Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଆପଣ ବି ଘରେ ଲଗାଉଛନ୍ତି ଶମୀ ଗଛ , ତେବେ ଜାଣି ରଖନ୍ତୁ କିଛି ବିଶେଷ ନିୟମ ଏବଂ କରନ୍ତୁନି ଭୁଲ

ସେୟାର୍ କରନ୍ତୁ

ଶନିଦେବଙ୍କୁ ନ୍ୟାୟଧୀଶର ମାନ୍ୟତା ଦିଆଯାଇଛି । ଯେତେବେଳେ ଶନିଙ୍କ ମହାଦଶା ଆସିଥାଏ ସେତେବେଳେ ଭଲ କାମ ବି ବିଗିଡ଼ିବାରେ ଆରମ୍ଭ ହୋଇଥାଏ । ଶମୀ ବୃକ୍ଷରେ ଅସ୍ଥାୟୀ ଭାବରେ ଶନିଦେବଙ୍କ ବାସ ହୋଇଥାଏ । ଘରେ ଶମୀ ଗଛ ଲଗାଇଲେ ଶନି ଦେବ ପ୍ରସନ୍ନ ହୁଅନ୍ତି । ସେହି ବ୍ୟକ୍ତିକୁ ରାହୁ କେତୁ ଶନିଙ୍କ ଖରାପ ପ୍ରଭାବରୁ ଶମୀ ଗଛ ରକ୍ଷା କରଥାଏ । କିନ୍ତୁ ଶମୀ ଗଛ ଲଗାଇବାର ଅନେକ ନିୟମ ରହିଛି ।

୧ . ଯଦି ନିୟମିତ ଭାବରେ ଶନିଙ୍କ ପୂଜା କରାଯାଏ କିମ୍ବା ନିୟମିତ ଭାବରେ ସୋରିଷ ତେଲ ଦୀପ ଜଳାଯାଏ ତେବେ ଶନି ଦୋଷ ଏବଂ ବାସ୍ତୁ ଦୋଷ ଦୂର ହୋଇଥାଏ । ଧୀରେ ଧୀରେ ସେହି ଘରକୁ ଖୁସି ଆସିଥାଏ । ଧନ ସମ୍ପତ୍ତି ସବୁ ହାସଲ ହୋଇଥାଏ । ଏହାସହିତ କରଜ ମଧ୍ୟ ଶେଷ ହୋଇଯାଏ । ଯେଉଁ ବ୍ୟକ୍ତି ନିଷ୍ଠାର ସହିତ ଶନିଦେବଙ୍କ ପୂଜା କରିଥାଏ ସେହି ବ୍ୟକ୍ତି ଉପରେ ଶନିଦେବଙ୍କ କୃପା ବର୍ଷିଥାଏ ଏବଂ ସେହି ବ୍ୟକ୍ତି ମାଲାମାଲ ହୋଇଯାଏ ।

୨ . ଘରେ ଶମୀ ଗଛ ଲଗାଇଲେ ଘରୁ ନକରାତ୍ମକତା ଦୂର ହୋଇଯାଏ । ଯଦି କେହି ଆପଣଙ୍କ ଘରେ ଯାଦୁ ମନ୍ତ୍ର କରିଥିବେ ତେବେ ଶନିଦେବ ତାହା ନଷ୍ଟ କରି ଦିଅନ୍ତି । ଶତ୍ରୁ କାରଣରୁ ସମସ୍ୟାରେ ଥିବା ବ୍ୟକ୍ତି କିମ୍ବା ଚିନ୍ତିତ ଥିବା ବ୍ୟକ୍ତିକୁ ଶନିଙ୍କ ଆରାଧନା ନିଶ୍ଚୟ କରିବା ଉଚିତ ଏବଂ ଶମୀ ବୃକ୍ଷ ଘରେ ଲଗାଇବା ଉଚିତ । ଏପରି କରିବା ଦ୍ୱାରା ଶତ୍ରୁ ଉପରେ ବିଜୟ ପ୍ରାପ୍ତି ହୋଇଥାଏ । କାରଣ ଭଗବାନ ରାମଚନ୍ଦ୍ର ରାବଣକୁ ମାରିବା ପୂର୍ବରୁ ଶମୀ ବୃକ୍ଷକୁ ପୂଜା କରିଥିଲେ ଏବଂ ରାବଣକୁ ବଧ କରିବାର ବରଦାନ ମାଗିଥିଲେ । ତେଣୁ ଏହି ଗଛକୁ ମନସ୍କାମନାର ଗଛ ମଧ୍ୟ କୁହାଯାଏ ।

୩ . ଶମୀ ଗଛକୁ ଲଗାଇବା ସମୟରେ ସଠିକ ସ୍ଥାନ ଏବଂ ଦିଗ ପ୍ରତି ଧ୍ୟାନ ଦେବା ଉଚିତ । ନଚେତ ବ୍ୟକ୍ତି ଉପରେ ଶନି କ୍ରୋଧିତ ହୋଇ ପାରନ୍ତି । ଶମୀ ଗଛ ପାଖରେ ନାଳ ନର୍ଦମା , ଅଳିଆ ରହିବା ଉଚିତ ନୁହେଁ । ଯେତେବେଳେ ଆପଣ ଶମୀ ଗଛ ଲଗାଉଛନ୍ତି ସେତେବେଳେ ସେଥିରେ ଗୋବର , ଖତ , କୋମ୍ପଷ୍ଟ ଏବଂ ଉପଯୁକ୍ତ ପାଣି ଦିଅନ୍ତୁ ଏବଂ ପରିଷ୍କାର ମାଟିର ବ୍ୟବହାର କରନ୍ତୁ । କ୍ୟାମିକଲ ଠାରୁ ଦୂରେଇ ରୁହନ୍ତୁ । ଯେଉଁ ଘରେ ଲୋକେ ଶମୀ ବୃକ୍ଷର ଯତ୍ନ କରନ୍ତି ସେହି ଘରକୁ ଧନ ସମ୍ପତ୍ତି ର ଆଗମନ ହୋଇଥାଏ । ଶନି ଦେବ ମଧ୍ୟ ସେହି ଘରର ଲୋକଙ୍କ ଉପରେ ପ୍ରସନ୍ନ ହୁଅନ୍ତି ।

୪ . ଶମୀ ଗଛ ଆପଣ ନିଜ ବଗିଚାରେ ଲଗାଇ ପାରିବେ । ଏହାକୁ ବାଲକନି କିମ୍ବା ବାରଣ୍ଡାରେ ମଧ୍ୟ ଲଗାଇ ପାରିବେ । କିନ୍ତୁ ଘରୁ ବାହାରିବା ସମୟରେ ଏହା ଯେମିତି ଆପଣଙ୍କ ଡାହାଣ ହାତ ପାର୍ଶ୍ଵରେ ରହିବା ଉଚିତ । ଛାତ ଉପରେ ଏହାକୁ ଦକ୍ଷିଣ ଦିଗରୁ ଲଗାନ୍ତୁ । ନଚେତ ଏହାକୁ ପୂର୍ବ କିମ୍ବା ଐଶାନ୍ୟ କୋଣରେ ମଧ୍ୟ ଲଗାଇ ପାରିବେ ।

୫ . ସନ୍ଧ୍ୟା ସମୟରେ ଶମୀ ଗଛ ମୂଳରେ ସୋରିଷ ତେଲ ଦୀପ ଜଳାନ୍ତୁ । ମାତ୍ର ସେହି ତେଲକୁ ସବୁ ଉପଯୋଗ କରନ୍ତୁ । ଯେମିତି ତାହା ବଳକା ନରହିବା ଉଚିତ । ଶନିବାର ଦିନ ଯେଉଁ ତେଲ ଭଗବାନ ଶନିଦେବଙ୍କୁ ଅର୍ପିତ କରାଯାଇଥାଏ ତାହାକୁ ଫେରାଇ ଅଣାଯାଏ ନାହିଁ । ଯଦି ଆପଣ ଏପରି କରନ୍ତି ତେବେ ଶନିଦେବ କ୍ରୋଧିତ ହେବେ ।

ଶନିବାର ଦିନ ଏହିସବୁ କାର୍ଯ୍ୟ କରିବା ଉଚିତ ନୁହେଁ ।

୧ . ଶନିବାର ଦିନ ସ୍ୱାମୀ ସ୍ତ୍ରୀ ସମ୍ଭୋଗରୁ ଦୂରେଇ ରହିବା ଉଚିତ । ନଚେତ ଶନିଦେବଙ୍କ କ୍ରୋଧକୁ ସାମ୍ନା କରିବାକୁ ପଡ଼ିଥାଏ । ଏହି ଦିନ ସଂଭୋଗ କରୁଥିବା ବ୍ୟକ୍ତିଙ୍କ ସନ୍ତାନ କିନ୍ନର କିମ୍ବା ଦୁଷ୍ଟ ଜନ୍ମ ନେଇଥାଏ ।

୨ . ଶନିବାର ଦିନ କୁକୁର ବିଲେଇ ଦେଖିଲେ ତାହା ଦାରିଦ୍ର୍ୟତାର କାରଣ ହୋଇଥାଏ । ଘରେ ଝଗଡ଼ା ହୋଇଥାଏ ।

୩ . ଶନିବାର ଦିନ ଭଙ୍ଗା ପାନିଆ ଏବଂ ଆଇନାର ବ୍ୟବହାର କରନ୍ତୁ ନାହିଁ । କାରଣ ଶନି ଗ୍ରହ ଅଶୁଭ ପରିଣାମ ଦେଇଥାଏ । ଯାହାଦ୍ୱାରା ବ୍ୟକ୍ତି କାଙ୍ଗାଳ ହୋଇଯାଏ ।

୪ . ଶନିବାର ଦିନ କୌଣସି ଜିନିଷ ଭାଙ୍ଗିବା ଅଶୁଭ ହୋଇଥାଏ । ଶନିବାର ଦିନ ଭଙ୍ଗା ବାହନରେ ବସି ଯାତ୍ରା କରିବା ମଧ୍ୟ ଉଚିତ ନୁହେଁ । ଏହାଦ୍ବାରା ଆପଣଙ୍କ ସହିତ ଖରାପ ହୋଇପାରେ । ଯେଉଁ ବ୍ୟକ୍ତି ଶନିବାର ଦିନ ସ୍ନାନ କରେ ନାହିଁ , ସେହି ବ୍ୟକ୍ତିକୁ କେବେବି ସଫଳତା ମିଳେ ନାହିଁ ।

୫ . ଏହିଦିନ ଶନି ଭକ୍ତ ରସୁଣ ପିଆଜ ସେବନ କରିବା ଉଚିତ ନୁହେଁ । ଏହାବ୍ୟତୀତ ମାଂସ , ମଦ , ସିଗାରେଟ ମଧ୍ୟ ପିଇବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ଶନି ମହାରାଜଙ୍କୁ ପୀଡ଼ା ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *