Excuse Me Odisha

ଯାହା କହିବୁ ସତ କହିବୁ

ଭଲ ସମୟ ଆସିବା ପୂର୍ବରୁ ମଙ୍ଗଳବାର ଦିନ ପ୍ରଭୁ ହନୁମାନ ଦେଇଥାନ୍ତି ୫ଟି ଶୁଭ ସଙ୍କେତ, ଏହାକୁ କଦାପି ଅଣଦେଖା କରନ୍ତୁ ନାହିଁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ସପ୍ତାହର ପ୍ରତ୍ୟେକଦିନ କୌଣସି ନା କୌଣସି ଦେବୀ ବା ଦେବତାଙ୍କୁ ସମର୍ପିତ ଅଟେ। ସେହିପରି ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କୁ ସମର୍ପିତ ଅଟେ। ଯଦି ଆପଣ ଚାହୁଁଛନ୍ତି ପ୍ରଭୁ ହନୁମାନ ଆପଣଙ୍କର ସମସ୍ୟା ଦୁଃଖକଷ୍ଟ ହରଣ କରି ନିଅନ୍ତୁ ଏବଂ ଆପଣଙ୍କ ଜୀବନରେ ସମସ୍ତ ବାଧାବିଘ୍ନ ଦୂର ହୋଇଯାଉ, ତାହେଲେ ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କୁ ସଚ୍ଚୋଟ ମନରେ ଆରାଧନା କରନ୍ତୁ, ଦେଖିବେ ଆପଣଙ୍କ ଉପରେ ସର୍ବଦା ପ୍ରଭୁ ହନୁମାନଙ୍କର କୃପା ଦୃଷ୍ଟି ରହିବ।

ପୌରାଣିକ ମାନ୍ୟତା ଅନୁସାରେ, ଯେଉଁ ବ୍ୟକ୍ତି ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କୁ ଶ୍ରଦ୍ଧା ପୂର୍ବକ ପୂଜା କରନ୍ତି ଏବଂ ହନୁମାନ ଚାଳିଶା ପାଠ କରିଥାନ୍ତି, ତାଙ୍କ ଜୀବନରୁ ସର୍ବଦା ଦୁଃଖକଷ୍ଟ ଦୂର ହୋଇ ଯାଇଥାଏ। ଆଜି ଆମେ ଆପଣଙ୍କୁ କିଛି ଖାସ ଉପାୟ କହିବାକୁ ଯାଉଛୁ, ଯାହାକୁ ଆପଣ ମଙ୍ଗଳବାର ଦିନ ପ୍ରୟୋଗ କରି ପ୍ରଭୁ ହନୁମାନଙ୍କୁ ପ୍ରସନ୍ନ କରି ପାରିବେ। ଏହାସହିତ ଜାଣିବା କି ମଙ୍ଗଳବାର ଦିନ କେଉଁ ସବୁ କାର୍ଯ୍ୟ କରିବା ଉଚିତ ନୁହେଁ। ତେବେ ବନ୍ଧୁଗଣ ଯେଉଁ ମଙ୍ଗଳବାର ଦିନ ଆପଣଙ୍କୁ ଏହି ୫ ଗୋଟି ସଂକେତ ମିଳିବ, ତାହେଲେ ବୁଝି ଯିବେ କି ଆପଣଙ୍କ ଉପରେ ପ୍ରଭୁ ହନୁମାନଙ୍କ କୃପା ରହିଛି।

ମଙ୍ଗଳବାର ଦିନ ହନୁମାନ ମନ୍ଦିର ଦର୍ଶନ କରି ନିଶ୍ଚିତ ଭାବରେ ପ୍ରଭୁ ଶ୍ରୀରାମଙ୍କର ଦର୍ଶନ ମଧ୍ୟ କରିବା ଉଚିତ। ଏହାସହିତ ପ୍ରତ୍ୟେକଦିନ ହନୁମାନ ଚାଳିଶା ପାଠ କରିବା ଉଚିତ। ଏହାଦ୍ବାରା ଆପଣଙ୍କ ଜୀବନରେ ସବୁ ଦୁଃଖକଷ୍ଟ ଦୂର ହୋଇଯିବ। ମଙ୍ଗଳବାର ଦିନ ହନୁମାନ ମନ୍ଦିରରେ ଘିଅର ଦୀପ ଜାଳିଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ ଏବଂ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ମଙ୍ଗଳବାର ଦିନ ଲାଲ ଗାଈକୁ ରୁଟି ଖାଇବାକୁ ଦେବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାଦ୍ବାରା ଋଣରୁ ମୁକ୍ତି ମିଳିଥାଏ।

ଯଦି ଆପଣ ବାହାର ସ୍ଥାନକୁ ଯାଉଛନ୍ତି, ତାହେଲେ କୌଣସି ଲାଲ ରଙ୍ଗର ବସ୍ତୁ ନେଇ ଯାଆନ୍ତୁ। ଏହାଦ୍ବାରା ଆପଣଙ୍କର ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ। ଏବେ ଆସନ୍ତୁ ଜାଣିବା ମଙ୍ଗଳବାର ଦିନ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ। ମଙ୍ଗଳବାର ଦିନ କେବେବି ଟଙ୍କାପଇସା କାରବାର କରିବା ଉଚିତ ନୁହେଁ। ଏହାଦ୍ବାରା ଅର୍ଥ କ୍ଷୟ ହେବାର ସମ୍ଭାବନା ରହିଥାଏ। ମଙ୍ଗଳ ଗ୍ରହକୁ ଉଗ୍ର ଗ୍ରହ ବୋଲି କୁହାଯାଏ, ତେଣୁ ମଙ୍ଗଳବାର ଦିନ କେବେବି ମାଂସ, ମଦିରା ଆଦିର ସେବନ କରିବା ଉଚିତ ନୁହେଁ। ନଚେତ ଆପଣଙ୍କ ମଧ୍ୟରେ ଉଗ୍ରତା ବୃଦ୍ଧି ହୋଇପାରେ।

ମଙ୍ଗଳବାର ଦିନ କେବେବି କଇଁଚି, ଛୁରୀ ଆଦି ତୀକ୍ଷ୍ଣ ବସ୍ତୁ କ୍ରୟ କରିବା ଉଚିତ ନୁହେଁ। ନଚେତ ଆପଣଙ୍କ ଘରେ ଅନେକ ନକରାତ୍ମକ ପ୍ରଭାବ ପଡିପାରେ। ମଙ୍ଗଳବାର ଦିନ କେବେବି ଚୁଟି କାଟିବା ଉଚିତ ନୁହେଁ। ଏହାସହିତ କୌଣସି ବିନଜିର ମହିଳା ଏହି ଦିନ ସୌନ୍ଦର୍ଯ୍ୟ ପ୍ରସାଧନ କ୍ରୟ କରିବା ଉଚିତ ନୁହେଁ। ଏହାଦ୍ବାରା ବୈବାହିକ ଜୀବନରେ ଖରାପ ପ୍ରଭାବ ପଡ଼ିଥାଏ। ଏବେ ଆସନ୍ତୁ ଜାଣିବା ମଙ୍ଗଳବାର ଦିନ କେଉଁ ସବୁ ଉପାୟ କରିବା ଉଚିତ।

ଘରକୁ ଖରାପ ଶକ୍ତିରୁ ବଞ୍ଚିତ କରିବା ପାଇଁ ଘରର ମୁଖ୍ୟ ଦୁଆର ମୁହଁରେ ଲାଲ କପଡ଼ାରେ ଲୁଣ ଭରି ବାନ୍ଧି ଦେବା ଉଚିତ। ଅଧିକ ଧନ ବୃଦ୍ଧି କରିବାକୁ ଚାହୁଁଥିଲେ ଗୋଟେ ଲାଲ କପଡ଼ାରେ କଳା ଲୁଣ ରଖି ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ଏହାଦ୍ବାରା ଆପଣଙ୍କ ଘର ଧନଧାନ୍ୟରେ ପରିପୂର୍ଣ ହୋଇଯିବ। ଲୁଣକୁ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଇଛି। ତେଣୁ ମଙ୍ଗଳବାର ଦିନ ଲୁଣ ଦାନ କରିବା ଅତ୍ୟନ୍ତ ଶୁଭ ମାନା ଯାଇଛି। ଏହାଦ୍ବାରା ଘରେ ସୁଖ ସମୃଦ୍ଧି ବଢ଼ିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *