Excuse Me Odisha

ଯାହା କହିବୁ ସତ କହିବୁ

ମକର ସଂକ୍ରାନ୍ତି ଦିନ କରନ୍ତୁ ଏହି ଖାସ ଉପାୟ, ଦେବୀ ଲକ୍ଷ୍ମୀ ଓ କୁବେର ମହାରାଜ ଆପଣଙ୍କ ଉପରେ ରହିବେ ପ୍ରସନ୍ନ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଗ୍ରହ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହ ସମସ୍ତ ସଂସାରକୁ ପ୍ରକାଶିତ କରିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଗ୍ରହ ରାଶି ପରିବର୍ତ୍ତନ କରିଥାନ୍ତି, ଏହାକୁ ସଂକ୍ରାନ୍ତି କୁହାଯାଏ। କହିବାକୁ ଗଲେ ବର୍ଷକୁ ୧୨ ଗୋଟି ସଂକ୍ରାନ୍ତି ପଡ଼ିଥାଏ। ସେଥିମଧ୍ୟରୁ ମକର ସଂକ୍ରାନ୍ତି ଅତ୍ୟନ୍ତ ଶୁଭ ଓ ମଙ୍ଗଳକାରୀ ଅଟେ। ଏହି ପର୍ବ ଭାରତବର୍ଷରେ ଅନେକ ରୂପରେ ପାଳନ କରାଯାଇଥାଏ।

ଶାସ୍ତ୍ର ଅନୁସାରେ ମକର ସଂକ୍ରାନ୍ତିର ଏହି ପର୍ବ ସୂର୍ଯ୍ୟ ଦେବ ଓ ସନିଦେବଙ୍କୁ ସମର୍ପିତ ଅଟେ। ମକର ସଂକ୍ରାନ୍ତି ଦିନଠାରୁ ଦାନ ପୁଣ୍ୟ କାର୍ଯ୍ୟ, ବ୍ରତ ଉପବାସ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ମକର ସଂକ୍ରାନ୍ତି ଦିନ ଠାରୁ ସୂର୍ଯ୍ୟ ଦକ୍ଷିଣାୟଣ ହୋଇଥାନ୍ତି।ସେହି ଅବଧିକୁ ଦେବତା ମାନଙ୍କର ରାତ୍ରି ବୋଲି କୁହାଯାଏ। ଯେତେବେଳେ ସୂର୍ଯ୍ୟ ୬ ମାସ ପର୍ଯ୍ୟନ୍ତ ଉତ୍ତରାୟଣ ହୋଇଥାଆନ୍ତି, ସେତେବେଳେ ଦେବତା ମାନଙ୍କର ଦିନ ଆରମ୍ଭ ହୋଇଯାଇଥାଏ। ସେହିଦିନ ଠାରୁ ସବୁ ଶୁଭ କାର୍ଯ୍ୟ ଆରମ୍ଭ କରିବାର ବିଧି ରହିଛି।

ଏବର୍ଷ ସୂର୍ଯ୍ୟ ଗ୍ରହ ଜାନୁଆରୀ ୧୪ ତାରିଖ ରାତି ୮:୨୧ ମିନିଟରେ ଧନୁ ରାଶିରୁ ବାହାରି ମକର ରାଶିର ଗୋଚର କରିବେ ଏବଂ ଉଦୟା ତିଥି ଅନୁସାରେ ଜାନୁଆରୀ ୧୫ ତାରିଖ ଦିନ ମକର ସଂକ୍ରାନ୍ତି ପର୍ବ ପାଳିତ ହେବ। ଏହିଦିନ ଆପଣ କିଛି ସରଳ ଉପାୟ କରି ସୂର୍ଯ୍ୟ ଗ୍ରହକୁ ପ୍ରସନ୍ନ କରି ପାରିବେ।

ମକର ସଂକ୍ରାନ୍ତି ଦିନ ସକାଳୁ ଉଠି ତିଳ ମିଶା ଜଳରେ ସ୍ନାନ କରିବା ଆବଶ୍ୟକ। ଏହାପରେ ଭଗବାନ ସୂର୍ଯ୍ୟଙ୍କୁ ତିଳ ମିଶା ଜଳ, ଅର୍ଘ୍ୟ ଆଦି ଅର୍ପଣ କରିବା ଉଚିତ। ତାପରେ କୁସ ଆସନରେ ବସି ” ଓଁ ଆଦିତ୍ୟାୟ ବିଦ୍ମହେ, ଦିବାକରାୟ ଧୀମହି, ତନ୍ନୋ ସୂର୍ଯ୍ୟ ପ୍ରଚୋଦୟାତ୍।। ଏହି ମନ୍ତ୍ର ରୁଦ୍ରାକ୍ଷ ମାଳା ଧରି ଜପ କରିବା ଆବଶ୍ୟକ।

ମକର ସଂକ୍ରାନ୍ତି ଦିନ ଦାନ କରିବାର ବିଶେଷ ମହତ୍ତ୍ଵ ରହିଛି। ଏହିଦିନ ବସ୍ତ୍ର, ଅନ୍ନ, ରୂପା, ଗୁଡ଼, ଚୂଡା ଆଦି ଦାନ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଆପଣ ନିଜ ସକ୍ଷମତା ଅନୁସାରେ ଦାନ କରି ପାରିବେ। ପୌରାଣିକ ମାନ୍ୟତା ଅନୁସାରେ ମକର ସଂକ୍ରାନ୍ତି ଦିନ ତିଳ ଅଧିକ ବ୍ୟବହାର ହୋଇଥାଏ। ଏହା ପଛରେ ଏକ ପୌରାଣିକ କଥା ରହିଛି। ସୂର୍ଯ୍ୟ ଓ ଶନିଙ୍କ ମଧ୍ୟରେ ବିବାଦ ରହିଥିଲା।

କାରଣ ସୂର୍ଯ୍ୟ ତାଙ୍କ ମାତା ଛାୟାଙ୍କୁ ଅସ୍ବୀକାର କରିଥିଲେ। ଏହାଦ୍ବାରା ଶନି କ୍ରୋଧିତ ହୋଇ ସୂର୍ଯ୍ୟଙ୍କୁ କୁଷ୍ଠ ରୋଗ ବ୍ୟାଧି ହେବାର ଅଭିଶାପ ଦେଇ ଦେଲେ। ସୂର୍ଯ୍ୟଙ୍କର ଅନ୍ୟ ଏକ ପୁତ୍ର ହେଉଛନ୍ତି ମୃତ୍ୟୁର ଦେବତା ଯମରାଜ। ସେ ତାଙ୍କ ପିତାଙ୍କ ଅବସ୍ଥା ଦେଖି ତପସ୍ୟା କଲେ। ତାଙ୍କ ତପସ୍ୟା ଫଳ ସ୍ୱରୂପ ଭଗବାନ ସୂର୍ଯ୍ୟ କୁଷ୍ଠ ରୋଗରୁ ମୁକ୍ତ ହେଲେ।

ଶନି ଓ ଦେବୀ ଛାୟାଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଭଗବାନ ସୂର୍ଯ୍ୟ ଶନିଙ୍କ ରାଶି କୁମ୍ଭକୁ ନଷ୍ଟ କରି ଦେଲେ। ମୃତ୍ୟୁର ଦେବତା ଯମଙ୍କ ଅନୁରୋଧ କ୍ରମେ ସୂର୍ଯ୍ୟ ଶାନ୍ତ ହୋଇ ଶନିଙ୍କ ଘରକୁ ଗଲେ ଏବଂ ଶନି ତିଳ ନେଇ ତାଙ୍କ ପିତାଙ୍କୁ ସ୍ବାଗତ କଲେ। ତାପରେ ସୁର୍ଯ୍ୟ ଶନିଙ୍କୁ ଆଶୀର୍ବାଦ କଲେ କି, ହେବେ ସେ ମକର ରାଶିକୁ ଗୋଚର କରିବେ, ସେତେବେଳେ ଶନିଙ୍କୁ ଧନଧାନ୍ୟରେ ପରିପୂର୍ଣ କରି ଦେବେ। ତେଣୁ ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଓ ଶନିଙ୍କ ପୂଜାରେ ତିଳ ବ୍ୟବହାର କରାଯାଏ।

ମକର ସଂକ୍ରାନ୍ତି ଦିନ ଅନ୍ୟମାନଙ୍କର କେବେବି ଅପମାନ କରନ୍ତୁ ନାହିଁ। ଏହାସହିତ ପଶୁପକ୍ଷୀ ମାନଙ୍କୁ କାତ ଦିଅନ୍ତୁ ନାହିଁ। ଏହିଦିନ ମାଂସ, ମଦିରା ଆଦିରୁ ଦୂରେଇ ଦିଅନ୍ତୁ। ଏହିଦିନ ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଶ୍ରିଯନ୍ତ୍ର ଘରକୁ ଆଣନ୍ତୁ। ଏହିଦିନ ଦେବୀ ଲକ୍ଷ୍ମୀଙ୍କୁ ଅର୍ପଣ କରିଥିବା ଭୋଗ ସମସ୍ତଙ୍କ ମଧ୍ୟରେ ବଣ୍ଟନ କରନ୍ତୁ। ଏହାଦ୍ବାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ବଢିବ। ଏହିଦିନ ଅସହାୟ ଲୋକଙ୍କୁ ଭୋଜନ କରାନ୍ତୁ। ଏହାସହିତ ଘରକୁ ଆସୁଥିବା ପଶୁପକ୍ଷୀ ମାନଙ୍କୁ ଖାଦ୍ୟ ଖାଇବାକୁ ଦିଅନ୍ତୁ। ଯାହାଫଳରେ ଆପଣଙ୍କୁ ପୁଣ୍ୟ ପ୍ରାପ୍ତି ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *