Excuse Me Odisha

ଯାହା କହିବୁ ସତ କହିବୁ

ଶୁଭ ଏବଂ ଅଶୁଭ ସମୟ ଆସିବା ପୂର୍ବରୁ ହିଁ ପ୍ରଥମେ ସଙ୍କେତ ଦେଇଥାଏ ତୁଳସୀ ଗଛ । ଜାଣନ୍ତୁ କଣ କହନ୍ତି ଭଗବାନ ଶ୍ରୀକୃଷ୍ଣ ।

ସେୟାର୍ କରନ୍ତୁ

ତୁଳସୀ ଗଛ ଭବିଷ୍ୟତରେ ଆସିବାକୁ ଯାଉଥିବା ସଙ୍କଟ ବିଷୟରେ ଅବଗତ କରାଇ ଥାଏ । ଏହାବ୍ୟତୀତ ଆସିବାକୁ ଯାଉଥିବା ଖୁସି ସମ୍ବନ୍ଧରେ ମଧ୍ୟ ଅବଗତ କରାଇଥାଏ । ଯଦି ତୁଳସୀ ଗଛକୁ ଠିକ ଭାବରେ ନିରୀକ୍ଷଣ କରାଯାଏ ତେବେ ଭବିଷ୍ୟତରେ ଆସିବାକୁ ଥିବା ସଙ୍କଟ ଏବଂ ଖୁସି ବିଷୟରେ ଜାଣିହୁଏ । ତୁଳସୀ ଗଛର ମହତ୍ତ୍ୱ ହିନ୍ଦୁ ଧର୍ମରେ ବେଶ ଅଧିକ ଅଛି ।

ତୁଳସୀ ଗଛରେ ମାତା ଲକ୍ଷ୍ମୀ ବାସ କରନ୍ତି । ତେଣୁ ଏହା ଭଗବାନ ବିଷ୍ଣୁଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ । ଯେଉଁ ଲୋକ ତୁଳସୀକୁ ପୂଜା କରିଥାଏ ସେହି ବ୍ୟକ୍ତିର ପାପ ନାଶ ହେବା ସହିତ ନର୍କ ଭୋଗିବାକୁ ମଧ୍ୟ ପଡ଼ି ନଥାଏ । ଯେଉଁ ଘର ସାମ୍ନାରେ ତୁଳସୀ ଗଛ ଥାଏ ସେହି ଘରକୁ ନକରାତ୍ମକ ଶକ୍ତିର ପ୍ରବେଶ ହୋଇପାରେ ନାହିଁ ।

ଯେଉଁ ଘରେ ତୁଳସୀ ଗଛକୁ ପ୍ରତ୍ୟେକ ଦିନ ପୂଜା କରାଯାଏ ଏବଂ ଜଳ ଦିଆଯାଏ , ସେହି ଘରେ କେବେବି କାହାର ଅକାଳ ମୃତ୍ୟୁ ହୁଏନାହିଁ । ତୁଳସୀ ଗଛ ଆଗାମୀ ସମୟରେ ଆସୁଥିବା ବିପଦ ବିଷୟରେ ସୂଚିତ କରିଥାଏ । ଯାହାଦ୍ୱାରା ମନୁଷ୍ୟ ପୂର୍ବରୁ ସତର୍କ ହୋଇ ଖରାପ ସମୟର ସାମ୍ନା କରି ପାରିବ । ପୁରାଣରେ ଏହି ସବୁ ସଙ୍କେତ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି । ଯେତେବେଳେ ଭବିଷ୍ୟତରେ କିଛି ଖରାପ ସମୟ ଆସିବାକୁ ଥାଏ ସେତେବେଳେ ଆଖପାଖରେ ଥିବା ଗଛ ଲତା ଏହାର ସଙ୍କେତ ଦେଇଥାଏ ।

୧ . ହଠାତ ତୁଳସୀ ଗଛ ଶୁଖିଯିବା:-

ଯଦି ହଠାତ ତୁଳସୀ ଗଛ ଶୁଖିଯାଏ ।ତେବେ ଏହା ଭବିଷ୍ୟତରେ ଆସିବାକୁ ଥିବା ଖରାପ ସମୟ ବିଷୟରେ ଅବଗତ କରାଇ ଥାଏ । ଶାସ୍ତ୍ରରେ ଏହା ଅଶୁଭ ବୋଲି ମାନା ଯାଇଛି । ତେଣୁ ତୁଳସୀ ପତ୍ରକୁ ଗଛର ଯତ୍ନ ନେବା ନିତାନ୍ତ ଜରୁରୀ ଅଟେ । ଯଦି ଆପଣଙ୍କ ଘରର ତୁଳସୀ ଗଛ ମଧ୍ୟ ହଠାତ ଶୁଖି ଯାଉଛି ତେବେ ଏହା ଆଗାମୀ ସମୟରେ ଆସିବାକୁ ଥିବା ବଡ଼ ବିପଦ ବିଷୟରେ ସୂଚନା ଦେଇଥାଏ । ଏହାର କାରଣ ଆପଣଙ୍କୁ କୌଣସି ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ପଡି ପାରେ କିମ୍ବା ବ୍ୟାପାରରେ ବଡ଼ କ୍ଷତି ଉଠାଇବାକୁ ପଡ଼ିପାରେ । ତେଣୁ ତୁଳସୀ ଗଛ ଯଦି ହଠାତ ଶୁଖିବାକୁ ଲାଗେ ତେବେ ସାବଧାନ ରହିବା ଉଚିତ ।

୨ . ତୁଳସୀ ପତ୍ର ଝଡ଼ିବା:-

ଯଦି ଆପଣଙ୍କ ଘରର ତୁଳସୀ ଗଛ ସବୁଜ ଏବଂ ଭରପୁର ଥିବା ସତ୍ତ୍ୱେବି ପତ୍ର ହଠାତ ଝଡ଼ିବାରେ ଲାଗିଥାଏ ତେବେ ଏହା ଅଶୁଭ ସଙ୍କେତ ହୋଇଥାଏ । ଏହାର ଅର୍ଥ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ଅଛନ୍ତି । ଯାହାଦ୍ୱାରା ଆପଣଙ୍କର ଅର୍ଥ ହାନୀ ହୋଇପାରେ । ଏହାବ୍ୟତୀତ ଘରେ ଏପରି କିଛି କାମ ହେଉଛି ଯାହା ମାତା ଲକ୍ଷ୍ମୀଙ୍କୁ ପ୍ରିୟ ନୁହେଁ । ଯେଉଁ ଘରେ ମାଂସ , ମଦ , କଳି ଝଗଡ଼ା ଏବଂ ମହିଳାଙ୍କ ଉପରେ ଅତ୍ୟାଚାର ହୋଇଥାଏ , ସେହି ଘରେ ମାତା ଲକ୍ଷ୍ମୀ କେବେବି ରହନ୍ତି ନାହିଁ ।

୩ . ତୁଳସୀ ଗଛ ପାଖରେ ଅନ୍ୟ ଗଛ ଜାତ ହେବା:-

ଯଦି ଆପଣଙ୍କ ଘରର ତୁଳସୀ ଗଛର ଆଖପାଖରେ ଅନ୍ୟାନ୍ୟ ଗଛ ଜନ୍ମ ହେଉଛି ତେବେ ଏହା ଶୁଭ ସଙ୍କେତ ଅଟେ । ଏହାର ଅର୍ଥ ବହୁତ ଜଲଦି ଆପଣଙ୍କ ଘରକୁ ଖୁସି ଆସିବାକୁ ଯାଉଛି । ଏହାର ଅର୍ଥ ଆପଣଙ୍କୁ ଅନେକ ମାର୍ଗରୁ ଧନ ପ୍ରାପ୍ତି ହେବାକୁ ଯାଉଛି । ଯଦି ଆପଣଙ୍କ ଘର ସାମ୍ନାରେ କୌଣସି ତୁଳସୀ ଗଛ ସ୍ୱତଃ ଜନ୍ମ ହେଉଛି ତେବେ ଏହାର ଅର୍ଥ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହେବାକୁ ଯାଉଛି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *