Excuse Me Odisha

ଯାହା କହିବୁ ସତ କହିବୁ

ମକର ସଂକ୍ରାନ୍ତି ଦିନ କରନ୍ତୁ କିଛି ବିଶେଷ ଉପାୟ ଏବଂ ଏହି ଖାସ ଜିନିଷ କରନ୍ତୁ ଦାନ, ରାତାରାତି ହୋଇଯିବେ ମାଲାମାଲ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ମକର ସଂକ୍ରାନ୍ତି ପ୍ରତ୍ୟେକ ବର୍ଷ ଜାନୁଆରୀ ୧୪ ତାରିଖ ଦିନ ପାଳିତ ହୋଇଥାଏ। କିନ୍ତୁ ଏବର୍ଷ ମକର ସଂକ୍ରାନ୍ତିର ତାରିଖକୁ ନେଇ ଲୋକଙ୍କ ମଧ୍ୟରେ ଅସାମଞ୍ଜସ୍ୟ ସୃଷ୍ଟି ହୋଇଛି। କର୍ମ ଅଧିକାଂଶ ଲୋକଙ୍କ ମତରେ ଜାନୁଆରୀ ୧୫ ତାରିଖ ଦିନ ମକର ସଂକ୍ରାନ୍ତି ପାଳିତ ହେବ। ଏବର୍ଷ ସୂର୍ଯ୍ୟ ଗ୍ରହ ଜାନୁଆରୀ ୧୪ ତାରିଖ ଦିନ ୭:୨୧ ଘଟିକା ସମୟରେ ଧନୁ ରାଶିରୁ ବାହାରି ମକର ରାଶିକୁ ପ୍ରବେଶ କରିବେ ଏବଂ ଉଦୟା ତିଥି ଅନୁସାରେ ମକର ସଂକ୍ରାନ୍ତି ପର୍ବ ୧୫ ଜାନୁଆରୀକୁ ପାଳନ କରାଯିବ।

ହିନ୍ଦୁ ପୌରାଣିକ ଯୁଗରୁ ମକର ସଂକ୍ରାନ୍ତି ପର୍ବ ପାଳିତ ହୋଇ ଆସୁଛି। ଧାର୍ମିକ ମାନ୍ୟତା ଅନୁସାରେ ଋଷି ବିଶ୍ଵାମିତ୍ର ଏହି ପର୍ବକୁ ଆରମ୍ଭ କରିଥିଲେ। କହିବାକୁ ଗଲେ ପ୍ରତ୍ୟେକ ଗ୍ରହର ସଂକ୍ରାନ୍ତି ହୋଇଥାଏ। କିନ୍ତୁ ସୂର୍ଯ୍ୟ ଗ୍ରହର ସଂକ୍ରାନ୍ତି ବିଶେଷ ଫଳଦାୟୀ ହୋଇଥାଏ। ଏହି ବର୍ଷ ମକର ସଂକ୍ରାନ୍ତିରେ ଏକ ଖାସ ସଂଯୋଗ ବନିବାକୁ ଯାଉଛି। ମକର ରାଶିରେ ସୂର୍ଯ୍ୟ ଗ୍ରହ ଗୋଚର କରିବେ ଏବଂ ପୂର୍ବରୁ ମକର ରାଶିର ବୁଧ ଗ୍ରହ ଓ ଶନି ଗ୍ରହ ଅବସ୍ଥାନ କରିଥିବେ। ଏହା ହେଉଛି ମକର ସଂକ୍ରାନ୍ତିର ବିଶେଷ ସଂଯୋଗ।

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ମକର ସଂକ୍ରାନ୍ତି ଦିନ କେଉଁ ପ୍ରକାର ଦାନ କଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ତେବେ ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଗ୍ରହ ଧନୁ ରାଶିରୁ ମକର ରାଶିକୁ ପ୍ରବେଶ କରିବେ। ବିଭିନ୍ନ ରାଜ୍ୟରେ ମକର ସଂକ୍ରାନ୍ତି ଅଲଗା ରୂପରେ ପାଳନ କରାଯାଏ। ମକର ସଂକ୍ରାନ୍ତି ଦିନ ଗୁଡ଼ ଓ ତିଳ ଦାନ କରିବାର ଖାସ ନିୟମ ରହିଛି। କଳା ତିଳ ଶନି ଗ୍ରହ ଓ ଗୁଡ଼ ସୂର୍ଯ୍ୟ ଗ୍ରହ ସହିତ ସମ୍ବନ୍ଧ ରହିଛି। ଜୀବନରେ ସଫଳତା ପାଇବା ପାଇଁ ଏହି ଦୁଇଟି ଗ୍ରହକୁ ସର୍ବଦା ପ୍ରସନ୍ନ ରଖିବା ଆବଶ୍ୟକ।

ମକର ସଂକ୍ରାନ୍ତି ଦିନ ତିଳ ଓ ଗୁଡ଼ର ସେବନ କରିବା ଦ୍ୱାରା ପରିବାରରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ ଏବଂ ଆର୍ଥିକ ଅଭାବ ଦୂର ହୋଇଥାଏ। ମକର ସଂକ୍ରାନ୍ତି ଦିନ ଯେଉଁ ମାନେ ଅନ୍ନର ଦାନ କରିଥାନ୍ତି, ତାଙ୍କ ଜୀବନରେ କେବେବି ଅନ୍ନର ଅଭାବ ହୋଇ ନଥାଏ। ଏହିଦିନ ଅସହାୟ ଲୋକଙ୍କୁ ତିଳର ଲଡୁ ଦାନ କରିବା ଉଚିତ। ଯଦି ଆପଣ ଏହିଦିନ କୌଣସି ବ୍ୟକ୍ତିକୁ ପାଣି ପିଆଉଛନ୍ତି, ତାହେଲେ ଆପଣଙ୍କର ପୁଣ୍ୟରେ ବୃଦ୍ଧି ହେବ। ଏହାସହିତ ଆପଣଙ୍କର ପୁରୁଣା ପାପରୁ ଆପଣଙ୍କୁ ମୁକ୍ତି ମିଳିଯିବ।

ମକର ସଂକ୍ରାନ୍ତି ଦିନ ମନ୍ଦିରରେ ଦୀପ ଦାନ କରିବା ଉଚିତ। ଏହାଦ୍ବାରା ଦେବୀ ଓ ଦେବତା ମାନେ ପ୍ରସନ୍ନ ହୋଇଥାନ୍ତି। ଏହାସହିତ ରୋଗୀ ମାନଙ୍କୁ ଔଷଧ ଦାନ କରିବା ଉଚିତ। ତେବେ ଏବେ ଆସନ୍ତୁ ଜାଣିବା ଆପଣ ନିଜ ରାଶି ଅନୁସାରେ ମକର ସଂକ୍ରାନ୍ତି ଦିନ କଣ ଦାନ କଲେ ଶୁଭ ଫଳ ପ୍ରାପ୍ତି କରିବେ। ମେଷ ରାଶିର ଲୋକଙ୍କୁ ତିଳ, ଗୁଡ଼, ତମ୍ବା ପାତ୍ର ଆଦି ଦାନ କରିବା ଉଚିତ। ବୃଷ ରାଶିର ଲୋକଙ୍କୁ ମକର ସଂକ୍ରାନ୍ତି ଦିନ ରୂପା, ତମ୍ବା ଆଦି ଦାନ କରିବା ଉଚିତ। ମିଥୁନ ରାଶିର ଲୋକଙ୍କୁ ଗୁଡ଼ ଓ ହଳଦିଆ ବସ୍ତୁ ଦାନ କରିବା ଶୁଭ ରହିବ।

କର୍କଟ ରାଶିର ଲୋକେ ତିଳ ଦାନ କଲେ ଶୁଭ ଫଳ ପ୍ରାପ୍ତି ହେବ। ସିଂହ ରାଶିର ଲୋକେ ଗହମ ଓ ଚାଉଳ ଦାନ କଲେ ପୂଣ୍ୟ ପ୍ରାପ୍ତି ହେବ। କନ୍ୟା ରାଶିର ଲୋକଙ୍କୁ ସାତ ପ୍ରକାରର ଶସ୍ୟ ଦାନ କରିବା ଉଚିତ। ବିଛା ରାଶିର ଲୋକଙ୍କୁ ଦହି ଓ ଲାଲ ବସ୍ତ୍ର ଆଦି ଦାନ କରନ୍ତୁ। ଧନୁ ରାଶିର ଲୋକେ ହଳଦିଆ ବସ୍ତ୍ର ଦାନ କରିବା ଉଚିତ। ମକର ରାଶିର ଲୋକେ କଳା ବସ୍ତ୍ର ଦାନ କରିବା ଉଚିତ। କୁମ୍ଭ ରାଶିର ଲୋକେ ଘିଅ ଓ ଖିଚିଡି ଦାନ କଲେ ଶୁଭ ଫଳ ପାଇବେ। ମୀନ ରାଶିର ଲୋକେ ମକର ସଂକ୍ରାନ୍ତି ଦିନ ତିଳ, ଗୁଡ଼ ଆଦି ଦାନ କଲେ ପୂଣ୍ୟ ପ୍ରାପ୍ତି କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *