Excuse Me Odisha

ଯାହା କହିବୁ ସତ କହିବୁ

ନୂଆବର୍ଷରେ ଭୁଲରେ କାହାକୁ ଦିଅନ୍ତୁ ନାହିଁ ଏହିସବୁ ଜିନିଷ । ନଚେତ ଦେଖାଦେବ ଆର୍ଥିକ ସମସ୍ୟା । ଏହି କିଛି ଜିନିଷ ମଧ୍ୟ ଆଣନ୍ତୁ ନାହିଁ ଘରକୁ:-

ସେୟାର୍ କରନ୍ତୁ

ଏଥର ନୂଆବର୍ଷ ଭଲ ଯୋଗରେ ବନୁଛି । ଅର୍ଥାତ ଅଶ୍ୱିନୀ ଲଗ୍ନରେ କନ୍ୟା ରାଶି ଏବଂ ମେଷ ରାଶି ରହିବ । ଯାହାଦ୍ୱାରା ପ୍ରଥମେ ସିଦ୍ଧି ଯୋଗ ଏବଂ ତାପରେ ମହାସିଦ୍ଧି ଯୋଗ ସୃଷ୍ଟି ହେବ । ନୂଆବର୍ଷର ପ୍ରାରମ୍ଭରେ ଶନିଦେବ ଗ୍ରହ ପରିବର୍ତ୍ତନ କରିବେ । କିନ୍ତୁ ନୂଆବର୍ଷ ଦିନ ହିଁ ନିଜ ରାଶିରେ ରହିବେ । ନୂଆବର୍ଷର ଆରମ୍ଭ କିଛି ଲୋକଙ୍କ ପାଇଁ ବେଶ ଶୁଭ ହେବାକୁ ଯାଉଛି ଏବଂ ସେମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ନୂଆବର୍ଷକୁ ଲୋକେ ବେଶ ଖାସ ଢ଼ଙ୍ଗରେ ପାଳନ କରନ୍ତି । କିଛି ଲୋକ ଗିଫ୍ଟ ନବାଦେବା ମଧ୍ୟ କରିଥାନ୍ତି । ତେଣୁ ଏହିଦିନ କିଛି ଏପରି ଜିନିଷ ଅଛି ଯାହାକୁ କାହାକୁ ଦେବା ଉଚିତ ନୁହେଁ ।

ପାଣି ସହିତ ଜଡ଼ିତ କୌଣସି ଗିଫ୍ଟ କାହାକୁ ଦେବା ଉଚିତ ନୁହେଁ । ଯେମିତିକି ଏକ୍ଵାରିୟମ କିମ୍ବା ପାଣି ସମ୍ବନ୍ଧୀୟ କୌଣସି ପେଣ୍ଟିଙ୍ଗ କାହାକୁ ବି ଗିଫ୍ଟ ଆକାରରେ ଦେବା ଉଚିତ ନୁହେଁ । ନଚେତ ଏହାଦ୍ବାରା ଆର୍ଥିକ ସମସ୍ୟା ଦେଖା ଦେଇଥାଏ । ଏହାବ୍ୟତୀତ ଯେଉଁ ସମ୍ବନ୍ଧରେ ଆପଣ କାମ କରନ୍ତି ଅର୍ଥାତ ଯେଉଁ ସେକ୍ଟରରେ କାମ କରନ୍ତି ସେହି ସମ୍ବନ୍ଧୀୟ ଜିନିଷ କାହାକୁ ଦିଅନ୍ତୁ ନାହିଁ ।

ନଚେତ ଆପଣଙ୍କର ଅବନତି ହେବ । ଏହାଦ୍ବାରା ବିଜନେସରେ ମଧ୍ୟ କ୍ଷତି ହୋଇପାରେ । ରୁମାଲ କାହାକୁବି ଗିଫ୍ଟ କରିବା ଉଚିତ ନୁହେଁ । ନଚେତ ସମ୍ପର୍କରେ ବାଧା ଆସିଥାଏ । ଭଗବାନ ଗଣେଶଙ୍କ ମୂର୍ତ୍ତି କିମ୍ବା କୌଣସି ଦେବଦେବୀଙ୍କ ମୂର୍ତ୍ତି କାହାକୁ ବି ଗିଫ୍ଟ ଆକାରରେ ଦିଅନ୍ତୁ ନାହିଁ ।

ଲୁହା ସମ୍ବନ୍ଧୀୟ ଜିନିଷ କିମ୍ବା ଛୁରୀ ମଧ୍ୟ କାହାକୁ ଦିଅନ୍ତୁ ନାହିଁ । ଏହା ସୌଭଗ୍ୟକୁ ଦୁର୍ଭାଗ୍ୟରେ ବଦଳାଇ ଦେଇଥାଏ ଏବଂ ସମ୍ପର୍କରେ ମଧ୍ୟ ବାଧା ଦେଇଥାଏ । ନୂଆବର୍ଷରେ କାହାକୁ ଟଙ୍କା ଧାର ଦେବା ଉଚିତ ନୁହେଁ । କାହାଠାରୁ ଟଙ୍କା ନେବା ମଧ୍ୟ ଉଚିତ ନୁହେଁ । ନୂଆବର୍ଷ ଦିନ କାହାକୁ ବି ଧାରୁଆ ଜିନିଷ , ରୁମାଲ , କଳା ପୋଷାକ , ଚପଲ କିମ୍ବା ଟଙ୍କା ଭୁଲରେବି ସୁଦ୍ଧା ଦେବା ଉଚିତ ନୁହେଁ । ଚଳିତ ବର୍ଷ ବ୍ୟକ୍ତିଙ୍କର ବ୍ୟବସାୟରେ ବେଶ ଉନ୍ନତି ହେବ । କିଛି ଲୋକ ନୂଆବର୍ଷରେ ଭାଗ୍ୟକୁ ବଦଳାଇବା ପାଇଁ ୩୧ ତାରିଖ ଦିନ ରାତିରେ କିଛି ଖାଦ୍ୟ ଖାଇଥାନ୍ତି ।

ପ୍ରଥମତଃ ମାଛ । ମାଛକୁ ସାଧରଣତଃ ଉନ୍ନତି ଏବଂ ସମୃଦ୍ଧି ସହିତ ଯୋଡ଼ି ଦେଖାଯାଏ । କାରଣ ଏହା ଗୋଟିଏ ଥରରେ ଏକାଧିକ ଅଣ୍ଡା ଦେଇଥାଏ । ଅନ୍ୟଟି ହେଉଛି ଡାଲି । ନୂଆବର୍ଷ ଦିନ ପନିପରିବା ଏବଂ ଡାଲି ଖାଇବା ଦ୍ୱାରା ଭାଗ୍ୟ ଭଲ ହୋଇଥାଏ । ୟୁରୋପରେ ଲୋକେ ଅଙ୍ଗୁର ଖାଇଥାନ୍ତି । ଯାହାକୁ ଖାଇବା ଦ୍ୱାରା ଭାଗ୍ୟ ଭଲ ହୋଇଥାଏ ବୋଲି କୁହାଯାଏ । ମ୍ୟାଗି କିମ୍ବା ସବୁ ପ୍ରକାରର ନଡୁଲସ ଦୀର୍ଘ ଆୟୁଷର ପ୍ରତୀକ ହୋଇଥାଏ । ଗ୍ରୀସରେ ନୂଆବର୍ଷର ପ୍ରାରମ୍ଭ ସହିତ କେକ ଖାଇବାର ପରମ୍ପରା ରହିଛି । ଯାହାକି ଉନ୍ନତି ଏବଂ ସମୃଦ୍ଧିର ପ୍ରତୀକ ମାନା ଯାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *