Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଘରେ ଏହି ସ୍ଥାନରେ ମୟୂର ପର ରଖିବା ଦ୍ଵାରା ଦୂର ହୋଇଥାଏ ଦାରିଦ୍ର୍ୟତା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ ମୟୂର ପରକୁ ନେଇ କିଛି ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ। ବାସ୍ତୁ ଶାସ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୟୂର ପର ଘର ପାଇଁ ଶାନ୍ତି ଓ ସୁଖ ସମୃଦ୍ଧି ପାଇଁ ଅତ୍ୟନ୍ତ ଉପଯୋଗୀ ମାନା ଯାଇଛି। ଘରେ ମୟୂର ପର ରହିବା ଦ୍ଵାରା ଘରେ ଧନ ବୃଦ୍ଧି ହୋଇଥାଏ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ପ୍ରଥମେ ଜାଣିବା ମୟୂର ପର ଆମ ଧାର୍ମିକ ଗ୍ରନ୍ଥରେ କଣ ମହତ୍ତ୍ଵ ରହିଛି। ମୟୂର ପର ଏକ ଏଭଳି ଯନ୍ତ୍ର ଅଟେ ଯାହାକୁ ଘରେ ରଖିଲେ, ସମସ୍ତ ରୋଗ ବ୍ୟାଧି ଦୂର ହୋଇ ଯାଇଥାଏ। ଶାସ୍ତ୍ରରେ ମୟୁରକୁ ନେଇ ଅନେକ କଥା ବର୍ଣ୍ଣନା କରାଯାଇଛି। ପକ୍ଷୀ ଶାସ୍ତ୍ରରେ ଗୋଟେ ଗଳ୍ପ ହେଉଛି – ପୌରାଣିକ ଯୁଗରେ ସନ୍ଧ୍ୟା ନାମକ ଅସୁର ଥିଲେ। ସେ ଜଣେ ବଡ଼ ତପସ୍ୱୀ ମଧ୍ୟ ଥିଲେ ଏବଂ ଶୁକ୍ରାଚାର୍ଯ୍ୟ ଋଷିଙ୍କ ଠାରୁ ଶିକ୍ଷା ଗ୍ରହଣ କରୁଥିଲେ। ସେ ଭଗବାନ ଶିବ ଓ ବ୍ରହ୍ନଦେବଙ୍କ ପାଖରୁ ବରଦାନ ପାଇ ସ୍ବର୍ଗ ଉପରେ ଆକ୍ରମଣ କରିଥିଲା।

ଏହି ଅସୁରକୁ ରୋକିବା ପାଇଁ ବ୍ରହ୍ମଦେବ ମୟୂରର ସାହାଯ୍ୟ ନେଇଥିଲେ। ତାପରେ ସନ୍ଧ୍ୟା ଅସୁରର ବଧ ହେଲା ଏବଂ ଦେବତା ମାନେ ବିଜୟ ହାସଲ କଲେ ଏବଂ ମୟୂରକୁ ପୂଜନୀୟ ହେବାର ବରଦାନ ମିଳିଲା। ଭଗବାନ ଶ୍ରୀକୃଷ୍ଣ ତାଙ୍କ ବର୍ଣ୍ଣନାରେ ମୟୁରକୁ ବହୁତ ପ୍ରଶଂସା କରି ଥାଆନ୍ତି। ଏହାସହିତ ଭଗବାନ ଶ୍ରୀକୃଷ୍ଣଙ୍କ ମଠରେ ମୟୂର ପର ଅତ୍ୟନ୍ତ ସୁନ୍ଦର ଦେଖା ଯାଇଥାଏ।

ପ୍ରାୟତଃ ସମସ୍ତଙ୍କ ଘରେ କଳି ଝଗଡା ହୋଇଥାଏ। ଯଦି କୌଣସି ଘରେ ବାରମ୍ବାର କଳି ଝଗଡା ଲାଗି ରହୁଛି, ତାହେଲେ ଏହାର ମୁଖ୍ୟ କାରଣ ହେଉଛି ଘ୍ହାରେ ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଛି। ଘରେ ପ୍ରାୟତଃ ସମସ୍ତ ଜିନିଷ ଆମ ବ୍ୟବହାର୍ଯ୍ୟ ଉପଯୋଗୀ ଜିନିଷ ଅଟେ। କିଛି ଜିନିଷ ପରିବାର ପାଇଁ ନକାରାତ୍ମକ ସାବ୍ୟସ୍ତ ହୋଇଥାଏ। ମୟୂର ପରକୁ ପ୍ରତ୍ୟେକ ଦିନ ସନ୍ଧ୍ୟା ଓ ସକାଳେ ଘରର ପ୍ରତ୍ୟେକ ସ୍ଥାନରେ ଝାଡ଼ିବା ଦ୍ଵାରା ଘରୁ ସବୁ ନକରାତ୍ମକ ଶକ୍ତି ଦୂର ହୋଇଯିବ।

ତେବେ ଆସନ୍ତୁ ଜାଣିବା ଘରର କେଉଁ ସ୍ଥାନରେ ମୟୂର ପର ରଖିବା ଦ୍ଵାରା ଘରୁ ଦାରିଦ୍ର୍ୟତା ଦୂର ହୋଇଥାଏ। ଘରର ମୁଖ୍ୟ ଦୁଆର ମୁହଁ ସାମ୍ନାରେ ପ୍ରଭୁ ଶ୍ରୀଗଣେଶଙ୍କର ମୂର୍ତ୍ତି ରଖନ୍ତୁ ଏବଂ ମୂର୍ତ୍ତି ପାଖରେ ଦୁଇଟି ମୟୂର ପର ରଖନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ଘରେ କେବେବି କଳି ଝଗଡା ସୃଷ୍ଟି ହେବା ନାହିଁ। ଘର ଭିତରକୁ ଆସୁଥିବା ଲୋକଙ୍କ ନଜର ସେହି ମୟୂର ପାରା ଉପରେ ପଡ଼ିଲେ ଆପଣଙ୍କ ଘର ସୁଖଶାନ୍ତିରେ ଭରି ଯିବ।

ଘର ଦୁଆର ମୁହଁ ଉପରେ ତିନୋଟି ମୟୂର ପର ରଖନ୍ତୁ, ଦେଖିବେ ଆପଣଙ୍କ ଘରର ବାସ୍ତୁ ଦୋଷ ଦୂର ହୋଇଯିବ। ଯଦି ଆପଣଙ୍କ କୁଣ୍ଡଳୀରେ ବୃହସ୍ପତି, ଶୁକ୍ର ଭଳି ଗ୍ରହ ଦୁର୍ବଳ ସ୍ଥିତିରେ ରହିଛନ୍ତି, ତାହେଲେ ଗୋଟେ ମୟୂର ପର ନିଅନ୍ତୁ ଏବଂ ତାଉପରେ ଗଙ୍ଗାଜଳ ସିଞ୍ଚନ କରି ଏଭଳି ସ୍ଥାନରେ ରଖନ୍ତୁ, ଯେଉଁ ସ୍ଥାନରେ ଅନ୍ୟ କାହାର ନଜର ଯିବ ନାହିଁ। ଯଦି ପରିବାରରେ କୌଣସି ବ୍ୟକ୍ତିଙ୍କୁ ନଜର ଲାଗିଛି ତାହେଲେ ସେ ଶୋଇବା ପୂର୍ବରୁ ତକିଆ ତଳେ ଗୋଟେ ମୟୂର ପର ରଖି ଶୋଇବା ଉଚିତ।

ବିବାହିତ ଦମ୍ପତ୍ତିଙ୍କର ବୈବାହିକ ଜୀବନରେ ସମସ୍ୟା ସୃଷ୍ଟି ହେଉଥିଲେ, ଶୋଇବା କୋଠରୀରେ ଦକ୍ଷିଣ ପୂର୍ବ ଦିଗରେ ମୟୂର ପର ରଖିବା ଉଚିତ। ବିଦ୍ୟାର୍ଥୀ ମାନଙ୍କର ସ୍ମରଣ ଶକ୍ତି ଦୁର୍ବଳ ରହିଥିଲେ, ଦେବୀ ସରସ୍ଵତୀଙ୍କ ପାଖରେ ମୟୂର ପର ଅର୍ପଣ କରି ପୂଜାର୍ଚ୍ଚନା ସରିବା ପରେ ସେହି ପରକୁ ବହି ଭିତରେ ରଖିଲେ ସ୍ଥାନ ଶକ୍ତି ବୃଦ୍ଧି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *