Excuse Me Odisha

ଯାହା କହିବୁ ସତ କହିବୁ

ସାଧାରଣ ଗଛ ଭାବି ଭୁଲରେ ବାହାରେ ଫିଙ୍ଗି ଦିଅନ୍ତୁ ନାହିଁ, ମିଳିପାରେ ବଡ଼ ଫାଇଦା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ ଏଭଳି ଗଛ ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କୁ ଘରର ଆଖପାଖରେ ମିଳିଯିବ। ଏହି ଗଛର ଫଳ ଲମ୍ବା ଆକାର ଓ କଣ୍ଟା ରହିଥାଏ। ଏହି ଫଳକୁ ଛୋଟ ଧୂତୁରା କୁହାଯାଏ। ଆଜି ଆମେ ଆପଣଙ୍କୁ ଛୋଟ ଛୋଟ ଉପାୟ ବିଷୟରେ କହିବାକୁ ଯାଉଛୁ। ଯାହାକୁ ଆପଣ ପ୍ରୟୋଗ କରି ଲାଭବାନ ହୋଇ ପାରିବେ।

ସାଧାରଣତଃ କହିବାକୁ ହେଲେ ଧୂତୁରା ଫୁଲ ଭଗବାନ ଶିବଙ୍କ ପାଖରେ ଲାଗିଥାଏ। ତାର ଫଳ ଗୋଟିଏ ଓ କଣ୍ଟା ପରି ହୋଇଥାଏ। କିନ୍ତୁ ଛୋଟ ଧୂତୁରା ଗଛର ଫୁଲ ହାଲକା ନୀଳ ରଙ୍ଗ ହୋଇଥାଏ। ଏହି ଗଛର ଜ୍ୟୋତିଷ ଓ ଆୟୁର୍ବେଦିକ ଗୁଣ ଭରପୁର ପରିମାଣରେ ରହିଛି। ଯଦି ଆପଣଙ୍କର ଅଧିକ ଚୁଟି ଝଡ଼ା ସମସ୍ୟା ରହିଛି, ତାହେଲେ ଛୋଟ ଧୁତୁରା ଗଛର ପତ୍ର ଆଣି ବାଟି ଦିଅନ୍ତୁ। ତାପରେ ମେହେନ୍ଦି ଲଗାଇବା ଭଳି ତାକୁ ଲଗାନ୍ତୁ। ତାପରେ ମୁଣ୍ଡ ଧୋଇ ଦିଅନ୍ତୁ।

ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ଚୁଟି ଝଡା ସମସ୍ୟା ଦୂର ହେବା ସହିତ ରୁପି ସମସ୍ୟା ମଧ୍ୟ ଦୂର ହୋଇଯିବ। ଗୋଟେ ମାସ ମଧ୍ୟରେ ଆପଣ ଫରକ ଅନୁଭବ କରି ପାରିବେ। ଆହୁରି ମଧ୍ୟ ଆପଣ ୧୦୦ ଗ୍ରାମ ନଡ଼ିଆ ତେଲ ଯାହା ଆପଣ ଦୈନନ୍ଦିନ ଜୀବନରେ ବ୍ୟବହାର କରିଛନ୍ତି, ସେଥିରେ ତିନୋଟି ଛୋଟ ଧୂତୁରା ଗଛର ପତ୍ରକୁ ରଖି ଫୁଟାନ୍ତୁ। ଭଲଭାବରେ ଫୁଟି ଗଲେ ଏହାକୁ ଥଣ୍ଡା କରି ଛାଣି କରି ରଖନ୍ତୁ।

ଯଦି ଆପଣଙ୍କ ଘରର ଛୋଟ ପିଲାଙ୍କୁ ସର୍ବଦା ଥଣ୍ଡା କାଶ ଓ ସର୍ଦ୍ଦି ରହୁଛି, ତାହେଲେ ଏହି ଗଛର ଦୁଇଟି ପତ୍ର ନେଇ ଭଲଭାବରେ ଧୋଇ ଦିଅନ୍ତୁ ତାପରେ କ୍ଷୀରରେ ପକାଇ ସେବନ କରାନ୍ତୁ। ଦେଖିବେ ସର୍ଦ୍ଦି, କାଶ ସବୁ ଦୂର ହୋଇଯିବ। ଯଦି ଆପଣ ଚର୍ମ ରୋଗରେ ପୀଡ଼ିତ ଅଛନ୍ତି, ଯେପରି କୁଣ୍ଡିଆ ରୋଗ, ତାହେଲେ ଛୋଟ ଧୂତୁରା ଗଛର ପତ୍ରକୁ ବାଟି ପ୍ରତ୍ୟେକଦିନ ଲେପ ଲଗାନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ସମସ୍ତ ଚର୍ମ ରୋଗ ଦୂର ହୋଇଯିବ।

ଯଦି ଆପଣଙ୍କର ମୁଣ୍ଡ ବ୍ୟଥା, ଆଣ୍ଠୁଗଣ୍ଠି ବିନ୍ଧା ଭଳି ସମସ୍ୟା ରହିଛି, ତାହେଲେ ଛୋଟ ଧୂତୁରା ଗଛର ପତ୍ର ଆଣି ସୋରିଷ ତେଲରେ ପକାଇ ଫୁଟାନ୍ତୁ। ତାପରେ ଏହି ତେଲକୁ ବିନ୍ଧୁଥିବା ସ୍ଥାନରେ ଲଗାଇ ମାଲିଶ କରନ୍ତୁ। ଏହାଦ୍ବାରା ଆପଣଙ୍କର ଆଣ୍ଠୁଗଣ୍ଠି ବ୍ୟଥା ସମସ୍ୟା ଦୂର ହୋଇଯିବ।

ଏହାସହିତ ଆପଣ ଏହି ଗଛର ମୂଳକୁ ନେଇ ମଧ୍ୟ ଉପାୟ କରି ପାରିବେ। ଶନିବାର ଦିନ ଗୋଟେ ଛୋଟ କଳା କପଡ଼ାରେ ଏହି ଗଛର ଜଡକୁ ରଖି ବାନ୍ଧି ଧାରଣ କଲେ ଆପଣଙ୍କର ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ। ଆହୁରି ମଧ୍ୟ ମାନ୍ୟତା ରହିଛି କି, ଅଶ୍ଳେଷା ନକ୍ଷତ୍ରରେ ଏହି ଗଛର ମୂଳକୁ ଘରେ ଆଣି ରଖିଲେ ଘରକୁ ସାପ ପ୍ରବେଶ କରନ୍ତି ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *