Excuse Me Odisha

ଯାହା କହିବୁ ସତ କହିବୁ

ଭୁଲରେ ବି ପିନ୍ଧନ୍ତୁ ନାହିଁ ଦେବଦେବୀଙ୍କ ଲୋକେଟ । ନଚେତ ଆସିପାରେ ଏପରି ସମସ୍ୟା । ଜାଣି ନିଅନ୍ତୁ ବେକରେ କେଉଁ ଲକେଟ ଧାରଣ କରିବା ହୋଇଥାଏ ଶୁଭ ।

ସେୟାର୍ କରନ୍ତୁ

ପ୍ରାୟତଃ ଲୋକେ ବେକରେ ଭଗବାନ ଏବଂ ଦେବଦେବୀଙ୍କ ଲକେଟ୍ ଧାରଣ କରନ୍ତି । ଏମିତିକି କିଛି ଲୋକ ବେକରେ ଫ୍ୟାଶନ୍ ପାଇଁ ବର୍ଣ୍ଣମାଳା କିମ୍ବା କୌଣସି ଡିଜାଇନ ଧାତୁର ଲକେଟ୍ ଧାରଣ କରନ୍ତି । ଏପରି ପରିସ୍ଥିତିରେ , ଏହା ପିନ୍ଧିବା ଆପଣଙ୍କ ପାଇଁ ଶୁଭ କିମ୍ବା ଅଶୁଭ ତାହା ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯଦି ଆପଣ ନିଜ ବେକରେ ଧାତୁରେ ନିର୍ମିତ କୌଣସି ଜିନିଷ ଧାରଣ କରୁଛନ୍ତି , ତେବେ ଏହା ଆପଣଙ୍କ ଜୀବନ ଉପରେ ଉଭୟ ଭଲ ଏବଂ ଖରାପ ପ୍ରଭାବ ପକାଇଥାଏ ।

ଶାସ୍ତ୍ର ଅନୁଯାୟୀ , ମନୁଷ୍ୟ ଯାହା କିଛିବି କରିଥାଏ ତାହାଦ୍ୱାରା ତାଜୀବନରେ ସକରାତ୍ମକ କିମ୍ବା ନକାରାତ୍ମକ ପ୍ରଭାବ ପଡ଼ିଥାଏ । ତେଣୁ , ଯଦି ଆପଣ ମଧ୍ୟ ନିଜ ବେକରେ କୌଣସି ପ୍ରକାରର ଦେବଦେବୀଙ୍କ ଲକେଟ୍ ଧାରଣ କରୁଛନ୍ତି , ତେବେ ଏହାର ପ୍ରଭାବକୁ ଆପଣ ସ୍ୱତଃ ଅନୁଭବ କରି ପାରିବେ । ତେଣୁ , ଯେତେବେଳେ ଆପଣ ନିଜ ବେକରେ କୌଣସି ଲକେଟ୍ ଧାରଣ କରୁଛନ୍ତି , ତା’ପୂର୍ବରୁ କିଛି ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ , କୌଣସି ବ୍ୟକ୍ତି ଦେବାଦେବୀଙ୍କ ଲକେଟ୍ ପିନ୍ଧିବା ଉଚିତ୍ ନୁହେଁ , କାରଣ ଦୈନନ୍ଦିନ ଜୀବନରେ ମଣିଷ ଅନେକ ସ୍ଥାନରେ ଗୋଚର କରିଥାଏ । କେଉଁଠି ଆବର୍ଜନା ଥାଏ ତ କେଉଁଠି ମଇଳା ଥାଏ , ଯାହା ମଣିଷ ଶରୀରରେ ଲାଗିଥାଏ । ଏପରି ପରିସ୍ଥିତିରେ, ସେହି ମଇଳା ଲକେଟରେ ମଧ୍ୟ ଜମା ହୋଇପାରେ । ଏହା ବ୍ୟତୀତ, ଅନେକ ଥର ମନୁଷ୍ୟ ଅଜାଣତରେ ହାତ ନଧୋଇ ମଇଳା ହାତରେ ଲକେଟ୍ ଧରି ଥାଏ । ଯାହାଦ୍ୱାରା ଭଗବାନ ଅପମାନିତ ହୁଅନ୍ତି ଏବଂ ଜୀବନରେ ଅନେକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ତେଣୁ, ଶାସ୍ତ୍ର ଅନୁଯାୟୀ, ଭଗବାନଙ୍କ ଲକେଟ୍ ପିନ୍ଧିବା ଉଚିତ ନୁହେଁ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ , ଶୁଭ ପ୍ରଭାବ ପାଇଁ ଆପଣ ଦେବାଦେବୀଙ୍କ ସହ ଜଡିତ ଯନ୍ତ୍ର ପିନ୍ଧି ଧାରଣ କରି ପାରିବେ । ଯଦି ଲକେଟକୁ ସଠିକ ବିଧିବିଧାନର ସହିତ ଧାରଣ କରାଯାଏ , ତେବେ ଜୀବନରେ ସକରାତ୍ମକତା ଆସିଥାଏ ଏବଂ ରାଶିଫଳରେ ଥିବା ତ୍ରୁଟିରୁ ମଧ୍ୟ ମୁକ୍ତି ମିଳିଥାଏ ।

ଅନ୍ୟପକ୍ଷରେ ବାସ୍ତୁ ଶାସ୍ତ୍ରୀ ଅନୁଯାୟୀ , ବେକରେ ରୂପା , ପିତ୍ତଳ ଏବଂ ତମ୍ବାରେ ନିର୍ମିତ ଲକେଟ୍ ପିନ୍ଧିବା ଶୁଭ ଅଟେ, କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ ଧାତୁ ବିଷୟରେ ସଠିକ ଜ୍ଞାନ ଅର୍ଜନ ନକରିବା ପର୍ଯ୍ୟନ୍ତ ତାହାକୁ ଧାରଣ କରିବା ଉଚିତ ନୁହେଁ । ନଚେତ ଏପରି କରିବା ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *