Excuse Me Odisha

ଯାହା କହିବୁ ସତ କହିବୁ

ମନୁଷ୍ୟର ପାଦ ମନୁଷ୍ୟକୁ କରିପାରେ ଧନବାନ । ଧାରଣ କରନ୍ତୁ ଏହି ରଙ୍ଗର ଚପଲ ।

ସେୟାର୍ କରନ୍ତୁ

ମନୁଷ୍ୟର ପାଦରେ ହିଁ ଭାଗ୍ୟ ଦୁର୍ଭାଗ୍ୟ ଉଭୟ ଥାଏ । ତେଣୁ ଏପରି କୁହାଯାଏ ଯେ କାହାରି ଚପଲକୁ ଡେଇଁବା ଉଚିତ ନୁହେଁ ଏବଂ କାହାରି ଚପଲ ପିନ୍ଧିବା ଉଚିତ ନୁହେଁ । ଯଦି ଆପଣ ନିଜ ରାଶି ଅନୁଯାୟୀ ଏକ ବିଶେଷ ରଙ୍ଗର ଚପଲ ପିନ୍ଧନ୍ତି ତେବେ ଆପଣଙ୍କ ଭାଗ୍ୟ ବଦଳି ଯିବ । ମନୁଷ୍ୟର ବ୍ୟବହୃତ ଚପଲରେ ହିଁ ତାର ସୌଭଗ୍ୟ ଏବଂ ଦୁର୍ଭାଗ୍ୟ ଲୁଚି ରହିଥାଏ ।

ତେଣୁ ଏପରି କୁହାଯାଇଛି ଯେ ଘର ସାମ୍ନାରେ କେବେବି ଜୋତା ଚପଲ ରଖିବା ଉଚିତ ନୁହେଁ । କାରଣ ମାତା ଲକ୍ଷ୍ମୀ କେବେବି ଜୋତା ଚପଲ ଉପର ଦେଇ ଡେଇଁ ଯାଆନ୍ତି ନାହିଁ । ଯଦି ମନୁଷ୍ୟ ଅନ୍ୟର ଜୋତା ଚପଲ ଡେଇଁ ଘର ମଧ୍ୟକୁ ପ୍ରବେଶ କରେ ତେବେ ବ୍ୟକ୍ତିର ଦୁର୍ଭାଗ୍ୟ ଉତ୍ପନ୍ନ ହୋଇଥାଏ । ଏହାବ୍ୟତୀତ ସେହି ଚପଲ ଯେଉଁ ବ୍ୟକ୍ତିର ସେହି ବ୍ୟକ୍ତିର ସୌଭଗ୍ୟ କିମ୍ବା ଦୁର୍ଭାଗ୍ୟ ଆପଣଙ୍କ ପାଖକୁ ଆସିପାରେ । ତେଣୁ ଭୁଲରେବି କାହାରି ଜୋତା ଚପଲ ଡେଇଁ ଯିବା ଉଚିତ ନୁହେଁ । ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଭିନ୍ନ ଭିନ୍ନ ରାଶିର ବ୍ୟକ୍ତିଙ୍କୁ କେଉଁ ରଙ୍ଗର ଜୋତା ପିନ୍ଧିବା ଉଚିତ ।

୧ . କୁମ୍ଭ ରାଶି:-

ଏହି ରାଶିର ବ୍ୟକ୍ତ ବିଶେଷଙ୍କ ଇଷ୍ଟଦେବ ଶନିଦେବ ହୋଇଥାନ୍ତି । ତେଣୁ ଏହି ବ୍ୟକ୍ତି ମାନେ ଶନିବାର ଦିନ ନୀଳ ରଙ୍ଗର ଜୋତା ପିନ୍ଧିବା ଉଚିତ କିମ୍ବା କଳା ରଙ୍ଗର ଚପଲ ମଧ୍ୟ ପିନ୍ଧି ପାରିବେ । ଏହି ଦୁଇଟି ରଙ୍ଗ ଶନିଦେବଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ତେଣୁ ଆଜୀବନ ଯଦି କୁମ୍ଭ ରାଶିର ବ୍ୟକ୍ତି ମାନେ ଏହି ଦୁଇଟି ରଙ୍ଗର ଜୋତା ପିନ୍ଧନ୍ତି ତେବେ ଏହା ଅଧିକ ପ୍ରଭାବୀ ହୋଇଥାଏ । ଏହାବ୍ୟତୀତ ଶନି ଦେବଙ୍କୁ ମାନୁଥିବା ଲୋକେ ନୀଳ ରଙ୍ଗର ପୋଷାକ , ପର୍ସ , ଅନ୍ୟାନ୍ୟ ବ୍ୟବହୃତ ଜିନିଷ ଯଦି ନୀଳ ରଙ୍ଗର ବ୍ୟବହାର କରନ୍ତି ତେବେ ସେମାନଙ୍କ ସୌଭଗ୍ୟ ହୋଇଥାଏ ।

୨ . ହନୁମାନ ଏବଂ ମଙ୍ଗଳ ଭକ୍ତ:-

ଯେଉଁ ଲୋକମାନେ ଭଗବାନ ହନୁମାନ ଏବଂ ମଙ୍ଗଳଙ୍କୁ ମାନନ୍ତି , ତେବେ ସେହି ବ୍ୟକ୍ତି ମାନେ ଯଦି ଭାବୁଛନ୍ତି ଯେ ଜୀବନରେ ସବୁବେଳେ ସୁଖ ସମୃଦ୍ଧି ଏବଂ ମଙ୍ଗଳ ବଜାୟ ରହୁ ତେବେ ମଙ୍ଗଳବାର ଦିନ ନାଲି ରଙ୍ଗର ଜୋତା କିମ୍ବା ଚପଲ କିଣି ତାହାକୁ ଧାରଣ କରନ୍ତୁ । ଯେଉଁ ବ୍ୟକ୍ତି ମାନେ ହନୁମାନଙ୍କୁ ମାନନ୍ତି ସେମାନେ ନିଜର ପୋଷାକ , ଘଡ଼ି , ପର୍ସ ସବୁକିଛି ନାଲି ରଙ୍ଗର ହିଁ ଧାରଣ କରିବା ଉଚିତ । ଯାହାଦ୍ୱାରା ଭଗବାନ ହନୁମାନ ଆପଣଙ୍କ ଉପରେ କୃପା ବର୍ଷଣ କରିବେ ଏବଂ ଆପଣଙ୍କ ଦାରିଦ୍ର୍ୟତା ମଧ୍ୟ ଦୂରେଇ ଯିବ।

୩ . ଗ୍ରହର ଚଳନ:-

ସାଧରଣତଃ ମନୁଷ୍ୟର ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଗ୍ରହର ଚଳନ ଉପରେ ହିଁ ନିର୍ଭର କରିଥାଏ । ପୁଣି ଗ୍ରହ ମାନଙ୍କର ରଙ୍ଗ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ତେଣୁ ଗ୍ରହ ମାନଙ୍କର ଭିନ୍ନ ଭିନ୍ନ ରଙ୍ଗ ସହିତ ମନୁଷ୍ୟକୁ ନିଜର ବ୍ୟବହାର କରୁଥିବା ଜୋତାର ରଙ୍ଗ ବଦଳାଇବା ଉଚିତ , ଯାହାଦ୍ୱାରା ଗ୍ରହର ଭଲ ପ୍ରଭାବ ପଡ଼ିଥାଏ ।

୪ . ଭୈରବ , ବିଷ୍ଣୁ ଏବଂ ବୃହସ୍ପତିଙ୍କୁ ମାନୁଥିବା ବ୍ୟକ୍ତି:-

ଯେଉଁ ଲୋକ ମାନେ ଭୈରବଙ୍କୁ ମାନନ୍ତି ଏବଂ ତନ୍ତ୍ର ମନ୍ତ୍ର ସହିତ ଜଡ଼ିତ ଅଛନ୍ତି , ସେହି ବ୍ୟକ୍ତି ମାନେ କଳା ରଙ୍ଗର ଜୋତା ଚପଲ ଧାରଣ କରିବା ଉଚିତ । ଯେଉଁମାନେ ଭଗବାନ ବିଷ୍ଣୁଙ୍କୁ ମାନନ୍ତି କିମ୍ବା ବୃହସ୍ପତିଙ୍କୁ ମାନନ୍ତି , କିମ୍ବା ଆକସ୍ମିକ ଧନ ଅର୍ଜନ କରିବାକୁ ଚାହାଁନ୍ତି ସେହି ବ୍ୟକ୍ତି ମାନେ ହଳଦିଆ ରଙ୍ଗର ଜୋତା ଚପଲ ପିନ୍ଧିବା ଆରମ୍ଭ କରିଦେବା ଉଚିତ । କାରଣ ପ୍ରତ୍ୟେକ ହଳଦିଆ ଜିନିଷରେ ଭଗବାନ ବିଷ୍ଣୁ ରହିଥାନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *