Excuse Me Odisha

ଯାହା କହିବୁ ସତ କହିବୁ

ମକର ସଂକ୍ରାନ୍ତିରେ ଏହି ସବୁ ଜିନିଷ କରନ୍ତୁ ଦାନ । ମାତା ଲକ୍ଷ୍ମୀ ହେବେ ପ୍ରସନ୍ନ ।

ସେୟାର୍ କରନ୍ତୁ

ପ୍ରାୟତଃ ସବୁ ବର୍ଷ ମକର ସଂକ୍ରାନ୍ତି ଜାନୁଆରୀ ୧୪ ରେ ପାଳିତ ହୋଇଥାଏ । ମାତ୍ର ଚଳିତ ବର୍ଷ ଲୋକଙ୍କ ମଧ୍ୟରେ ସାମାନ୍ୟ ଦ୍ଵନ୍ଦ ରହିଛି ଯେ ଜାନୁଆରୀ ୧୪ ନା ଜାନୁଆରୀ ୧୫ ରେ । ତେବେ ବାସ୍ତବରେ ଜାନୁଆରୀ ୧୪ ରେ ହିଁ ଚଳିତ ବର୍ଷ ମକର ସଂକ୍ରାନ୍ତି ପାଳିତ ହେବ ଏବଂ ଏହିଦିନ ସୂର୍ଯ୍ୟ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିବେ ।

ମହାଭାରତରେ ପାଣ୍ଡବ ମାନଙ୍କର ନିର୍ବାସନ ଅନୁଯାୟୀ ମକର ସଂକ୍ରାନ୍ତି ପାଳନ କରାଯାଇଥିଲା । ହିନ୍ଦୁ ଧର୍ମରେ ସାଧରଣତଃ ସୂର୍ଯ୍ୟ ସଂକ୍ରାନ୍ତି ଅର୍ଥାତ ମକର ସଂକ୍ରାନ୍ତିକୁ ବିଶେଷ ମହତ୍ତ୍ୱ ଦିଆଯାଇଛି । ମକର ସଂକ୍ରାନ୍ତି ଦିନ ସ୍ନାନ ପରେ କରାଯାଇଥିବା ଶୁଭ କାର୍ଯ୍ୟ ଏବଂ ଦାନ ଧର୍ମ ବିଶେଷ ଫଳଦାୟୀ ହୋଇଥାଏ ।

ଏଥର ମକର ସଂକ୍ରାନ୍ତିରେ ବେଶ ଭଲ ଯୋଗ ବନୁଛି । କାରଣ ଏଥର ମକର ରାଶିରେ ସୂର୍ଯ୍ୟଙ୍କ ଗୋଚର ସହିତ ବୁଧ ଏବଂ ଶନି ମଧ୍ୟ ରହିବେ । ସକାଳ ୧୧ ପର୍ଯ୍ୟନ୍ତ ଶୁକ୍ରମୟ ଯୋଗ ରହିଛି । ଯାହାକି ଅତ୍ୟନ୍ତ ଶୁଭ ମୁହୂର୍ତ୍ତ ଅଟେ । ଏହାପରେ କୀର୍ତ୍ତି ଯୋଗ ତିଆରି ହେବ । ଯାହା ମଧ୍ୟ ଶୁଭ ଅଟେ । ପୂଜାପାଠ ପାଇଁ ଏହି ସମୟ ଉତ୍ତମ ଅଟେ ।

ମକର ସଂକ୍ରାନ୍ତିରେ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ରହିଛି । କେଉଁଠି ଲୋକେ ଦହି ଚୂଡ଼ା ଖାଇଥାନ୍ତି ତ କେଉଁଠି ଖିଚୁଡ଼ି ଖାଇଥାନ୍ତି । ସଂକ୍ରାନ୍ତିରେ କଳା ତିଳ ଲଡୁ ମଧ୍ୟ ତିଆରି କରାଯାଇଥାଏ । ସଂକ୍ରାନ୍ତିରେ ତିଳ ଏବଂ ଗୁଡ଼ ଖାଇବା ସହିତ ଦାନ କରିବାର ମଧ୍ୟ ନିୟମ ରହିଛି । କାରଣ କଳା ତିଳ ଶନି ଏବଂ ଗୁଡ଼ ସୂର୍ଯ୍ୟଙ୍କ ସହିତ ଜଡ଼ିତ ଅଟେ । ତେଣୁ ତିଳ ଏବଂ ଗୁଡ଼ ଦାନ କରିବା ଦ୍ୱାରା ଜୀବନକୁ ଖୁସି ଆସିଥାଏ ଏବଂ ପରିବାରରେ ସୁଖ ଶାନ୍ତି ବଜାୟ ରହିଥାଏ ।

ସଂକ୍ରାନ୍ତି ଦିନ ସ୍ନାନ , ଦାନ , ଦର୍ପଣ କଲେ ଜୀବନରେ ସବୁ ସୁଖ ମିଳିଥାଏ । ଏହିଦିନ ଗରିବଙ୍କୁ କମ୍ବଳ ଦାନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ । ସଂକ୍ରାନ୍ତି ଆରମ୍ଭ ହେବାର ୬ ଘଣ୍ଟା ମଧ୍ୟରେ ଦାନ ପୁଣ୍ୟ କରାଗଲେ ଏହା ଅଧିକ ପ୍ରଭାବୀ ହୋଇଥାଏ ଏବଂ ସୂର୍ଯ୍ୟ ଏବଂ ଶନି ଜାତକରେ ମଜବୁତ ହୋଇଥାଏ । ତେଣୁ ଏହି ଦିନ ତିଳ ଏବଂ ଗୁଡ଼ ଲଡୁ ତିଆରି କରି ସର୍ବ ପ୍ରଥମେ ସୂର୍ଯ୍ୟ ଦେବଙ୍କୁ ଅର୍ପିତ କରି ତାପରେ ଦାନ କରିବା ଉଚିତ ।

ଗରିବଙ୍କ ମଧ୍ୟରେ ତିଳ ଲଡୁ ବାଣ୍ଟିଲେ ପୂର୍ବ ଜନ୍ମର ପାପ କମିବା ସହିତ ପୁଣ୍ୟ ମଧ୍ୟ ବଢ଼ିଥାଏ । ଏହାଦ୍ବାରା ରାହୁ କେତୁ ଦୋଷ ଦୂର ହୋଇଥାଏ । ସଂକ୍ରାନ୍ତି ଦିନ ଚାଉଳ ଗହମ ଏବଂ ଅନ୍ୟାନ୍ୟ ଶସ୍ୟ ଦାନ କରିବାର ମଧ୍ୟ ମହତ୍ତ୍ୱ ରହିଛି । ଏପରି କରୁଥିବା ବ୍ୟକ୍ତିର ପରିବାରରେ କେବେ ଅକାଳ ମୃତ୍ୟୁ ଆସେ ନାହିଁ ।

ମକର ସଂକ୍ରାନ୍ତି ଦିନ ଅନ୍ନ , ଜଳ , ଦୀପ , ସୁନା ଚାନ୍ଦି ଦାନ କରିବାର ମଧ୍ୟ ବିଧାନ ରହିଛି । କୌଣସି ଜଳାଶୟ ନିକଟରେ ଏହି ଦିନ ଦୀପ ଜାଳିଲେ ଦୃଷ୍ଟି ଶକ୍ତି ବଢ଼ିଥାଏ । ଗୋ ଦାନ କରିବା ଦ୍ୱାରା ସବୁ ଦେବଦେବୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ମକର ସଂକ୍ରାନ୍ତି ଦିନ ଇନ୍ଧନ ଏବଂ ଚୁଲା ଦାନ କରିବା ମଧ୍ୟ ଶୁଭ ଫଳଦାୟୀ ହୋଇଥାଏ । ଏହାଦ୍ବାରା ବ୍ୟକ୍ତିର ଅଗ୍ନି ଦ୍ୱାରା ହେଉଥିବା ଦୁର୍ଘଟଣାରୁ ମୁକ୍ତି ମିଳିଥାଏ । ଏହାଦ୍ବାରା ଅଗ୍ନିଦେବଙ୍କ କୃପା ମଧ୍ୟ ମିଳିଥାଏ । ବିବାହିତା ମହିଲା କୌଣସି ସୁହାଗ ଜିନିଷ ୧୪ ସଂଖ୍ୟାରେ ଦାନ କରିବା ଉଚିତ । ମାତ୍ର ସବୁ ଦାନ ଧର୍ମ ନିଜ ଅର୍ଜିତ ଟଙ୍କାରେ କିଣି ହିଁ କରିବା ଉଚିତ । ନଚେତ ତାହାର ଲାଭ ପ୍ରାପ୍ତ ହୋଇ ନଥାଏ । ମନରେ ଶୁଦ୍ଧତା ରଖି ବିନା ଲୋଭରେ ଦାନ କରନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *