Excuse Me Odisha

ଯାହା କହିବୁ ସତ କହିବୁ

ନୂଆବର୍ଷରେ ଘରେ ଲଗାନ୍ତୁ ଏହି ଚାରୋଟି ଗଛ । ଗଛ ବଢ଼ିବା ସହିତ ବଢ଼ିବ ଘରର ବ୍ୟାଙ୍କ ବାଲାନ୍ସ । ନିଶ୍ଚୟ ଲଗାନ୍ତୁ ଏହି ଚାରୋଟି ଗଛ ।

ସେୟାର୍ କରନ୍ତୁ

କିଛି ଗଛ ଏପରି ଅଛି ଯାହାକୁ ଘରେ ଲଗାଇବା ଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହୋଇଯାଏ ଏବଂ ଘରର ଲୋକଙ୍କ ଭାଗ୍ୟ ମଧ୍ୟ ବଦଳି ଯାଏ । ଏହିସବୁ ଗଛ ଘରେ ଲଗାଇବା ଦ୍ୱାରା ସକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । ତେବେ ନୂଆ ବର୍ଷରେ ଏହି କିଛି ଗଛ ଲଗାଇବା ଦ୍ୱାରା ଭାଗ୍ୟ ଉଦୟ ହୋଇଥାଏ । ଯେମିତିକି ମୟୁର ପର ଗଛକୁ ଘରେ ଲଗାଇବା ଶୁଭ ହୋଇଥାଏ । କିନ୍ତୁ ଏହି ଗଛକୁ ଯୋଡ଼ା ସଂଖ୍ୟାରେ ଲଗାଇବା ଉଚିତ । ଗୋଲାପ ଗଛର କଣ୍ଟା ଥାଏ । କିନ୍ତୁ ଏହି ଗଛକୁ ଘରେ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ । ଯେଉଁ ଗଛରୁ କ୍ଷୀର ବାହାରି ଥାଏ । ସେହି ଗଛ ଘରେ ଲଗାଇବା ଉଚିତ ନୁହେଁ । ନୂଆବର୍ଷ ପୂର୍ବରୁ ସେହି ଗଛକୁ ହଟାଇ ଦିଅନ୍ତୁ ।

୧ . ମନିପ୍ଲାଣ୍ଟ:-

ମନୀପ୍ଲାଣ୍ଟକୁ ଆପଣ ନିଜ ଘରର ସାମ୍ନା ରୁମର ଦକ୍ଷିଣ ପୂର୍ବ କୋଣରେ ରଖି ପାରିବେ । ଏହାଦ୍ବାରା ଭାଗ୍ୟ ବୃଦ୍ଧି ହୋଇଥାଏ । ଏହାକୁ ଘର ଅଗଣାରେ ଲଗାଇଲେ ମଧ୍ୟ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଯଦି ଏହି ଗଛରେ ଆପଣ ନାଲି ସୂତା ବାନ୍ଧି ଦିଅନ୍ତି ତେବେ ଧନ ସ୍ଥିର ରହିଥାଏ ।

୨ . ଲାଭେଣ୍ଡର ଗଛ:-

ଏହି ଗଛର ବାସ୍ନା ଅତ୍ୟନ୍ତ ସୁନ୍ଦର ଥାଏ । ଯାହାଦ୍ୱାରା ଏହା ମନୁଷ୍ୟର ଚିନ୍ତାକୁ କମ କରିବାରେ ସାହାଯ୍ୟ କରିଥାଏ । ଏହା ସକାରାତ୍ମକତାକୁ ମଧ୍ୟ ବୃଦ୍ଧି କରିଥାଏ । ଏହାଦ୍ବାରା ମନୁଷ୍ୟ ମଧ୍ୟରେ ଥିବା ଦୁର୍ଗୁଣ କିମ୍ବା ଦୁଶ୍ଚିନ୍ତା ଦୂର ହୋଇଥାଏ । ଏହି ଗଛକୁ ଘରେ ରଖିଲେ ସ୍ୱାସ୍ଥ୍ୟ ଭଲ ରହିଥାଏ ।

୩ . ଲିଲି ଗଛ:-

ଏହି ଗଛ ସାଧରଣତଃ ପ୍ରେମର ପ୍ରତୀକ ହୋଇଥାଏ । ଏହି ଗଛକୁ ଆପଣ ନିଜ ବେଡ଼ ରୁମରେ ରଖି ପାରିବେ । ଏହାଦ୍ବାରା ଖରାପ ସ୍ୱପ୍ନ ଆସିବ ନାହିଁ ଏବଂ ନିଦ ମଧ୍ୟ ଭଲ ହେବ । ଜୀବନରେ ଖୁସି ବଢ଼ିବ । ପରିବାରରେ କଳହ ଝଗଡ଼ା ବିବାଦ ଦେଖା ଦେବ ନାହିଁ ।

୪ . ସ୍ନେକ ପ୍ଲାଣ୍ଟ:-

ଏହି ଗଛ ଘରେ ରଖିଲେ ନକରାତ୍ମକତା ହ୍ରାସ ପାଇଥାଏ ଏବଂ ଏହାଦ୍ବାରା ଘରେ କୀଟ ପତଙ୍ଗର ହ୍ରାସ ମଧ୍ୟ ହୋଇଥାଏ । ଯଦି ଏହାକୁ ଆପଣ ଘରର ଦ୍ୱାରରେ କିମ୍ବା ବେଡ଼ ରୁମର ଝରକା ପାଖରେ ରଖନ୍ତି ତେବେ ଏହା ଅକ୍ସିଜେନର ପ୍ରବାହକୁ ବଢ଼ାଇ ଥାଏ । ଏହି ଗଛକୁ ଘରେ ରଖିବା ଦ୍ୱାରା ରୁମ ମଧ୍ୟରେ ଏକ ସୁନ୍ଦର ଏବଂ ଶାନ୍ତ ବତାବାରଣ ସୃଷ୍ଟି ହୋଇଥାଏ ।

୫ . ତୁଳସୀ ଗଛ:-

ହିନ୍ଦୁ ଘରେ ତୁଳସୀ ଗଛର ମହତ୍ତ୍ୱ ଏମିତିରେ ଖୁବ ଅଧିକ । ଏହି ଗଛ ସବୁଠାରୁ ଅଧିକ ଅକ୍ସିଜେନ ବିକିରଣ କରିଥାଏ । ତେଣୁ ଘର ଅଗଣାରେ ତୁଳସୀ ଗଛ ନିଶ୍ଚୟ ରଖନ୍ତୁ ଏବଂ ଏକ ନାଲି କପଡ଼ା ନିଶ୍ଚୟ ବାନ୍ଧି ଦିଅନ୍ତୁ ।

୬ . ଅଶୋକ ଗଛ:-

ଏହି ଗଛକୁ ଆପଣ ଘରର ମୁଖ୍ୟଦ୍ୱାରର ଆଖପାଖରେ ଲଗାଇ ପାରିବେ । ଏହା ମନୁଷ୍ୟ ଜୀବନର ଦୁଃଖ କଷ୍ଟକୁ ଦୂର କରିଥାଏ । ଏହି ଗଛକୁ ଛୁଇଁଲେ ହିଁ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯାଏ ।

୭ . ହଳଦୀ ଗଛ:-

ହଳଦୀ ଗଛ ଘରେ ଲଗାଇଲେ ଏହି ଗଛର ବୃଦ୍ଧି ସହିତ ଘରେ ଖୁସିର ମଧ୍ୟ ଅବିବୃଦ୍ଧି ହୋଇଥାଏ । ଏହାସହିତ ନକରାତ୍ମକତା ମଧ୍ୟ ଆପଣଙ୍କ ଘରକୁ ପ୍ରବେଶ କରିପାରେ ନାହିଁ । ହଳଦୀ ଗଛ ଲଗାଇବା ଦ୍ୱାରା ଜାତକରେ ବୃହସ୍ପତି ମଧ୍ୟ ମଜବୁତ ହୋଇଥାଏ ।

୮ . ଶମୀ ଗଛ:-

ଏହି ଗଛକୁ ଘର ଭିତରେ ଲଗାଇବା ଉଚିତ ନୁହେଁ । କିନ୍ତୁ ଏହାକୁ ଆପଣ ଘରର ମୁଖ୍ୟଦ୍ୱାରରେ ଲଗାଇ ପାରିବେ । ଏହି ଗଛକୁ ଲଗାଇଲେ ଜୀବନରେ କ୍ଳେଶ ଚିନ୍ତା ଦୂର ହୋଇଥାଏ । ଯଦି ଆପଣ ଶନି ଗ୍ରହରେ ପୀଡ଼ିତ ଅଛନ୍ତି ତେବେ ଶମୀ ଗ୍ରହ ନିଶ୍ଚୟ ଲଗାନ୍ତୁ । ଏହାବ୍ୟତୀତ ସନ୍ଧ୍ୟା ସମୟରେ ସୋରିଷ ତେଲ ଦୀପ ନିଶ୍ଚୟ ଜଳାନ୍ତୁ ।

୯ . ଡାଳିମ୍ବ ଗଛ:-

ଏହି ଗଛକୁ ଘରେ ଲଗାଇଲେ କରଜରୁ ମୁକ୍ତି ମିଳିଥାଏ । ଯଦି ଏହି ଡାଳିମ୍ବ ଫୁଲକୁ ମହୁରେ ବୁଡାଇ ଶିବଲିଙ୍ଗରେ ଅର୍ପିତ କରାଯାଏ ତେବେ ତିନି ଦିନ ଅର୍ପଣ କରିବା ପରେ ହିଁ କରଜରୁ ମୁକ୍ତି ମିଳିଯାଏ କିମ୍ବା କରଜ ମୁକ୍ତିର ରାସ୍ତା ଖୋଲିଯାଏ । କାରଣ ଏହି ଗଛ ଜୀବନରେ ଧନ ଏବଂ ସମୃଦ୍ଧି ଆଣିଥାଏ । ଏହି ଗଛ ଲଗାଇଲେ ଗ୍ରହ ଦୋଷ ମଧ୍ୟ ଦୂର ହୋଇଥାଏ ।

୧୦ . ଅରଖ ଗଛ:-

ଧଳା ଅରଖ ଗଛ ଆପଣ ଘରର ମୁଖ୍ୟଦ୍ୱାରର ପାର୍ଶ୍ଵରେ ଲଗାଇ ପାରିବେ । ଏହାକୁ ଲଗାଇବା ଦ୍ୱାରା ଘରର ବିଘ୍ନ ବାଧା ଦୂର ହୋଇଥାଏ । ସବୁ କାର୍ଯ୍ୟରେ ସଫଳତା ମିଳିଥାଏ । ଏହି ଗଛର ଫୁଲକୁ ଯଦି ଆପଣ ନିୟମିତ ଭଗବାନଙ୍କୁ ଅର୍ପିତ କରନ୍ତି ତେବେ ଜୀବନରେ ଉନ୍ନତି ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *