Excuse Me Odisha

ଯାହା କହିବୁ ସତ କହିବୁ

ମଙ୍ଗଳବାର ବା ଶନିବାର ଦିନ ଏହି ସ୍ଥାନରେ ଚୁପଚାପ ବାନ୍ଧି ଦିଅନ୍ତୁ ଏହି କଳା ସୂତା, ଯାହାଦ୍ଵାରା ହେବ ଆପଣଙ୍କ ଘର ପରିବାରର ସୁରକ୍ଷା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ ଏକ ଖାସ ଉପାୟ କହିବାକୁ ଯାଉଛୁ ଯାହାକୁ ପ୍ରୟୋଗ କରିବା ଦ୍ଵାରା ଆପଣଙ୍କ ଜୀବନ ହସଖୁସିରେ ଭରି ଯିବ। ମୁଖ୍ୟତଃ ନକାରାତ୍ମକ ଶକ୍ତି ଯାହା ଆପଣଙ୍କ ପରିବାରରେ ବିଘ୍ନ ସୃଷ୍ଟି କରିଥାଏ, ତାହା ନଷ୍ଟ ହୋଇଯିବ। ଏହି ନକାରାତ୍ମକ ଶକ୍ତି ଦ୍ଵାରା ପରିବାରରେ ଆର୍ଥିକ ଅଭାବ ଦେଖା ଦେଇଥାଏ, ଅଶାନ୍ତି ଲାଗି ରହେ। ପତିପତ୍ନୀଙ୍କ ମଧ୍ୟରେ କଳହ ବଢ଼ି ଯାଇଥାଏ।

ଘରେ ଏଭଳି ନକାରାତ୍ମକ ପ୍ରବୃତ୍ତି ଘଟିବାର କାରଣ ହେଉଛି, ବାସ୍ତୁ ଦୋଷ ଓ ଅନ୍ୟ କାହାର ନଜର ଲାଗି ଯିବା। ଏହି ନକରାତ୍ମକତା ଜୀବନରେ ଆଗକୁ ବଢ଼ିବାକୁ ଦେଇ ନଥାଏ। ଆପଣ ଜୀବନରେ କଠିନ ପରିଶ୍ରମ କରି ମଧ୍ୟ ଆଶାନୁରୂପ ସଫଳତା ମିଳି ନଥାଏ ଏବଂ ପାଖରେ ଅର୍ଥ ତିଷ୍ଠି ରହି ନଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ କହିବାକୁ ଯାଉଛୁ। ଯାହାକୁ କରିବା ଦ୍ଵାରା କୌଣସି ନକାରାତ୍ମକ ଶକ୍ତି ଆପଣଙ୍କ ଉପରେ ପ୍ରଭାବ ବିସ୍ତାର କରି ପାରିବ ନାହିଁ ଏବଂ ଗ୍ରହ ଦୋଷରୁ ମୁକ୍ତି ମିଳିବ।

ଏହି ଉପାୟକୁ କରିବା ପାଇଁ ଆପଣଙ୍କୁ ଦରକାର କଳା ସୂତା। ପୌରାଣିକ ଯୁଗରୁ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ କଳା ସୂତା ବ୍ୟବହାର କରିବାର ବିଧି ପ୍ରଚଳିତ ହୋଇ ଆସୁଛି। କଳା ସୂତା ବ୍ୟବହାର କଲେ ଅନେକ ସମସ୍ୟା ଟଳି ଯାଇଥାଏ। ବାସ୍ତବରେ ମନୁଷ୍ୟ ଶରୀର ପଞ୍ଚତତ୍ୱରୁ ପ୍ରସ୍ତୁତ ହୋଇଛି। ତାହା ହେଉଛି ଅଗ୍ନି, ବାୟୁ, ପୃଥିବୀ, ଜଳ ଓ ଆକାଶ। ଏଥିରୁ ମିଳୁଥିବା ଉର୍ଜା ଦ୍ଵାରା ଆମ ଶରୀର ସଞ୍ଚାଳିତ ହୋଇଥାଏ।

କଳା ରଙ୍ଗ ସମସ୍ତ ଅଶୁଦ୍ଧକୁ ନାଶ କରି ଦେଇଥାଏ। ସେଥିପାଇଁ ଆପଣ ଦେଖିଥିବେ କି, ଘରେ ଛୋଟ ପିଲାକୁ ନଜର ନ ଲାଗିବା ପାଇଁ କଳା ଟିକା ଲଗା ଯାଇଥାଏ। ବିବାହିତ ଦମ୍ପତିଙ୍କୁ ମଧ୍ୟ ବିବାହ ସମୟରେ କଳା ଟିକା ଲଗା ଯାଇଥାଏ। ଯଦି ଆପଣଙ୍କ ଜୀବନ ସମସ୍ୟାରେ ଘେରି ରହିଛି, ତାହେଲେ ଶନି ମନ୍ଦିର ଯାଇ ଗୋଟେ କଳା ସୂତାକୁ ସୋରିଷ ତେଲରେ ବୁଡାଇ ସାତଟି ଗଣ୍ଠି ପକାଇ ଭଗବାନ ଶନିଙ୍କ ପାଖରେ ୨୧ ଥର ” ଓଁ ସମ୍ ସନିଶ୍ଚରାୟ ନମଃ ” ମନ୍ତ୍ର ଜପ କରନ୍ତୁ।

ଯଦି ଆପଣ ସେହି କଳା ସୂତାକୁ ହନୁମାନ ମନ୍ଦିର ନେଇ ଯାଉଛନ୍ତି ତାହେଲେ ତାହାକୁ ପ୍ରଭୁ ହନୁମାନଙ୍କର ଚରଣରେ ଲଗାଇ ହନୁମାନ ଚାଳିଶା ପଢନ୍ତୁ। ତାପରେ ଚୁପଚାପ୍ ଘରକୁ ପଳାଇ ଆସନ୍ତୁ। ଏହି କଳା ସୂତାକୁ ଠାକୁର ଘରେ ରଖନ୍ତୁ। ତାପରଦିନ ଆପଣ ଯେଉଁ ବ୍ୟକ୍ତିଙ୍କ ପାଇଁ ଏହି ଉପାୟ କରୁଛନ୍ତି ତାଙ୍କ ହାତରେ ବାନ୍ଧି ଦିଅନ୍ତୁ।

ଯଦି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କୁ ନଜର ଲାଗି ଯାଇଛି, ତାହେଲେ ନିଶ୍ଚିତ ଭାବରେ କଳା ସୂତା ବାନ୍ଧନ୍ତୁ। ଏହାଦ୍ବାରା କୌଣସି ନକାରାତ୍ମକ ଶକ୍ତି ପାଖ ମାଡ଼ିବ ନାହିଁ। ଏହି କଳା ସୂତାକୁ ଆପଣ ପାଦରେ ମଧ୍ୟ ବାନ୍ଧି ପାରିବେ। ଏଭଳି କରିବା ଦ୍ଵାରା ଆପଣଙ୍କୁ କୌଣସି ନକାରାତ୍ମକ ଶକ୍ତି ପ୍ରଭାବିତ କରି ପାରିବ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *