Excuse Me Odisha

ଯାହା କହିବୁ ସତ କହିବୁ

ଏହିଦିନ ଭୁଲରେ ମଧ୍ୟ କ୍ରୟ କରନ୍ତୁ ନାହିଁ ଝାଡୁ। ନଚେତ ହୋଇଯିବେ କାଙ୍ଗାଳ ଓ ଘରକୁ ମାଡି ଆସିବ ଦାରିଦ୍ର୍ୟତା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ବାସ୍ତୁ ଶାସ୍ତ୍ର ଅନୁସାରେ ଝାଡୁ ସମ୍ବନ୍ଧିତ କିଛି ବିଶେଷ ନିୟମ ଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। ମାନ୍ୟତା ଅନୁସାରେ ଝାଡୁ ମଧ୍ୟରେ ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ଦିନ ଝାଡୁ କ୍ରୟ କରିବା ଓ ଦାନ କରିବା ଉଚିତ ନୁହେଁ। ଝାଡୁ ସମ୍ବନ୍ଧିତ ଖାସ ନିୟମ ଗୁଡିକ ପାଳନ ନକଲେ ଘରକୁ ମହା ବିପତ୍ତି ମାଡି ଆସିଥାଏ।

ଘରର ସଫେଇ କରିବା ପାଇଁ ଝାଡୁ ନିହାତି ଆବଶ୍ୟକ ଅଟେ। ହିନ୍ଦୁଧର୍ମ ମାନ୍ୟତା ଅନୁସାରେ ଝାଡ଼ୁକୁ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ମାନା ଯାଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ଝାଡୁ ସମ୍ବନ୍ଧିତ କିଛି ଖାସ ନିୟମ ଗୁଡିକ ବିଷୟରେ ବର୍ଣ୍ଣନା କରାଯାଇଛି। ଝାଡ଼ୁକୁ କେଉଁ ଦିଗରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଝାଡୁ କ୍ରୟ କରିବା ସମୟରେ ତିଥି, ବାର ଆଦିର ଧ୍ୟାନ ରଖିବା ଉଚିତ। କାରଣ ଭୁଲ ଦିନରେ କ୍ରୟ କରିଥିବା ଝାଡୁ ଅନେକ ସମସ୍ୟାକୁ ଆମନ୍ତ୍ରଣ କରିଥାଏ। ତେବେ ଆସନ୍ତୁ କେଉଁ ଦିନ ଝାଡୁ କ୍ରୟ କରିବା ଉଚିତ ନୁହେଁ, ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଏହିଦିନ କ୍ରୟ କରନ୍ତୁ ନାହିଁ ଝାଡୁ :-

ଶନିବାର :- ବାସ୍ତୁ ଶାସ୍ତ୍ର ଅନୁସାରେ ଶନିବାର ଦିନ କେବେବି ଝାଡୁ କ୍ରୟ କରିବା ଉଚିତ ନୁହେଁ। ଶନିବାର ଭଗବାନ ଶନିଙ୍କୁ ସମର୍ପିତ ଅଟେ। ତେଣୁ ଶନିବାର ଦିନ ଝାଡୁ କିଣିବା ବା ବାହାରେ ଫିଙ୍ଗିବା ଦ୍ଵାରା ଘରେ ଆର୍ଥିକ ଅଭାବ ଦେଖା ଦେଇଥାଏ। ଏହାସହିତ ପରିବାର ଲୋକଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ। ଏହାସହିତ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଘରୁ ପଳାଇ ଯାଇ ଥାଆନ୍ତି।

ସୋମବାର : – ସୋମବାର ଦିନ କେବେବି ଝାଡୁ କ୍ରୟ କରନ୍ତୁ ନାହିଁ। କାରଣ ସୋମବାର ଦିନ ଭଗବାନ ଶିବଙ୍କୁ ସମର୍ପିତ ଅଟେ। ଯଦି ଆପଣ ସୋମବାର ଦିନ ଝାଗୁ କ୍ରୟ କରିବେ, ତାହେଲେ ଆପଣଙ୍କର କୌଣସି ଅଭିଳାଷା ପୂରଣ ହେବ ନାହିଁ। ଏହାସହିତ ଆପଣଙ୍କୁ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ।

ଶୁକ୍ଳ ପକ୍ଷ :- କେବେବି ଶୁକ୍ଳ ପକ୍ଷରେ ଝାଡୁ କିଣିବା ଉଚିତ ନୁହେଁ। ଏହାଦ୍ବାରା ଘରେ ଆର୍ଥିକ ସଙ୍କଟ ଦେଖା ଦେଇଥାଏ। ଶୁକ୍ଳ ପକ୍ଷ ଚାଲୁଥିବା ସମୟରେ ଝାଡୁ କିଣିଲେ ଦୁର୍ଭାଗ୍ୟର ସାମ୍ନା କରିବାକୁ ପଡ଼ିଥାଏ।

କେଉଁଦିନ ଝାଡୁ ଫିଙ୍ଗିବେ ନାହିଁ :-

ଯେପରି ଝାଡୁ କିଣିବା ପାଇଁ ଏକ ଖାସ ନିୟମ ବା ଦିନ ରହିଛି, ସେହିପରି ଖରାପ ହୋଇ ଯାଇଥିବା ଝାଡୁକୁ ଘରୁ ହଟାଇବା ପାଇଁ ଏକ ଖାସ ମୁହୂର୍ତ୍ତ ରହିଛି। ଝାଡ଼ୁକୁ କେବେବି ଗୁରୁବାର ଓ ଶୁକ୍ରବାର ଦିନ ଫିଙ୍ଗିବା ଉଚିତ ନୁହେଁ। ଏହାଦ୍ବାରା ଝାଡ଼ୁର ଅପମାନ ହୋଇଥାଏ ଏବଂ ଆର୍ଥିକ ସଂକଟର ସାମ୍ନା କରିବାକୁ ପଡ଼ିଥାଏ। ତେବେ ଆପଣଙ୍କ ଘରେ ରହିଥିବା ପୁରୁଣା ବା ଖରାପ ହୋଇ ଯାଇଥିବା ଝାଡୁକୁ ଆପଣ ଶନିବାର, ଅମାବାସ୍ୟା, ହୋଲିକା ଦହନ, ଚନ୍ଦ୍ର ଗ୍ରହଣ ବା ସୂର୍ଯ୍ୟପରାଗ ପରେ ବାହାରେ ଫିଙ୍ଗି ପାରିବେ। ଏଭଳି କରିବା ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *