Excuse Me Odisha

ଯାହା କହିବୁ ସତ କହିବୁ

ଏହି ସାତ ଜଣ ବ୍ୟକ୍ତିଙ୍କ ଉପରେ ଭଗବାନ ହନୁମାନ ସବୁବେଳେ ରହନ୍ତି କ୍ରୋଧିତ । ଘରକୁ ଆସିଥାଏ ଦାରିଦ୍ର୍ୟତା ।

ସେୟାର୍ କରନ୍ତୁ

କଳିଯୁଗରେ ଭଗବାନ ଶ୍ରୀହନୁମାନ ଏମିତି ଜଣେ ଦେବତା ଅଟନ୍ତି , ଯିଏକି ଏହି କଳିଯୁଗରେ ବି ନିଜ ଭକ୍ତକୁ ରକ୍ଷା କରିବା ପାଇଁ ଉପସ୍ଥିତ ହୁଅନ୍ତି । ହନୁମାନ ନିଜ ଭକ୍ତର ସବୁ ସଙ୍କଟ ଦୂର କରିଥାନ୍ତି । ଭକ୍ତଙ୍କର ସବୁ ମନସ୍କାମନା ଶ୍ରୀହନୁମାନ ବହୁତ ଜଲଦି ପୂରଣ କରିଥାନ୍ତି । ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ ହନୁମାନ ଚାଳିଶା ପାଠ କରିଥାଏ ଏବଂ ଭଗବାନ ଶ୍ରୀରାମଙ୍କ ନାମ ଜପ କରିଥାଏ ସେହି ବ୍ୟକ୍ତିକୁ ଜୀବନରେ କୌଣସି ସମସ୍ୟା ହୁଏନାହିଁ । ହନୁମାନ ଚିରଞ୍ଜିବି ଅଟନ୍ତି । ଭଗବାନ ଶ୍ରୀରାମ ହନୁମାନଙ୍କୁ ଚିରଞ୍ଜିବି ବର ଦେଇଥିଲେ । ଯେଉଁ କାରଣରୁ ହନୁମାନ ଆଜିବି ପୃଥିବୀରେ ଲୋକଙ୍କ ମଧ୍ୟରେ ଉପସ୍ଥିତ ଅଛନ୍ତି ।

ହନୁମାନ ଅନେକ ସମୟରେ ନିଜ ଭକ୍ତକୁ ସାକ୍ଷାତ ଦର୍ଶନ ମଧ୍ୟ ଦେଇଥାନ୍ତି । ଆଜିବି ଏପରି କୁହାଯାଏ ଯେ ଯେଉଁ ସ୍ଥାନରେ ଶ୍ରୀରାମଙ୍କ ନାମ ପାଠ ହୋଇଥାଏ , ତାହାକୁ ଶୁଣିବାକୁ ହନୁମାନ ସେଠାରେ ଉପସ୍ଥିତ ରହନ୍ତି । ଏହାବ୍ୟତୀତ ସେ ଦୁଷ୍ଟଙ୍କୁ ଦଣ୍ଡ ମଧ୍ୟ ଦେଇଥାନ୍ତି ।

ପ୍ରାଚୀନ ଧର୍ମ ଗ୍ରନ୍ଥରେ ଏପରି ବର୍ଣ୍ଣିତ ହୋଇଛି ଯେ ବ୍ୟକ୍ତି କିଛି ଏପରି କାମ କଲେ ହନୁମାନଙ୍କ କୃପାରୁ ବଞ୍ଚିତ ହୋଇଥାଏ । ଏପରି କରିବାକୁ ବ୍ୟକ୍ତିକୁ ହନୁମାନ ଦଣ୍ଡ ଦେଇଥାନ୍ତି । ଯେଉଁ ଘରେ ଲୋକେ ଏପରି କାମ କରନ୍ତି ସେହିଘରେ ନା ହନୁମାନ ବାସ କରନ୍ତି ନା ମାତା ଲକ୍ଷ୍ମୀ । ଏହି କାରଣରୁ ହିଁ ହନୁମାନ ଲଙ୍କା ଛାଡ଼ିବା ପୂର୍ବରୁ ଲଙ୍କାକୁ ନଷ୍ଟ କରି ଦେଇଥିଲେ ।

ତେଣୁ ଏପରି କାମ କରିଥିବା ଲୋକଙ୍କ ଜୀବନରେ ସବୁବେଳେ ଦୁର୍ଭାଗ୍ୟ ରହିଥାଏ । ଯେଉଁ ଘରର ଲୋକଙ୍କର ଭଗବାନଙ୍କ ଉପରେ ବିଶ୍ୱାସ ନଥାଏ ଏବଂ ଭଗବାନଙ୍କ ସୁଲଭ ଆରାଧନା ହୁଏ ନାହିଁ , ସେହି ଘରେ କେବେବି ଭଗବାନ ହନୁମାନ କିମ୍ବା ମାତା ଲକ୍ଷ୍ମୀଙ୍କ ବାସ ହୁଏନାହିଁ । ସେହି ଘରକୁ ସୁଖ ସମୃଦ୍ଧି ମଧ୍ୟ ଆସି ନଥାଏ ।

ଯେଉଁ ଘରେ ଭଗବାନ ରାମଚନ୍ଦ୍ରଙ୍କୁ ଅପମାନ କରାଯାଏ ସେହି ଘରର ଲୋକଙ୍କ ଉପରେ ହନୁମାନ କେବେବି କୃପା କରନ୍ତି ନାହିଁ । ଯେଉଁ ଘରର ଲୋକେ ସର୍ବଦା ମାଂସ ସେବନ କରନ୍ତି , ସେହି ଘରେ ହନୁମାନଙ୍କ ବାସ ହୁଏନାହିଁ । ମାତା ଲକ୍ଷ୍ମୀ ମଧ୍ୟ ଚାଲି ଯାଆନ୍ତି । ସେହି ଘରର ଲୋକଙ୍କ ଭାଗ୍ୟ କେବେ ସୁଧୁରି ନଥାଏ । ଯେଉଁ ଲୋକେ ମଦ ସେବନ କରନ୍ତି ସେମାନଙ୍କ ଉପରେ ଭଗବାନଙ୍କ କୃପା ବର୍ଷା ହୁଏନାହିଁ ।

ଯେଉଁ ଘରେ ମହିଳାଙ୍କ ଅପମାନ ହୋଇଥାଏ ସେହି ଘରେ ହନୁମାନ ଏବଂ ମାତା ଲକ୍ଷ୍ମୀଙ୍କ ବାସ ହୋଇ ନଥାଏ । ସେପରି ବ୍ୟକ୍ତିଙ୍କୁ ଭଗବାନ ହନୁମାନ ଦଣ୍ଡ ଦିଅନ୍ତି । ମୃତ୍ୟୁ ପରେ ଏହି ବ୍ୟକ୍ତି ମାନେ ନର୍କକୁ ଯାଇଥାନ୍ତି । ଯେଉଁ ଘରେ ପରିବାର ସଦସ୍ୟଙ୍କ ମଧ୍ୟରେ ଲଢେ଼ଇ ଝଗଡ଼ା କଳହ ହୋଇଥାଏ , ସେହି ଘରେ ହନୁମାନଙ୍କ ବାସ ହୋଇ ନଥାଏ । ସେହି ଘରେ ସୁଖ ସମୃଦ୍ଧି ମଧ୍ୟ ରହେ ନାହିଁ ।

ଘରେ ପ୍ରତ୍ୟେକ ସଦସ୍ୟଙ୍କ ମଧ୍ୟରେ ପ୍ରେମ , ସମ୍ମାନ ଏବଂ ଏକତା ରହିବା ଉଚିତ । ସେପରି ଘରେ ଭଗବାନଙ୍କ ସାକ୍ଷାତ ଉପସ୍ଥିତି ମଧ୍ୟ ରହିଥାଏ । ଯେଉଁ ଘରେ ଅଳିଆ ଆବର୍ଜନା ଏବଂ ଆପରିଷ୍କାର ରହିଥାଏ ସେହି ଘରେ ଭଗବାନଙ୍କ ବାସ ହୁଏନାହିଁ । ଯେଉଁ ଘରର ଲୋକେ ପଶୁ ହତ୍ୟା କରନ୍ତୁ ସେମାନେ ମଧ୍ୟ ହନୁମାନଙ୍କ ଦଣ୍ଡର ପାତ୍ର ହୁଅନ୍ତି । ଯେଉଁ ଘରର ଲୋକେ ସନ୍ଥ ଏବଂ ଅତିଥିଙ୍କ ଅପମାନ କରନ୍ତି ସେହି ଘରେ ମଧ୍ୟ ଭଗବାନଙ୍କ ବାସ ହୁଏନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *