Excuse Me Odisha

ଯାହା କହିବୁ ସତ କହିବୁ

ଏହି ତିନୋଟି ପକ୍ଷୀ ଘରକୁ ଆସିବା ହୋଇଥାଏ ଶୁଭ । ଆସିଥାନ୍ତି ସ୍ୱୟଂ ମାତା ଲକ୍ଷ୍ମୀ ଏବଂ ମିଳିଥାଏ ଏହି ଶୁଭ ସଙ୍କେତ ।

ସେୟାର୍ କରନ୍ତୁ

ମାତା ଲକ୍ଷ୍ମୀଙ୍କ ଘରକୁ ଆଗମନ ଦ୍ୱାରା ଘରୁ ଦାରିଦ୍ର୍ୟତା ଦୂରେଇ ଯାଏ । ପ୍ରତ୍ୟେକ ସପ୍ତାହ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ । ଯାହାଦ୍ୱାରା ମାତା ଲକ୍ଷ୍ମୀଙ୍କର ଘରକୁ ଆଗମନ ହୋଇଥାଏ । ଏହାବ୍ୟତୀତ ଏହି ଶୁକ୍ରବାର ଦିନ ଘରକୁ କିଛି ଜୀବଜନ୍ତୁ ଆସିବା ଦ୍ୱାରା ମଧ୍ୟ ମାତା ଲଷ୍ମୀଙ୍କ ଆଗମନ ହୋଇଥାଏ । ତେବେ ଏହିସବୁ ପକ୍ଷୀ ଘରକୁ ଆସିଲେ କେବଳ ଶୁଭ ସଙ୍କେତ ମିଳି ନଥାଏ । ଯଦି କିଛି ଖାସ ଉପାୟ କରାଯାଏ ତେବେ ଅନେକ ଲାଭ ମଧ୍ୟ ମିଳିଥାଏ । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ସେହିସବୁ ପକ୍ଷୀ ଏବଂ ସେମାନଙ୍କ ସହିତ ଜଡ଼ିତ ଉପାୟ ବିଷୟରେ କହିବୁ ।

ଅନେକ ସମୟରେ ପ୍ରକୃତି ଏବଂ ପ୍ରକୃତିରେ ଉପସ୍ଥିତ ଥିବା ପ୍ରତ୍ୟେକ ଜିନିଷ ଆମକୁ ଅନେକ କିଛି ସଙ୍କେତ ଦେଇଥାଏ । ଯାହା ଭବିଷ୍ୟତରେ ହେବାକୁ ଥିବା ଶୁଭ କିମ୍ବା ଅଶୁଭ ଘଟଣାର ସଂକେତ ଦେଇଥାଏ । ଯଦି ଆମେ ସେହି ସବୁ ସଙ୍କେତକୁ ବୁଝିପାରୁ ତେବେ ଆମ ପାଇଁ ସହଜ ହୋଇଯାଏ ।

ମାତ୍ର କିଛି ସଙ୍କେତକୁ ଲୋକେ ବୁଝି ପାରନ୍ତି ନାହିଁ ଏବଂ ଅଣଦେଖା କରିଥାନ୍ତି । ଆଜି ଆମେ ଶାସ୍ତ୍ରରେ ବର୍ଣ୍ଣିତ ହୋଇଥିବା କେଉଁ ପକ୍ଷୀ ଘରକୁ ଆସିଲେ ଶୁଭ ସଙ୍କେତ ମିଳିଥାଏ । ସେହି ବିଷୟରେ କହିବୁ । ଏହା ବ୍ୟତୀତ ଶୁକ୍ରବାର ଦିନ କେଉଁ ପକ୍ଷୀ ଆସିଲେ ସାକ୍ଷାତ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ସେହି ବିଷୟରେ ମଧ୍ୟ କହିବୁ ।

୧ . ପାରା:-

ପାରା ଅତ୍ୟନ୍ତ ଶୁଭ ପକ୍ଷୀ ହୋଇଥାଏ । ଅନେକ ଲୋକ ଏହି ପକ୍ଷୀକୁ ଘୃଣା କରିଥାନ୍ତି । କାରଣ ଏହି ପକ୍ଷୀ ଅତ୍ୟନ୍ତ ଆପରିଷ୍କାର ସୃଷ୍ଟି କରିଥାଏ । କିନ୍ତୁ ଶୁକ୍ରବାର ଦିନ ଏହି ପକ୍ଷୀ ଘରକୁ ଆସିବା ଅତ୍ୟନ୍ତ ଶୁଭ ହୋଇଥାଏ । ଯାହାକି ସାକ୍ଷାତ ମାତା ଲକ୍ଷ୍ମୀଙ୍କ ଘରକୁ ଆଗମନ ଅଟେ । ତେଣୁ ଶୁକ୍ରବାର ଦିନ ଏହି ପକ୍ଷୀ ଘରକୁ ଆସିଲେ ଚାରା ନିହାନ୍ତି ପକାନ୍ତୁ । କିନ୍ତୁ ଏହି ପକ୍ଷୀ ଘରକୁ ଆସି ବସା ବନାଇବା ଆଦୋୖ ଶୁଭ ହୋଇ ନଥାଏ ।

୨ . ମୟୁର:-

ଏହି ପକ୍ଷୀ ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ମୟୁର ସାକ୍ଷାତ ମାତା ସରସ୍ୱତୀ ଏବଂ କାର୍ତ୍ତିକଙ୍କ ବାହାନ ହୋଇଥାଏ । ଏହାବ୍ୟତୀତ ସ୍ୱୟଂ ଭଗବାନ ବିଷ୍ଣୁ ନିଜ ମିକୁଟରେ ମଧ୍ୟ ମୟୁର ପର ଲଗାଇଥାନ୍ତି । ଯଦି ଶୁକ୍ରବାର ଦିନ ଏହି ପକ୍ଷୀ ଘରକୁ ଆସି ବସେ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ଘରର ବିକାଶ ହୋଇଥାଏ ଏବଂ ଶତ୍ରୁଙ୍କ ନାଶ ହୋଇଥାଏ । ଯଦି ଆପଣ କୌଣସି କାର୍ଯ୍ୟ ପାଇଁ ବାହାରକୁ ଯାଉଛନ୍ତି ଏବଂ ଆପଣଙ୍କୁ ମୟୁରର ଦର୍ଶନ ହେଉଛି ତେବେ ଆପଣ ନିଜ କାମରେ ନିଶ୍ଚୟ ସଫଳ ହେବେ । ମାତ୍ର ମୟୁରକୁ ମାରିବା ଦ୍ୱାରା ପାପ ହୋଇଥାଏ ।

୩ . ବାଇ ଚଢ଼େଇ:-

ବାଇ ଚଢ଼େଇ ଘରକୁ ଆସିବା ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ଏହି ଚଢ଼େଇ ଶୁକ୍ରବାର ଦିନ ଘରକୁ ଆସି ବସେ ଏବଂ ଘରେ ବସା ବନାଏ ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଘରେ ସର୍ବଦା ସୁଖ ସମୃଦ୍ଧି ରହିଥାଏ । ଏହାର ଅର୍ଥ ଆପଣଙ୍କୁ ବହୁତ ଜଲଦି କିଛି ଶୁଭ ସମାଚାର ମିଳିବାକୁ ଯାଉଛି । ଯଦି ଏହି ଚଢ଼େଇ ଆପଣଙ୍କ ଉପରେ ବସି ଯାଉଛି କିମ୍ବା ଆପଣଙ୍କ ଗୋଡ଼ ଉପରେ ବସି ଯାଉଛି ତେବେ ଆପଣଙ୍କୁ ଆକସ୍ମିକ ଧନ ପ୍ରାପ୍ତ ହେବାକୁ ଯାଉଛି ।

୪ . ପେଚା:-

ପେଚା ସମ୍ବନ୍ଧରେ ଅନେକ ମାନ୍ୟତା ଅଛି ଯେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ । ଆଉ କିଛି ଲୋକ ଏହାକୁ ଅଶୁଭ ମାନିଥାନ୍ତି । ମାତ୍ର ଏହି ପକ୍ଷୀର ଶରୀର ସଂରଚନା ଏହି ପକ୍ଷୀକୁ ଭୟଙ୍କର ବନାଇଥାଏ । ଏହି ପକ୍ଷୀ ନିଶାଚର ହୋଇଥାଏ ଏବଂ ରାତିରେ ହିଁ ଦେଖା ଦେଇଥାଏ । ଏହାର ଭୟଙ୍କର ରୁପ ଅନୁଯାୟୀ ଲୋକେ ଏହାକୁ ଅଶୁଭ ମାନିଥାନ୍ତି । ମାତ୍ର ପୁରାଣରେ ବର୍ଣ୍ଣିତ କଥା ଅନୁଯାୟୀ ଏହି ପକ୍ଷୀ ସାକ୍ଷାତ ଲକ୍ଷ୍ମୀଙ୍କ ବାହାନ ଏବଂ ଅନେକ କ୍ଷେତ୍ରରେ ଶୁଭ ମଧ୍ୟ ହୋଇଥାଏ । ଅନେକ ସମୟରେ ଏପରି ମାନାଯାଏ ଯେ କୌଣସି ଗର୍ଭବତୀ ମହିଳାକୁ ଯଦି ପେଚା ଦେଖାଯାଏ ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *