Excuse Me Odisha

ଯାହା କହିବୁ ସତ କହିବୁ

ନୂଆବର୍ଷ ୨୦୨୩ ରେ ନିଶ୍ଚିତ କିଣି ନିଅନ୍ତୁ ଏହି ଗୋଟିଏ ଗୁପ୍ତ ଜିନିଷ । ବଢ଼ିଯିବ ଧନ ସମ୍ପତ୍ତି:-

ସେୟାର୍ କରନ୍ତୁ

ଏଥର ନୂଆ ବର୍ଷ ଅତ୍ୟନ୍ତ ଶୁଭ ଏବଂ ଲାଭକାରୀ ହେବାକୁ ଯାଉଛି । ମାତ୍ର ଯଦି ଆପଣ ଏହି ନୂଆ ବର୍ଷ ଦିନ ଘରକୁ କେବକ ଏହି ଗୋଟିଏ ଜିନିଷ ନେଇ ଆସନ୍ତି ତେବେ ଆପଣଙ୍କର ପୁରା ବର୍ଷ ବେଶ ହସ ଖୁସିରେ କଟିବ । ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ବର୍ଷିବ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯଦି ଆପଣ ଘରକୁ ନୂଆବର୍ଷ ଦିନ ଏହି କିଛି ଜିନିଷ ନେଇ ଆସନ୍ତି ତେବେ ବର୍ଷ ସାରା ସୁଖ ସମୃଦ୍ଧି ପ୍ରାପ୍ତ ହେବ ।

ତେବେ ପ୍ରଥମ ଜିନିଷ ହେଉଛି ରୂପାର ହାତୀ । ତେବେ ତାହା ଛୋଟ ହେଲେ ବି ଭଲ । ରୂପାର ନହେଲେ ବି ଷ୍ଟିଲର ହାତୀ ଘରକୁ ନେଇ ଆସନ୍ତୁ । ଏହା ରାହୁ କେତୁର ଖରାପ ପ୍ରଭାବରୁ ମୁକ୍ତି ଦେଇଥାଏ । ଏହାଦ୍ବାରା ଆପଣଙ୍କ ଚାକିରୀ ବ୍ୟାପାରରେ ଉନ୍ନତି ହୋଇଥାଏ । ଏପରି ହାତୀ ରଖିବା ଦ୍ୱାରା ଘରକୁ ସୁଖ ଶାନ୍ତି ଆସିଥାଏ । ଘରକୁ କୌଣସି ବାଧା କିମ୍ବା ସମସ୍ୟା ଆସେ ନାହିଁ ।

ଏହାକୁ ଉତ୍ତର ଦିଗରେ ରଖିଲେ ନା କେବଳ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ ବରଂ ଆଜୀବନ ସୁଖ ସମୃଦ୍ଧି ମଧ୍ୟ ପ୍ରାପ୍ତ ହୋଇଥାଏ । ଏପରି କୁହାଯାଏ ଯେ ରୂପାର ହାତୀ କାରଣରୁ ମାତା ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ କୃପା ବର୍ଷିଥାଏ । ଦ୍ୱିତୀୟ ଶୁଭ ମଙ୍ଗଳକାରୀ ବସ୍ତୁ ହେଉଛି ଧାତୁର କଇଁଛ । ଏହାକୁ ବିଷ୍ଣୁଙ୍କ ଅବତାର ମାନା ଯାଇଥାଏ । ସମୁଦ୍ର ମନ୍ଥନ ସମୟରେ ଭଗବାନ ବିଷ୍ଣୁ କଇଁଛ ରୂପ ଧାରଣ କରି ପର୍ବତକୁ ନିଜ ପିଠି ଉପରେ ରଖିଥିଲେ ।

ଏହାକୁ ଘରେ ରଖିବା ଦ୍ୱାରା ଘରେ ସ୍ଥିରତାର ବାତାବରଣ ହୋଇଥାଏ । ତେଣୁ ନୂଆବର୍ଷ ଦିନ ଆପଣ ଘରକୁ ଧାତୁର ଏକ କଇଁଛ ନିଶ୍ଚିତ ନେଇ ଆସନ୍ତୁ । କଇଁଛ ଜଳଚର ଜୀବ ହୋଇଥାଏ । ତେଣୁ ଏହାକୁ ପାଣି ପୂର୍ଣ୍ଣ ଥାଳିରେ ରଖି ଘରର ଉତ୍ତର ପୂର୍ବ କୋଣରେ ରଖିବା ସବୁଥରୁ ଅଧିକ ପ୍ରଭାବୀ ବୋଲି ବିଶ୍ୱାସ କରାଯାଏ ।

ପ୍ରତ୍ୟେକ ଦିନ ଏହି କୂର୍ମ ଅବତାରର ପୂଜା କରନ୍ତୁ ଏବଂ ସମୟ ସମୟରେ ପାଣିକୁ ବଦଳାଇଲେ ଭଲ ହୋଇଥାଏ । ଆଉ ଏକ ଜିନିଷ ହେଉଛି ଲଫିଙ୍ଗ ବୁଦ୍ଧ । ଲଫିଙ୍ଗ ବୁଦ୍ଧକୁ ଧନର ଦେବତା କୁବେର ରୂପରେ ମାନା ଯାଏ । ଲଫିଙ୍ଗ ବୁଦ୍ଧକୁ ସୁଖ ସମୃଦ୍ଧି ଏବଂ ସନ୍ତୋଷର ପ୍ରତୀକ ମାନା ଯାଇଥାଏ । ଏହାକୁ ଘରର ପୂର୍ବ ଦିଗରେ ରଖନ୍ତୁ । ଯାହାଦ୍ୱାରା ଧନର ଅଭାବ ହେବ ନାହିଁ । ଆଗାମୀ ଶୁଭ ଜିନିଷ ହେଉଛି ସ୍ୱସ୍ତିକ ।

ଯଦି ଆପଣ ରୂପାର ସ୍ୱସ୍ତିକ ଘରକୁ ଆଣି ରଖନ୍ତି ତେବେ ତାହା ଆପଣଙ୍କର ସବୁ ମନସ୍କାମନାକୁ ପୂର୍ଣ୍ଣ କରିଥାଏ । ଏହାକୁ ସର୍ବଦା ଏକ ଥାଳିରେ ସିଧା ରଖନ୍ତୁ ଏବଂ ଓଲଟା ଆଦୋୖ ରଖନ୍ତୁ ନାହିଁ । ଯଦି ଆପଣ ବେକରେ ଧାରଣ କରିବାକୁ ଚାହୁଁଛନ୍ତି ତେବେ ଗୋଲ ଆକାର ମଧ୍ୟରେ ଥିବା ସ୍ୱସ୍ତିକ ଧାରଣ କରନ୍ତୁ ।

ଏହାଦ୍ବାରା ଘର ପରିବାରରେ ସୁଖ ସମୃଦ୍ଧି ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମାପ୍ତ ହୋଇଯାଏ । ପୁରାଣରେ ସ୍ୱସ୍ତିକକୁ ମାତା ଲକ୍ଷ୍ମୀ ଏବଂ ଗଣେଶଙ୍କ ପ୍ରତୀକ ମାନା ଯାଇଛି । ଏହାଦ୍ୱାରା ଜୀବନରେ ସୁଖ ସମୃଦ୍ଧି ଏବଂ ଧନର ପ୍ରାପ୍ତି ହେବ । ମୟୁର ପର ଦେଖିବାକୁ ଯେତିକି ସୁନ୍ଦର ତାହାର ଲାଭ ମଧ୍ୟ ଅନେକ । ଭଗବାନ କୃଷ୍ଣଙ୍କର ମୁକୁଟରେ ଲାଗିଥିବା ମୟୁର ପର ଘରର ଅନେକ ସମସ୍ୟାକୁ ଦୂର କରିପାରେ । ମୟୁର ପରକୁ ଭାଗ୍ୟ ବର୍ଦ୍ଧକ ମାନା ଯାଏ ।

ଏହାକୁ ଘରେ ଲଗାଇଲେ ଧନର ଦେବୀ ଲକ୍ଷ୍ମୀ ଏବଂ ବିଦ୍ୟାର ଦେବୀ ସରସ୍ୱତୀ ଉଭୟଙ୍କ ବାସ ହୋଇଥାଏ । ଯେଉଁଠି ମୟୁର ପର ଥାଏ । ସେଠାରେ ଭାଗ୍ୟ ସର୍ବଦା ଖୋଲା ରହେ । ସବୁ ପ୍ରକାରର ପ୍ରତିବନ୍ଧକର ସମାପ୍ତି ହୋଇଥାଏ । ଯଦି ଆପଣ ଦକ୍ଷିଣ ଦିଗରେ ସିନ୍ଧୁକରେ ମୟୁର ପର ଲଗାନ୍ତି ତେବେ ଆପଣଙ୍କର କୌଣସି ଅଭାବ ହେବ ନାହିଁ ।

ଯଦି ରାହୁ ଦୋଷ ଦୂର କରିବାକୁ ଚାହୁଁଛନ୍ତି ତେବେ ପୂର୍ବ ଏବଂ ଉତ୍ତର ପୂର୍ବ ଦିଗରେ ମୟୁର ପରକୁ ଲଗାଇ ଦିଅନ୍ତୁ । ମୟୁର ପରକୁ କେବେବି ଯୋଡ଼ାରେ ଆଣନ୍ତୁ ନାହିଁ । ତାହାକୁ ସର୍ବଦା ତିନୋଟି ସଂଖ୍ୟାରେ ଆଣିବା ଶୁଭ ହୋଇଥାଏ । ଗୋମତି ଚକ୍ର ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ସାଧାରଣ ଦେଖାଯାଉଥିବା ପଥର ଅତ୍ୟନ୍ତ ଅମୂଲ୍ୟ ଅଟେ । କାରଣ ସ୍ବୟଂ ଭଗବାନ ଶ୍ରୀକୃଷ୍ଣ ଏହାକୁ ଅସ୍ତ୍ର ଆକାରରେ କରିଥିଲେ । ଏହା ଗୋମତି ନଦୀରେ ମିଳିଥାଏ ।

ଏଥିରେ ତିଆରି ହୋଇଥିବା ଚକ୍ରକୁ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ଏବଂ ଭଗବାନ ବିଷ୍ଣୁଙ୍କ ସୁଦର୍ଶନ ଚକ୍ରର ସ୍ୱରୂପ ତଥା ମହାଦେବଙ୍କ ଆଖି ରୂପରେ ଦେଖା ଯାଇଥାଏ । ଏପରି କୁହାଯାଏ ଯେ , ଯେଉଁ ଘରେ ଗୋମତି ଚକ୍ର ଥାଏ , ସେହି ଘରର ଲୋକଙ୍କୁ କେବେ ଶତ୍ରୁ ଶକ୍ତି କୌଣସି ବାଧା ପହଞ୍ଚାଇ ପାରେ ନାହିଁ । ତେଣୁ ନୂଆବର୍ଷ ଦିନ ଗୋମତି ଚକ୍ରକୁ ଆଣି କୌଣସି ଏକ ଡବାରେ ସିନ୍ଦୁର ରଖି ତାଭିତରେ ରଖି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *