ତ କରିବେ।

ବିଛା ରାଶି :-

ଶନି ଗ୍ରହର ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ବ୍ୟବସାୟରେ ଉନ୍ନତି କରିବେ। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ। ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି। ଆପଣ କୌଣସି ଅଯଥା ବିବାଦରେ ପଡନ୍ତୁ ନାହିଁ।

ଧନୁ ରାଶି :-

ଶନି ଗ୍ରହର ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଆପଣ ନିଜ ଯୋଜନା ଅନୁସାରେ କାର୍ଯ୍ୟ କରନ୍ତୁ। ପିଲାମାନଙ୍କ ଭବିଷ୍ୟତକୁ ନେଇ ଆପଣ ଚିନ୍ତିତ ରହିବେ। ପୂଜାପାଠରେ ଆପଣ ମନ ନିବେଶ କରିବେ।

ମକର ରାଶି :-

ଶନି ଗ୍ରହର ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ପୈତୃକ ସମ୍ପତ୍ତିରୁ ଲାଭ ପ୍ରାପ୍ତ ହେବ। ଘରର ଆର୍ଥିକ ସ୍ଥିତି ସୁଦୃଢ ରହିବ। ଆପଣଙ୍କ ଗ୍ରହ ଶୁଭ ସ୍ଥିତିରେ ରହିବ, ଯାହାଦ୍ଵାରା ଆପଣଙ୍କ ପରିବାରର ମାହୋଲ ସୁଖମୟ ରହିବ। ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ।

କୁମ୍ଭ ରାଶି :-

ଶନି ଗ୍ରହର ସାଢେସାତୀର ପ୍ରଭାବ ଆପଣଙ୍କ ଉପରେ ପଡ଼ିବ। ଶିକ୍ଷା ଓ ପ୍ରତିଯୋଗିତାରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ। ଅଯଥା ବାଦବିବାଦରେ ସାମିଲ ହୁଅନ୍ତୁ ନାହିଁ। ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ପିତାମାତାଙ୍କର ସେବା କରନ୍ତୁ, ପୁଣ୍ୟ ପ୍ରାପ୍ତି ହେବ।

ମୀନ ରାଶି :-

ଶନି ଗ୍ରହର ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଅନୁକୁଳ ରହିବ। ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ। ଅଯଥା ବିବାଦରେ ପଡନ୍ତୁ ନାହିଁ। ଶିକ୍ଷା କ୍ଷେତ୍ରରେ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ। ବ୍ୟବସାୟରେ ଆଶାନୁରୂପ ସଫଳତା ହାସଲ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *