Excuse Me Odisha

ଯାହା କହିବୁ ସତ କହିବୁ

ଶିବଲିଙ୍ଗ ଉପରେ ଅର୍ପଣ କରାଯାଇଥିବା ବେଲପତ୍ରକୁ ଖାଇବା ଦ୍ବାରା କଣ ହୋଇଥାଏ? ଜାଣନ୍ତୁ ବିସ୍ତାର ରୂପରେ –

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଭଗବାନ ଶିବଙ୍କୁ ବେଲପତ୍ର ସବୁଠାରୁ ପ୍ରିୟ ଅଟେ। ଶିବ ପୂଜନରେ ବେଲପତ୍ରର ବହୁତ ମହତ୍ତ୍ଵ ରହିଛି। ମାନା ଯାଇଥାଏ, ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ବେଲପତ୍ର ଅର୍ପଣ କରିବା ନିହାତି ଜରୁରୀ ଅଟେ। ବେଲପତ୍ର ଅର୍ପଣ କଲେ ଭଗବାନ ଶିବ ଖୁବ୍ ଶୀଘ୍ର ପ୍ରସନ୍ନ ହୋଇ ଯାଇଥାନ୍ତି। କିନ୍ତୁ କିଛି ଖାସ ତିଥି ରହିଛି, ଯେଉଁ ତିଥିରେ ବେଲପତ୍ର ତୋଳିବା ଉଚିତ ନୁହେଁ।

କୁହାଯାଏ କି ସୋମବାର ଦିନ କେବେବି ବେଲପତ୍ର ତୋଳିବା ଉଚିତ ନୁହେଁ। କିନ୍ତୁ ଅଧିକାଂଶ ଲୋକେ ସୋମବାର ଦିନ ହିଁ ସତେଜ ବେଲପତ୍ର ତୋଳି ଭଗବାନ ଶିବଙ୍କ ପୂଜାରେ ଲଗାଇ ଥାଆନ୍ତି। କିନ୍ତୁ ଏଭଳି କରିବା ଭୁଲ ଅଟେ। ଶାସ୍ତ୍ର ଅନୁସାରେ ରବିବାର ଦିନ ବେଳା ଗଛକୁ ପୂଜାର୍ଚ୍ଚନା କଲେ ବ୍ରହ୍ମ ହତ୍ୟା ଭଳି ମହାପାପ ନଷ୍ଟ ହୋଇ ଯାଇଥାଏ। ଘରର ବହିଚରେ ବେଲପତ୍ର ରହିଲେ ଘର ଉପରକୁ କୌଣସି ସମସ୍ୟା ଆସି ନଥାଏ।

ପୁରାଣ ଅନୁସାରେ ଯେଉଁ ସ୍ଥାନରେ ବେଲପତ୍ର ଗଛର ଜଙ୍ଗଲ ହୋଇଥାଏ, ସେଠାରେ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ଯଦି ଆପଣଙ୍କ ପାଖରେ ବେଲପତ୍ର ନାହିଁ, ତାହେଲେ ଆପଣ ଅନ୍ୟ କାହାର ବେଲପତ୍ରକୁ ଆଣି ଶିବଲିଙ୍ଗ ଉପରେ ଅର୍ପଣ କରି ପାରିବେ। ଏହାଦ୍ବାରା ମଧ୍ୟ ଭଗବାନ ଶିବ ଆପଣଙ୍କ ଉପରେ ପ୍ରସନ୍ନ ହେବେ। ଅଷ୍ଟମୀ, ଦଶମୀ, ଏକାଦଶୀ, ଦ୍ଵାଦଶୀ, ସଂକ୍ରାନ୍ତି, ସୋମବାର ଦିନ ବେଲପତ୍ର ତୁଳନ୍ତୁ ନାହିଁ। ଏହା ଅଶୁଭ ହୋଇପାରେ।

ବେଲପତ୍ରକୁ ପୂଜାପାଠରେ ବ୍ୟବହାର କରିବା ସହିତ ଏଥିରେ ଔଷଧୀୟ ଗୁଣ ଭରପୁର ପରିମାଣରେ ରହିଥାଏ। ଯଦି ମହୁମାଛି ଆକ୍ରମଣରେ ଆଘାତ ପାଇଛନ୍ତି, ତାହେଲେ ବେଲପତ୍ର ରସକୁ ସେହି ସ୍ଥାନରେ ଲଗାନ୍ତୁ। ଖୁବ୍ ଶୀଘ୍ର ଆପଣ ସୁଫଳ ପାଇବେ। ସନ୍ଧ୍ୟା ସମୟରେ ବେଲପତ୍ର ଆଣି ସେଥିରେ ଓଁ ଲେଖନ୍ତୁ। ଏଭଳି ତିନୋଟି କରନ୍ତୁ। ଏହି ତିନୋଟି ବେଲପତ୍ରକୁ ଭଗବାନ ଶିବଙ୍କ ପାଖରେ ଅର୍ପଣ କରି ଏହାକୁ ଧନଭଣ୍ଡାର ଘରେ ରଖି ଦିଅନ୍ତୁ।

ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ଅଟକି ରହିଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିଥାଏ। ଘର ଧନଧାନ୍ୟରେ ପରିପୂର୍ଣ୍ଣ ରହିଥାଏ। କୁହାଯାଏ କି ଘରର ବଗିଚାରେ ଅରଖ ଗଛ ଓ ବେଲଗଛ ପାଖାପାଖି ଲଗାଇଲେ ପରିବାର ଉପରେ ସମସ୍ତ ସଙ୍କଟ ଟଳି ଯାଇଥାଏ। ଭଗବାନ ଶିବଙ୍କୁ ଓଲଟା ବେଲପତ୍ର ଅର୍ପଣ କରନ୍ତୁ ନାହିଁ। ପାଞ୍ଚ ପାଖୁଡା ବିଶିଷ୍ଟ ବେଲପତ୍ର ଆଣି ଘରେ ଫୋଟ ଲଗାଇ ରଖିବା ଆବଶ୍ୟକ। ଏହା ପରିବାର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ।

ବେଲପତ୍ରରେ ଧଳା ଚନ୍ଦନ ଲଗାଇ ଭଗବାନ ଶିବଙ୍କୁ ଅର୍ପଣ କଲେ ଏବଂ ୧୦୮ ବେଲପତ୍ର ଅର୍ପଣ କଲେ ସବୁ ମନସ୍କାମନା ପୂରଣ ହୋଇଥାଏ ଏବଂ ପରିବାରରେ ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ। ଭଗବାନ ଶିବଙ୍କୁ ଅର୍ପଣ କରିଥିବା ବେଲପତ୍ରକୁ ଆପଣ ଖାଇ ପାରିବେ। କାରଣ ବେଲପତ୍ରରେ ଔଷଧୀୟ ଗୁଣ ପ୍ରଚୁର ପରିମାଣରେ ରହିଥାଏ। ଏହାର ସେବନ କଲେ ଶରୀର ତାଜା ରହିବା ସହିତ ଖାଦ୍ୟ ହଜମ ହେବାର ସହାୟକ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *