Excuse Me Odisha

ଯାହା କହିବୁ ସତ କହିବୁ

ପାଦ ଆଙ୍ଗୁଠିର ମୁଦି ହଜିଗଲେ କେଉଁ ତିନୋଟି ସଂକେତ ମିଳିଥାଏ, ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ସ୍ତ୍ରୀ ମାନଙ୍କୁ ଘରର ଲକ୍ଷ୍ମୀ ବୋଲି ମାନା ଯାଇଥାଏ। କୁହାଯାଏ କି, ଯେଉଁ ବିବାହିତ ସ୍ତ୍ରୀ ଷୋହଳ ଶୃଙ୍ଗାର କରିଥାନ୍ତି ଏବଂ ଈଶ୍ବରଙ୍କ ପ୍ରତି ନିଷ୍ଠା ରଖି ଥାନ୍ତି, ସେମାନଙ୍କ ସ୍ବାମୀଙ୍କ ଆୟୁଷ ବୃଦ୍ଧି ହୋଇଥାଏ। ଆଜିର ଆଧୁନିକ ଯୁଗରେ ସ୍ତ୍ରୀ ମାନେ ପାଦରେ ପାଉଁଜି ଓ ମୁଦି ପିନ୍ଧିବାକୁ ପସନ୍ଦ କରୁ ନାହାନ୍ତି। ଯାହାଫଳରେ ସେମାନଙ୍କୁ ପାଦ ଆଙ୍ଗୁଠିର ମୁଦିର ମହତ୍ତ୍ଵ ବିଷୟରେ ଜଣା ନଥାଏ।

ଅଧିକାଂଶ ସମୟରେ ପାଦର ମୁଦିକୁ ମହିଳା ମାନେ ଭୁଲ ଢଙ୍ଗରେ ପିନ୍ଧି ଦେଇଥାନ୍ତି। ଶାସ୍ତ୍ରରେ ସ୍ତ୍ରୀ ମାନଙ୍କ ଶୃଙ୍ଗାର ବିଷୟରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ କଥା ବର୍ଣ୍ଣନା କରାଯାଇଛି। ଗୋଡ଼ ମୁଦି ପିନ୍ଧିବାର ଅନେକ ପୌରାଣିକ ଓ ବୈଜ୍ଞାନିକ ମାନ୍ୟତା ରହିଛି। ଏହାସହିତ ସ୍ତ୍ରୀ ମାନଙ୍କର ପାଦର ପାଉଁଜି ପିନ୍ଧିବାର ଅନେକ ମହତ୍ତ୍ଵ ରହିଛି। ମହିଳା ମାନେ ପାଦରେ ପାଉଁଜି ପିନ୍ଧିବା ଦ୍ଵାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ।

ଗୋଡ଼ ମୁଦି ପିନ୍ଧିବା ଦ୍ଵାରା ସ୍ତ୍ରୀ ମାନଙ୍କ ମାସିକ ଧର୍ମ ସଠିକ ରୂପରେ ହୋଇଥାଏ। ସ୍ତ୍ରୀ ମାନଙ୍କୁ ନିଜ ଗହଣା ଆଦିକୁ ଲକ୍ଷ୍ମୀଙ୍କ ରୂପ ବୋଲି ମାନିବା ସହିତ ସମ୍ଭାଳିକି ରଖିବା ଉଚିତ। ଯଦି କୌଣସି କାରଣ ବଶତଃ ଗହଣା ହଜି ଯାଏ, ତାହେଲେ ଏହାର ଖରାପ ପ୍ରଭାବ ଆପଣଙ୍କ ଜୀବନକୁ ବର୍ବାଦ କରି ଦେଇପାରେ। ତେବେ ଆଜି ଆମେ ଆପଣଙ୍କୁ ଗୋଡ଼ର ମୁଦି କିପରି ପିନ୍ଧିବା ଉଚିତ, ସେହି ବିଷୟରେ ଜାଣିବା।

ବିବାହିତ ମହିଳା ମାନେ ଗୋଡ଼ ମୁଦି ଧାରଣ କଲେ ଏହାର ସକାରାତ୍ମକ ପ୍ରଭାବ ତାଙ୍କ ସ୍ଵାମୀଙ୍କ ଉପରେ ପଡ଼ିଥାଏ। ଯାହାଫଳରେ ସ୍ଵାମୀଙ୍କର ଭାଗ୍ୟ ବଦଳି ଯାଇଥାଏ। କିନ୍ତୁ ଏହାକୁ ଗୋଡ଼ରୁ କାଢି ଦେଲେ, ନକାରାତ୍ମକ ପ୍ରଭାବ ଭୋଗିବାକୁ ପଡ଼ିଥାଏ। ରୂପା ଧାତୁର ଗୋଡ଼ ମୁଦି ଧାରଣ କରିବା ଉଚିତ ଏବଂ ଅନ୍ୟ କୌଣସି ଧାତୁର ଗୋଡ଼ ମୁଦି ପିନ୍ଧିବା ଅନୁଚିତ। ଏହାଦ୍ବାରା କିଛି ଲାଭ ମିଳିବ ନାହିଁ। କେବେବି ନିଜର କୌଣସି ଶୃଙ୍ଗାର ବସ୍ତୁ ଅନ୍ୟମାନଙ୍କୁ ଦେବା ଉଚିତ୍ ନୁହେଁ, ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ।ନଚେତ ଭାଗ୍ୟ କେବେବି ଆପଣଙ୍କ ସପକ୍ଷରେ ରହିବ ନାହିଁ।

ଏହାସହିତ ଅନ୍ୟମାନଙ୍କ ଗୋଡ଼ ମୁଦି କେବେବି ଧାରଣ କରିବା ଉଚିତ ନୁହେଁ। ଶାସ୍ତ୍ର ଅନୁସାରେ ଗୋଡ଼ ମୁଦି ହଜି ଯିବା ଅଶୁଭ ବୋଲି ମାନା ଯାଇଛି। ଏହାଦ୍ବାରା ଆପଣଙ୍କ ଘରର ସୁଖଶାନ୍ତି ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ। ତେଣୁ ଗୋଡ଼ ମୁଦି କେବେବି ଢିଲା ପିନ୍ଧନ୍ତୁ ନାହିଁ। ସୁନାର ସମ୍ବନ୍ଧ ଗୁରୁ ଗ୍ରହ ସହିତ ଜଡିତ ଅଟେ। ତେଣୁ ସୁନା ଜିନିଷ ମିଳିବା ବା ହଜିଯିବା ଦ୍ଵାରା ଗୁରୁ ଗ୍ରହର ଅଶୁଭ ଦୃଷ୍ଟି ପଡ଼ିଥାଏ। ଏହାସହିତ ଅନ୍ୟ ଆଭୂଷଣ ହଜିଯିବା ଦ୍ଵାରା ମଧ୍ୟ ଅଶୁଭ ହୋଇଥାଏ। ତେଣୁ ଏହିସବୁ ଜିନିଷକୁ ସମ୍ଭାଳି ରଖିବା ଆବଶ୍ୟକ। ମହିଳା ମାନେ ସର୍ବଦା ଆଭୁଷଣ ପରିଧାନ କରିବା ଉଚିତ, ନଚେତ ଧନହାନୀ, ଆର୍ଥିକ ସଙ୍କଟ, ବ୍ୟାପାରରେ ମାନ୍ଦାବସ୍ଥା ଦେଖା ଦେଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *