Excuse Me Odisha

ଯାହା କହିବୁ ସତ କହିବୁ

ବାସ୍ତୁ ଅନୁଯାୟୀ ଏହି ଦୁଇଟି ଗଛକୁ ଏକା ପାଖରେ ଲଗାଇଲେ ହୋଇଥାଏ ରାଜଯୋଗ । ମିଳିଥାଏ ପ୍ରବଳ ଧନ ସମ୍ପତ୍ତି ।

ସେୟାର୍ କରନ୍ତୁ

ଘରେ ଏକାସାଥିରେ ଦୁଇଟି ଗଛ ଲଗାଇବା ଦ୍ୱାରା ଆପଣ କୋଟିପତି ହୋଇ ପାରନ୍ତି । ସେହି ସବୁ ଗଛ ଲଗାଇବା ଦ୍ୱାରା ମାତା ଲକ୍ଷ୍ମୀ ଦୀର୍ଘ ସମୟ ପର୍ଯ୍ୟନ୍ତ ଆପଣଙ୍କ ଘରେ ବାସ କରନ୍ତି । ଶାସ୍ତ୍ରରେ ଗଛଲତାକୁ ଭଗବାନଙ୍କ ସହିତ ତୁଳନା କରାଯାଇଛି । ଏହାବ୍ୟତୀତ ଗଛଲତା ମନୁଷ୍ୟକୁ ଅକ୍ସୀଜେନ ପ୍ରଦାନ କର ଥାଆନ୍ତି । କିଛି ଗଛକୁ ଘରେ ଲଗାଇବା ଦ୍ୱାରା ତାହା ସୌନ୍ଦର୍ଯ୍ୟ ବର୍ଦ୍ଧକ ହେବା ସହିତ ଘରର ବାସ୍ତୁ ଦୋଷକୁ ଦୂର କରଥାଏ ଏବଂ ଘରର ନକରାତ୍ମକତାକୁ ମଧ୍ୟ ଦୂର କରିଦିଏ ।

ଯାହାଦ୍ୱାରା ଦେବା ଦେବୀ ଘରେ ସ୍ଥାୟୀ ଭାବରେ ବାସ କରନ୍ତି । ଆଜି ଆମେ କୌଣସି ଦୁଇଟି ଗଛ ବିଷୟରେ କହିବୁ , ଯାହାକୁ ଯଦି ଆପଣ ଘରେ ଲଗାନ୍ତି ତେବେ ଆପଣଙ୍କ ଭାଗ୍ୟ ବଦଳି ଯିବ । ଘରେ ଗଛ ଲଗାଇବା ଦ୍ୱାରା ବାତାବରଣ ସ୍ୱଚ୍ଛ ଏବଂ ସବୁଜ ରହିବା ସହିତ ଭାଗ୍ୟକୁ ବଦଳାଇବାରେ ମଧ୍ୟ ସାହାଯ୍ୟ ହୋଇଥାଏ ।

ଯାହାଦ୍ୱାରା ଧନ ସମ୍ପତ୍ତିରେ ମଧ୍ୟ ବୃଦ୍ଧି ହୋଇଥାଏ । ଏହାବ୍ୟତୀତ ଆଉ କିଛି ଗଛ ଲଗାଇବା ଦ୍ୱାରା ଭଲ ପରିଣାମ ମିଳି ନଥାଏ ଏବଂ ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ ।

୧ . ତୁଳସୀ ଗଛ:-

ଯେଉଁଠି ତୁଳସୀ ଗଛ ଥାଏ ସେଠାରେ ସର୍ବଦା ମାତା ଲକ୍ଷ୍ମୀ ଏବଂ ଶ୍ରୀହରି ବିଷ୍ଣୁଙ୍କ ଉପସ୍ଥିତି ରହିଥାଏ । କାରଣ ଭଗବାନ ବିଷ୍ଣୁଙ୍କର ମାତା ତୁଳସୀ ଅତ୍ୟନ୍ତ ପ୍ରିୟ ଅଟନ୍ତି । ଏହାବ୍ୟତୀତ ମାତା ତୁଳସୀଙ୍କ ଉପରେ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ରହିଛି ଯେ , ଯେଉଁଠି ମାତା ତୁଳସୀଙ୍କ ସୁଲଭ ଉପସ୍ଥିତି ରହିବ , ସେଠାରେ ସର୍ବଦା ଭଗବାନ ବିଷ୍ଣୁଙ୍କ ନିବାସ ହେବ । ତେଣୁ ଯେଉଁ ଘରେ ତୁଳସୀ ଗଛ ଲଗାଯାଏ ସେହି ଘରେ କେବେବି ଧନ ସମ୍ପତ୍ତିର ଅଭାବ ହୁଏନାହିଁ । ଯେଉଁ ସ୍ଥାନରେ ତୁଳସୀ ଗଛ ଥାଏ , ସେଠାକାର ବାୟୁ ଶୁଦ୍ଧ ହେବା ସହିତ ଘରର ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଯାଏ ।

୨ . ବେଲ ଗଛ:-

ଏହି ଗଛ ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ଏପରି କୁହାଯାଏ ଯେ , ଏହି ଗଛରେ ଭଗବାନ ଶିବ ବାସ କରନ୍ତି । ଏହାକୁ ଘରେ ଲଗାଇବା ଦ୍ୱାରା , ଧନର ଦେବୀ ମାତା ଲକ୍ଷ୍ମୀ ଘରକୁ ଆକର୍ଷିତ ହୋଇ ଆସିଥାନ୍ତି । ଯାହାଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସିଥାଏ । ଏହାବ୍ୟତୀତ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର ହୋଇଯାଏ ।

୩ . ଅଁଳା ଗଛ:-

ଅଁଳା ଗଛକୁ ଆପଣ ଘରର ପୂର୍ବ ଦିଗରେ ଲଗାଇ ପାରିବେ । ଆପଣ ଚାହିଁଲେ ତାହାକୁ ଉତ୍ତର ଦିଗରେ ମଧ୍ୟ ଲଗାଇ ପାରିବେ । ଅଁଳା ଗଛକୁ ପୂଜା କରିବା ଦ୍ୱାରା ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଅଁଳା ଗଛ ଭଗବାନ ଶ୍ରୀହରି ବିଷ୍ଣୁଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ । ଏହାକୁ ପ୍ରତ୍ୟେକ ଦିନ ପୂଜା ଅର୍ଚ୍ଚନା କରିବା ଦ୍ୱାରା ସବୁ ପାପର ମଧ୍ୟ ନାଶ ହୋଇଥାଏ ।

୪ . କଦଳୀ ଗଛ:-

ଘରେ ସମୃଦ୍ଧି ପାଇଁ କଦଳୀ ଗଛକୁ ପୂଜା କରିବା ଉଚିତ । ଏହାକୁ ଘରର ଐଶାନ୍ୟ କୋଣ ଥିବା ପାର୍ଶ୍ଵରେ ଲଗାଇବା ଉଚିତ । ଏହା ବୃହସ୍ପତି ଗ୍ରହର ପ୍ରତିନିଧ ଅଟେ । କଦଳୀ ଗଛ ପାଖରେ ତୁଳସୀ ଗଛ ଲଗାଇଲେ ତାହା ଅଧିକ ଲାଭଦାୟକ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *