Excuse Me Odisha

ଯାହା କହିବୁ ସତ କହିବୁ

ଧନବାନ ହେବା ପୂର୍ବରୁ ମନୁଷ୍ୟ ଦେଖିଥାଏ ଏହି ସ୍ୱପ୍ନ । ଜାଣନ୍ତୁ କଣ କହିଛନ୍ତି ଭଗବାନ ଶ୍ରୀକୃଷ୍ଣ ।

ସେୟାର୍ କରନ୍ତୁ

ମହାଭାରତରେ କର୍ଣ୍ଣ ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ୱପ୍ନର ରହସ୍ୟ ବିଷୟରେ ପଚାରିଲେ ସେତେବେଳେ ଭଗବାନ ଶ୍ରୀକୃଷ୍ଣ କହିଥିଲେ ଯେ କିଛି ସ୍ୱପ୍ନ ବିଷୟରେ ମନୁଷ୍ୟକୁ ଅନ୍ୟ ସାମ୍ନାରେ କହିବା ଉଚିତ ନୁହେଁ । ନଚେତ ସେହି ସ୍ବପ୍ନର ଫଳ ପ୍ରାପ୍ତ ହୋଇ ନଥାଏ । ମନୁଷ୍ୟ ଦେଖୁଥିବା କିଛି ସ୍ୱପ୍ନ ତାର ମନେ ରହିଥାଏ । ମାତ୍ର ଆଉ କିଛି ସ୍ୱପ୍ନ ମନେ ରହେ ନାହିଁ । ପୁଣି ସେହି ସ୍ୱପ୍ନ ଦେଖିବା ପରେ କାହା ସାମ୍ନାରେ କହିବାର ଭୁଲ ଆଦୋୖ କରନ୍ତୁ ନାହିଁ । ଏହାଦ୍ବାରା ଆପଣ ସମସ୍ୟାରେ ପଡ଼ି ପାରନ୍ତି । ତେବେ ଚାଲନ୍ତୁ ଜାଣିବା ଯେ ଏହିସବୁ ସ୍ୱପ୍ନ ବିଷୟରେ ଅନ୍ୟ ଲୋକ ଜାଣିଲେ କଣ ହୋଇଥାଏ ।

୧ . ସ୍ୱପ୍ନରେ ପଦ ଚିହ୍ନ:-

ଯଦି ମନୁଷ୍ୟର ସ୍ୱପ୍ନରେ ପଦ ଚିହ୍ନ ଦେଖା ଯାଇଥାଏ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ରାଜଯୋଗ ଆସିବାର ସଙ୍କେତ ହୋଇଥାଏ । ଏହାକୁ ସ୍ୱପ୍ନ ଶାସ୍ତ୍ରରେ ବହୁତ ଦୁର୍ଲଭ ବୋଲି କୁହାଯାଇଛି । ଏହି ପଦ ଚିହ୍ନ ସାକ୍ଷାତ ଦେବୀ ଲକ୍ଷ୍ମୀଙ୍କର ହୋଇଥାଏ । ଏହି ସଙ୍କେତ ସେହି ବ୍ୟକ୍ତିକୁ ମିଳିଥାଏ । ଯାହା ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

ଯଦି କୌଣସି ବ୍ୟକ୍ତିକୁ ମାତା ଲକ୍ଷ୍ମୀଙ୍କ ପଦ ଚିହ୍ନ ଦେଖା ଯାଇଥାଏ ଏବଂ ସେ ତାହାକୁ ଅନୁସରଣ କରିଥାଏ । ତେବେ ଏହାର ଅର୍ଥ ଆଗାମୀ ସମୟରେ ତାକୁ ଅପାର ଧନ ଲାଭ ହେବାକୁ ଯାଉଛି । କିନ୍ତୁ ଏହି ସ୍ୱପ୍ନ ବିଷୟରେ କେବେବି ଅନ୍ୟକୁ କହିବା ଉଚିତ ନୁହେଁ । ନଚେତ ଏହି ସ୍ବପ୍ନର ଫଳ ପ୍ରାପ୍ତ ହୁଏ ନାହିଁ ।

୨ . ନାଗ ଦେବତାଙ୍କ ସୁଲଭ ଦର୍ଶନ:-

ଅନେକ ଲୋକ ସ୍ୱପ୍ନରେ ସାପ କାମୁଡ଼ି ଦେଉଥିବା କିମ୍ବା ଏକାଧିକ ସାପ ଘେରି ଯାଉଥିବା କିମ୍ବା ଗୋଡ଼ାଉ ଥିବାର ଦେଖନ୍ତି । ମାତ୍ର ସ୍ୱପ୍ନରେ ନାଗ ଦେବତାଙ୍କ ଦର୍ଶନ ଅତ୍ୟନ୍ତ ଶୁଭ ଅଟେ । ଶାସ୍ତ୍ରରେ ଏହା କୁହାଯାଇଛି ଯେ ଯେଉଁ ସ୍ଥାନରେ ସୁନା ଥାଏ ସେହି ସ୍ଥାନରେ ନାଗ ଦେବତା ପ୍ରକଟ ହୋଇଥାନ୍ତି । ଯଦି ଆପଣ ସ୍ୱପ୍ନରେ ନାଗ ଦେବତାଙ୍କୁ ଦର୍ଶନ କରୁଛନ୍ତି ତେବେ ଏହାର ଅର୍ଥ ବହୁତ ଜଲଦି ଆପଣଙ୍କୁ ଧନ ପ୍ରାପ୍ତ ହେବାକୁ ଯାଉଛି । କିନ୍ତୁ ଏହି ସ୍ୱପ୍ନ ବିଷୟରେ ମଧ୍ୟ କାହାକୁ କହିବା ଦ୍ୱାରା ଫଳ ପ୍ରାପ୍ତ ହୁଏ ନାହିଁ । ତେଣୁ ଏହାକୁ ଗୁପ୍ତ ରଖନ୍ତୁ ।

୩ . ଏକାଧିକ ଖଜଣା:-

ଯଦି ଆପଣ ସ୍ୱପ୍ନରେ କୌଣସି ଖଜଣା କିମ୍ବା ଏକାଧିକ ସୁନା ଗହଣାକୁ ଏକାଠି କରୁଥିବାର ଦେଖୁଛନ୍ତି ତେବେ ଏ ବିଷୟରେ କାହାକୁ କୁହନ୍ତୁ ନାହିଁ । ନଚେତ ଏହାର ଫଳ ପ୍ରାପ୍ତ ହେବ ନାହିଁ । ଏହି ସ୍ୱପ୍ନ ଦେଖିବାର ଅର୍ଥ ଆପଣଙ୍କୁ ନିକଟ ଭବିଷ୍ୟତରେ ପ୍ରଚୁର ଧନ ପ୍ରାପ୍ତ ହେବାକୁ ଯାଉଛି ।

୪ . ହାତୀ କିମ୍ବା ଘୋଡ଼ା ସବାରି:-

ଯଦି ଆପଣ ସ୍ୱପ୍ନରେ ନିଜକୁ ହାତୀ କିମ୍ବା ଘୋଡ଼ାରେ ସବାରି କରୁଥିବାର ଦେଖିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ହେବାକୁ ଯାଉଛି । ଆପଣଙ୍କୁ କୌଣସି ବଡ଼ କାର୍ଯ୍ୟରେ ସଫଳତା ମିଳିପାରେ । ଯାହାଦ୍ୱାରା ଆପଣଙ୍କୁ ସମସ୍ତେ ପ୍ରଶଂସା କରି ପାରନ୍ତି । ଘୋଡ଼ା ଏବଂ ହାତୀ ଐଶ୍ୱର୍ଯ୍ୟର ପ୍ରତୀକ ହୋଇଥାଏ । ତେଣୁ ଆପଣଙ୍କୁ ନିକଟ ଭବିଷ୍ୟତରେ ଧନ ପ୍ରାପ୍ତି ମଧ୍ୟ ହୋଇପାରେ । କିନ୍ତୁ ଏହି ସ୍ୱପ୍ନ ବିଷୟରେ କାହାକୁ କୁହନ୍ତି ନାହିଁ ।

୫ . ନିଜର କିମ୍ବା ନିଜ ସମ୍ପର୍କୀୟର ମୃତ୍ୟୁ:-

ଯଦି ଆପଣ ସ୍ୱପ୍ନରେ ନିଜର କିମ୍ବା ନିଜର ଅନ୍ତରଙ୍ଗ ବ୍ୟକ୍ତିର ମୃତ୍ୟୁ ଦେଖିଛନ୍ତି , ତେବେ ଏହି ବିଷୟରେ କାହାକୁ କୁହନ୍ତୁ ନାହିଁ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଆପଣଙ୍କ ଭାଗ୍ୟ ମଧ୍ୟ ବଦଳି ଦେଇଥାଏ । ସ୍ୱପ୍ନରେ ଯେଉଁ ବ୍ୟକ୍ତିର ମୃତ୍ୟୁ ଆପଣ ଦେଖୁଛନ୍ତି ସେହି ବ୍ୟକ୍ତିର ଆୟୁଷ ବଢ଼ିଯାଏ ।

୬ . ଭଗବାନଙ୍କ ଦର୍ଶନ:-

ସ୍ୱପ୍ନରେ ଭଗବାନଙ୍କ ଦର୍ଶନ ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ଜୀବନକୁ ଅନେକ ଖୁସି ଆସିବାକୁ ଯାଉଛି । ସ୍ୱପ୍ନରେ ଯଦି ଭଗବାନ ଆପଣଙ୍କୁ ଦର୍ଶନ ଦେଉଛନ୍ତି ତେବେ ଆପଣ ଭବିଷ୍ୟତରେ ଅନେକ ମାନ ସମ୍ମାନର ଅଧିକାରୀ ହେବାକୁ ଯାଉଛନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *