Excuse Me Odisha

ଯାହା କହିବୁ ସତ କହିବୁ

୪୮ ଘଣ୍ଟା ପରେ ଶନି ଗ୍ରହ ଏହି ପାଞ୍ଚଟି ରାଶିର ଲୋକଙ୍କ ଉପରେ କୁଦୃଷ୍ଟି ରଖିବାକୁ ଯାଉଛନ୍ତି, ଘୋର ଆର୍ଥିକ ଅଭାବ ଦେଖା ଦେଇପାରେ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଗ୍ରହ ମାନଙ୍କ ମଧ୍ୟରେ ଶନି ଗ୍ରହକୁ ନ୍ୟାୟର ଦେବତା ବୋଲି ମାନା ଯାଇଥାଏ। ଜାନୁଆରୀ ୧୭ ତାରିଖ ଦିନ ଭଗବାନ ଶନି ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି ଏବଂ ମକର ରାଶିରୁ ନିଜ ରାଶି କୁମ୍ଭକୁ ଗୋଚର କରିବାକୁ ଯାଉଛନ୍ତି। ଏହି ରାଶି ପରିବର୍ତ୍ତନର ଖରାପ ପ୍ରଭାବ ୫ ଗୋଟି ରାଶିର ଲୋକଙ୍କୁ ଭୋଗିବାକୁ ପଡ଼ିବ।

ଶନିଙ୍କ ରାଶି ପରିବର୍ତ୍ତନ ଦ୍ଵାରା ତିନୋଟି ରାଶିର ସାଢେ଼ସାତୀ ଓ ଅନ୍ୟ ଦୁଇଟି ରାଶିରେ ଶନି ନିଜ କୋପ ଦୃଷ୍ଟି ରଖିବେ।ମିଥୁନ ରାଶିର ଲୋକଙ୍କୁ ଶନିଙ୍କ କୋପ ଦୃଷ୍ଟିରୁ ମୁକ୍ତି ମିଳିବ, କିନ୍ତୁ ଶନି ତାଙ୍କ ଭାଗ୍ୟକୁ ପ୍ରଭାବିତ କରିବେ। ଏବେ ଆସନ୍ତୁ ଜାଣିବା ଶନି ଗ୍ରହର ଏହି ରାଶି ପରିବର୍ତ୍ତନ ସମୟରେ କେଉଁ ରାଶି ଉପରେ କଣ ପ୍ରଭାବ ପଡ଼ିବ ଏବଂ ଏଥିରୁ ବଞ୍ଚିତ ହେବା ପାଇଁ କେଉଁ ଉପାୟ ଗୁଡ଼ିକ କରିବା ଉଚିତ।

କର୍କଟ ରାଶି :-

ଶନି ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହେବ। ଏହି ଅବଧି ଆପଣଙ୍କ ପାଇଁ ଫଳଦୟୀ ନୁହେଁ। ଏହି ସମୟରେ ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ। ପରିବାରରେ ଅଶାନ୍ତି ଓ କ୍ଳେଶ ଦେଖା ଦେଇପାରେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିବ। ଆର୍ଥିକ ଅଭାବ ଦୂର କରିବା ପାଇଁ ଆପଣ ଅନେକ ପ୍ରୟାସ କରିବେ। ବୁଝି ବିଚାରି ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶନିଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ଓଁ ପ୍ରାଂ ପ୍ରିଂ ସଃ ସନୟେ ନମଃ , ଏହି ମନ୍ତ୍ରକୁ ପ୍ରତ୍ୟେକଦିନ ଜପ କରନ୍ତୁ।

ବିଛା ରାଶି :-

ଶନି ଗ୍ରହର କୁମ୍ଭ ରାଶିକୁ ଗୋଚର କରିବା ଦ୍ଵାରା ଏହାର ଖରାପ ପ୍ରଭାବ ବିଛା ରାଶିର ଲୋକଙ୍କ ଉପରେ ପଡ଼ିବ। ଶନି ଗ୍ରହ ଆପଣଙ୍କ ରାଶିର ଚତୁର୍ଥ ଭାବରେ ଗୋଚର କରିବେ। ତେଣୁ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ନୁହେଁ।ଏହି ସମୟରେ ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ନଚେତ ଶାରୀରିକ ଅସୁସ୍ଥତାର ଶିକାର ହୋଇ ପାରନ୍ତି। ଧନସମ୍ପତ୍ତିକୁ ନେଇ ବିବାଦ ସୃଷ୍ଟି ହୋଇପାରେ। ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। କିନ୍ତୁ ଆପଣଙ୍କୁ ନିଜ ବଜେଟ ହିସାବରେ ଖର୍ଚ୍ଚ କରିବା ଉଚିତ। ଶନିଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ଦିନ ହନୁମାନ ଚାଳିଶା ଓ ସୁନ୍ଦରକାଣ୍ଡର ପାଠ କରନ୍ତୁ।

ମକର ରାଶି :-

ଶନି ଗ୍ରହ ମକର ରାଶିରୁ ବାହାରି କୁମ୍ଭ ରାଶିରେ ପ୍ରବେଶ କରିବେ। କିନ୍ତୁ ଏହାଦ୍ବାରା ମକର ରାଶିର ଲୋକଙ୍କୁ ଶନିଙ୍କ ସାଢ଼େସାତୀରୁ ମୁକ୍ତି ମିଳିବ ନାହିଁ। ଏହି ସମୟରେ ଆପଣଙ୍କୁ ନିଜ ମାନସମ୍ମାନ ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏହାସହିତ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ। ତେଣୁ ସ୍ବାସ୍ଥ୍ୟ ଉପରେ ମଧ୍ୟ ଧ୍ୟାନ ଦିଅନ୍ତି। ଚାକିରି ପେଶାରେ ଥିବା ଲୋକଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେବ। ଘରେ ଅଧିକ ବାଦବିବାଦ ଲାଗି ରହିଥିଲେ, ସୁଖଶାନ୍ତି ବଜାୟ ରଖିବା ପାଇଁ ସର୍ବଦା ପ୍ରୟାସ କରନ୍ତୁ। ଶନିଙ୍କ ସାଢେ଼ସାତୀରୁ ରକ୍ଷା ପାଇବା ପାଇଁ ସାତ ମୁଖୀ ରୁଦ୍ରାକ୍ଷ ଧାରଣ ରଖନ୍ତୁ।

ମୀନ ରାଶି :-

ମୀନ ରାଶିର ଲୋକଙ୍କ ପାଇଁ ଶନି ଗ୍ରହର ସାଢ଼େସାତୀର ପ୍ରଥମ ଚରଣ ଆରମ୍ଭ ହେବ। ସ୍ବାସ୍ଥ୍ୟକୁ ନେଇ ଆପଣ ଚିନ୍ତିତ ରହିବେ। ନୂଆ ଓ ପୁରୁଣା ବେମାରୀ ପୁଣିଥରେ ବଢିପାରେ। ଚାକିରି ପେଶାରେ ଥିବା ଲୋକଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେବ। କାରବାରରେ ଅଧିକ ବିସ୍ତାର କରିବା ପାଇଁ ବିଚାର କରିଥିଲେ, ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ନାହିଁ। ତେଣୁ ଉତ୍ତମ ସମୟକୁ ଧର୍ଯ୍ୟର ସହିତ ଅପେକ୍ଷା କରନ୍ତୁ। ତେବେ ଶନିଙ୍କ କୋପ ଦୃଷ୍ଟିରୁ ବଞ୍ଚିତ ହେବା ପାଇଁ ପ୍ରତ୍ୟେକଦିନ ଶନି ମନ୍ଦିରରେ ସୋରିଷ ଦୀପ ପ୍ରଜ୍ବଳନ କରନ୍ତୁ। ଏହାସହିତ ପ୍ରତ୍ୟେକଦିନ ଅଶ୍ୱତ୍ଥ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ।

ମିଥୁନ ରାଶି :-

ଶନି ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଏହି ସମୟରେ ଆପଣଙ୍କୁ ନିଜ ଖର୍ଚ୍ଚ ପ୍ରତି ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି। ଆୟରେ ବୃଦ୍ଧି ହେବ। କୌଣସି ସ୍ଥାନରେ ନିବେଶ କରିବାକୁ ବିଚାର କରୁଥିଲେ, ସତର୍କ ରୁହନ୍ତୁ। ଶନିଙ୍କ ଅଶୁଭ ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ପାଞ୍ଚ କ୍ୟାରେଟର ନିଲମ ଧାରଣ କରନ୍ତୁ। ଦେଖିବେ ଆପଣଙ୍କ ଜୀବନରେ ଆସୁଥିବା ସଙ୍କଟ ଅଳ୍ପକେ ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *