Excuse Me Odisha

ଯାହା କହିବୁ ସତ କହିବୁ

ତିତିରା ପକ୍ଷୀର ଏହି ଆଠଟି କଥା ମନୁଷ୍ୟ ନିଶ୍ଚୟ ଜାଣି ରଖିବା ଉଚିତ । ଯାହାଦ୍ୱାରା ମିଳିଥାଏ ସଫଳତା ।

ସେୟାର୍ କରନ୍ତୁ

ତିତର ପକ୍ଷୀ ଅନୁଯାୟୀ ଯେଉଁ ବ୍ୟକ୍ତି ଜୀବନରେ ସଫଳ ହେବାକୁ ଚାହୁଁଛି ସେହି ବ୍ୟକ୍ତି ଜୀବନରେ କିଛି କଥା ନିଶ୍ଚୟ ଜାଣି ରଖିବା ଉଚିତ । ଏହାବ୍ୟତୀତ ଏହି ଆଠଟି କଥାକୁ ନିଜ ସନ୍ତାନକୁ ନିଶ୍ଚୟ ଶୁଣିଇବା ଉଚିତ । ତେବେ ଏହାକୁ ବୁଝାଇବା ପାଇଁ ଆମେ ଏକ ଗପ କହିବୁ । ତେବେ ଏକ ଜଙ୍ଗଲରେ ଏକ ତିତିରା ପକ୍ଷୀ ନିଜର ଦୁଇ ଛୁଆ ସହିତ ରହୁଥିଲା । ତିତିରା ପକ୍ଷୀ ନିଜ ପତ୍ନୀ ଏବଂ ଦୁଇ ଛୁଆଙ୍କ ସହିତ ରହୁଥିଲା । ତେବେ ତିତିରା ପକ୍ଷୀ ପ୍ରତ୍ୟେକ ଦିନ ଖାଦ୍ୟ ସଂଗ୍ରହ କରି ଆଣିଲେ ପୁରା ପରିବାର ପ୍ରତିପୋଷିତ ହେଉଥିଲେ । ତିତିରା ପକ୍ଷୀର ସ୍ତ୍ରୀ ଖୁବ ସରଳ ପକ୍ଷୀ ଥିଲା ଯିଏକି କୌଣସି କଥାକୁ ଗୁପ୍ତ ରଖି ପାରୁ ନଥିଲା ଏବଂ ଘରର ସବୁ ଗୁପ୍ତ କଥା ସବୁଠି କହି ଦେଉଥିଲା ।

ତିତିରା ପକ୍ଷୀର ସ୍ତ୍ରୀର ଏହି ଦୁର୍ବଳତା ସବୁ ପଡ଼ୋଶୀଙ୍କୁ ମଧ୍ୟ ଜଣା ଥିଲା । ସେହି ଜଙ୍ଗଲରେ ଏକ କାଉ ମଧ୍ୟ ରହୁଥିଲା । ତିତିରା ପକ୍ଷୀ ଯେଉଁ ସ୍ଥାନକୁ ବି ଶିକାର କରିବାକୁ ଯାଉଥିଲା ସେ ସବୁ ବିଷୟରେ ସେ ନିଜ ସ୍ତ୍ରୀକୁ କହୁଥିଲା । ମାତ୍ର ସ୍ତ୍ରୀ ନିଜ ପେଟରେ ସବୁ କଥାକୁ ରଖି ପାରୁ ନଥିଲା ଏବଂ ସବୁଠି ବଖାଣି ଦେଉଥିଲା ।

ଏମିତି କାଉ ଦିନେ ତିତିରା ପକ୍ଷୀକୁ ଶିକାର କରିବାର ସ୍ଥାନ ବିଷୟରେ ପଚାରିବାରୁ ତିତିରା ପକ୍ଷୀ ନିଜେ ମନା କରିବା ସହିତ ନିଜ ସ୍ତ୍ରୀକୁ ମଧ୍ୟ ବୁଝାଇ ସୁଝାଇ ଏ ସମ୍ବନ୍ଧରେ କେଉଁଠିବି କହିବାକୁ ବାରଣ କରିଥିଲା । କିନ୍ତୁ କାଉ ତାକୁ ପଚାରିବା ମାତ୍ରେ ସେ ସବୁକିଛି କହି ଦେଉଥିଲା । ଯେଉଁ କାରଣରୁ କିଛି ଦିନ ପରେ ତିତିରା ପକ୍ଷୀକୁ ଖାଦ୍ୟ ମିଳିଲା ନାହିଁ । ନିଜ ପରିବାର ପ୍ରତିପୋଷଣ କରି ପାରିଲାନି ତିତିରା ପକ୍ଷୀ ।

ଯେଉଁ କାରଣରୁ ଦୁଃଖିତ ହୋଇ ତିତିରା ପକ୍ଷୀ ଜଣେ ସାଧୁଙ୍କ ନିକଟକୁ ଗଲା । ଯାହାପରେ ତିତିରା ପକ୍ଷୀ ନିଜ ସ୍ତ୍ରୀ ବିଷୟରେ କହିଲା ଯେ କିଭଳି ତାର ସ୍ତ୍ରୀ ସବୁକିଛି ଭୁଲିଯାଏ ଏବଂ ତାର ଶିକାର କରିବାର ଠିକଣା ଯିଏ ପଚାରିଲେ ବି କହିଦିଏ । ଏହା ଶୁଣି ସାଧୁ ତିତିରା ପକ୍ଷୀକୁ କହିଲେ ଯେ ଏହା କେବଳ ନିଜ ଭୁଲ । ଅର୍ଥାତ ଯେଉଁ କଥା ଅନ୍ୟ କାହାକୁ କହିଲେ ନିଜର ଅସନ୍ତୁଷ୍ଟ କିମ୍ବା କ୍ଷତି ହେବ ସେହି କଥାକୁ କାହାକୁବି କହିବା ଉଚିତ ନୁହେଁ । ଏହାବ୍ୟତୀତ ସାଧୁ ଆଉ ସାତୋଟି କଥା ତିତିରା ପକ୍ଷୀକୁ କହିଛନ୍ତି ଯାହାକୁ ଜୀବନରେ ମାନିବା ଦ୍ୱାରା ସମସ୍ୟା ଦେଖା ଦିଏ ନାହିଁ ।

କେବେବି ନିଜର ଦୁର୍ବଳତା ଅନ୍ୟ କାହା ସାମ୍ନାରେ କହିବା ଉଚିତ ନୁହେଁ । ତେବେ ସେ ସ୍ତ୍ରୀ ହେଉ କିମ୍ବା ସାଙ୍ଗ ହେଉ । କାରଣ ଦୁର୍ବଳତା ବିଷୟରେ ଅନ୍ୟ କେହି ଜାଣିଲେ ଫାଇଦା ଉଠାଇ ଥାନ୍ତି କିମ୍ବା ଅପମାନ କରିଥାନ୍ତି । ତେଣୁ ନିଜ ଦୁର୍ବଳତା ବିଷୟରେ କେବେ କାହାକୁ କହିବା ଉଚିତ ନୁହେଁ । ନିଜର ଅତୀତର ଭୁଲ ବିଷୟରେ କାହାକୁ କହିବା ଉଚିତ ନୁହେଁ ।

ନଚେତ ସାମ୍ନା ଲୋକ ଆପଣଙ୍କ ଅତୀତର ଭୁଲକୁ ଧରି ନିଚ୍ଚା ଦେଖିବାକୁ ଚେଷ୍ଟା କରିବ । ଯାହାଦ୍ୱାରା ଉନ୍ନତି ଅସମ୍ଭବ । ଏହାବ୍ୟତୀତ ଯଦି ଆପଣ ନିଜ ଭବିଷ୍ୟତର ରଣନୀତି କାହା ସାମ୍ନାରେ କୁହନ୍ତି ତେବେ ସାମ୍ନା ଲୋକ କେବେବି ଆପଣଙ୍କୁ ଆଗକୁ ବଢ଼ିବାକୁ ଦେବ ନାହିଁ । ମନୁଷ୍ୟକୁ ନିଜ ଘର କଥା କାହାକୁ କହିବା ଉଚିତ ନୁହେଁ । ଯାହାଦ୍ୱାରା ଆପଣ ସମାଜରେ ମାନ ସମ୍ମାନ ହରାଇ ବସିବେ । ତେଣୁ ଏହି କିଛି କଥା ମନୁଷ୍ୟକୁ କାହାକୁବି କହିବା ଉଚିତ ନୁହେଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *