Excuse Me Odisha

ଯାହା କହିବୁ ସତ କହିବୁ

ରାତିରେ ଏହି ସ୍ଥାନରେ ଗୋଟେ ଲୋଟା ଜଳ ନେଇ ଏହି ସ୍ଥାନରେ ରଖନ୍ତୁ, ରାତାରାତି ବଦଳି ଯିବ ଆପଣଙ୍କ ଭାଗ୍ୟ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଏହି ଦୁନିଆରେ ପ୍ରାୟତଃ ସମସ୍ତେ ଅଧିକ ଉପାର୍ଜନ କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି। ଏହାସହିତ ସୁଖ ସୁବିଧାରେ ରହିବା ପାଇଁ ସମସ୍ତେ ଚାହିଁ ଥାଆନ୍ତି। ଆଜି ଆମେ ଆପଣଙ୍କୁ ଗୋଟେ ଲୋଟା ଜଳ ନେଇ ଏକ ଚମତ୍କାର ଉପାୟ ବିଷୟରେ କହିବାକୁ ଯାଉଛୁ। ଯାହାକୁ ପ୍ରୟୋଗ କରି ଆପଣ ନିଜ ଜୀବନର ସମସ୍ୟାକୁ ଦୂର କରି ପାରିବେ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ବାସ୍ତୁ ଠିକ୍ ରହିଲେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ ଏବଂ ଘରର ମୁଖ୍ୟ ଦୁଆର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏଥିପାଇଁ ଲୋକେ ଘରର ମୁଖ୍ୟ ଦୁଆରକୁ ସର୍ବଦା ସଜାଇ ରଖିଥାନ୍ତି ଏବଂ ଶୁଭ ଚିହ୍ନ ସବୁ ଲଗା ଯାଇଥାଏ। ଘରର ମୁଖ୍ୟ ଫାଟକକୁ ସର୍ବଦା ରଙ୍ଗ ଲଗାଇ ରଖନ୍ତୁ। କୁହାଯାଇଥାଏ କି, ଘରର ମୁଖ୍ୟ ଫାଟକ ସଜାଇ ରଖିଲେ ଦେବୀ ଲକ୍ଷ୍ମୀ ଘରକୁ ପ୍ରବେଶ କରିଥାନ୍ତି।

ଆଜି ଆମେ ଆପଣଙ୍କୁ କେଉଁ ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ, ତାହାକୁ ପୁରୁଷ ବା ସ୍ତ୍ରୀ ଉଭୟ ଏହି ପ୍ରୟୋଗ କରି ପାରିବେ। ଏହି ପ୍ରୟୋଗ କରିବାର ପରେ ଆପଣ ପରିଣାମ ଅନୁଭବ କରି ପାରିବେ। ସକାଳୁ ଉଠି ଆପଣ ପ୍ରଥମେ ନିଜ ନିଃଶ୍ୱାସ ପ୍ରଶ୍ୱାସ କେଉଁ ପଟେ ଯାଉଛି, ଦେଖନ୍ତୁ। ନାକ ପୁଡ଼ାର ଯେଉଁ ପଟରେ ନିଃଶ୍ୱାସ ଯାଉଥିବ, ପ୍ରଥମେ ସେହି ପଟ ପାଦ ପକାଇ ଉଠନ୍ତୁ।

ରାତିରେ ଗୋଟେ ଲୋଟାରେ ପାଣି ଭରି ଘରର ମୁଖ୍ୟ ଦୁଆର ପାଖରେ ରଖି ଦିଅନ୍ତୁ। ସକାଳୁ ଉଠି ଏହି ପାଣିକୁ ଦୁଆର ମୁହଁ ସାମ୍ନାରେ ସିଞ୍ଚନ କରନ୍ତୁ। ଏଭଳି କରିବାର କାରଣ ହେଉଛି – ରାତିରେ ଅତୃପ୍ତ ଆତ୍ମା ଘରକୁ ପ୍ରବେଶ କରି ଥାଇପାରେ। ତେଣୁ ଏହି ପାଣିର ସିଞ୍ଚନ ଦ୍ଵାରା ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ। ଘରେ ପୋଛା ଲଗାଇବା ପୂର୍ବରୁ ପାଣିରେ ଅଳ୍ପ ଫିଟିକିରି ବା ଲୁଣ ମିଶାଇ ପୋଛା ଲଗାନ୍ତୁ।

ଗୁରୁବାର ଦିନ କଦାପି ଘର ପୋଛିବା ଉଚିତ ନୁହେଁ। ଯଦି ଅଧିକ ଜରୁରୀ ରହିଛି, ତାହେଲେ ସେହି ପାଣିରେ ଅଳ୍ପ ହଳଦୀ ମିଶାଇ ଦିଅନ୍ତୁ। ଅଧିକାଂଶ ଲୋକେ ଅଧିକ ଋଣ ନେଇଥାନ୍ତି ଓ ଦେଇଥାନ୍ତି। ଯଦି ଆପଣ ସର୍ବଦା ଲକ୍ଷ୍ମୀଙ୍କୁ ଅନ୍ୟ ହାତରେ ଦେଇ ଦେବେ ବା ଅନ୍ୟମାନଙ୍କ ପାଖରୁ ଉଦ୍ଧାର ଆଣିବେ, ତାହେଲେ ଆପଣଙ୍କର ସବୁବେଳେ ଅର୍ଥର ଅଭାବ ରହିବ।

ସକାଳୁ ଉଠି ସ୍ନାନ ସାରି ଭଗବାନ ସୂର୍ଯ୍ୟଙ୍କୁ ଗୋଟେ ଲୋଟା ଜଳ ଅର୍ପଣ କରନ୍ତୁ। ଏକାଦଶୀ ତିଥିରେ ଗୋଟେ ଲୋଟା ଜଳରେ ଅଳ୍ପ କ୍ଷୀର ମିଶାଇ ଠାକୁର ପୂଜା କଲେ ଆପଣଙ୍କର କେବେବି ଅର୍ଥର ଅଭାବ ରହିବ ନାହିଁ। ଯଦି ଆପଣଙ୍କ ଘରେ ଅଶାନ୍ତି ଲାଗି ରହୁଛି ଏବଂ ସର୍ବଦା କଳି ଝଗଡା ସୃଷ୍ଟି ହେଉଛି, ତାହେଲେ ଘରର ଦକ୍ଷିଣ ପଶ୍ଚିମ ଦିଗରେ ଗୋଟେ କାଚ ଗ୍ଲାସରେ ପାଣି ଭରି ସେଥିରେ ଅଳ୍ପ ଲୁଣ ମିଶାଇ ରଖି ଦିଅନ୍ତୁ।

ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଜୀବନରୁ ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଯିବ। ଏହାକୁ ସପ୍ତାହରେ ଦୁଇଥର ଆପଣ ପାଣି ବଦଳାଇ ଲୁଣ ପକାଇ ପାରିବେ। ଠାକୁର ପୂଜା କରି ସାରି ନିଶ୍ଚିତ ଭାବରେ ତିଳକ ଲଗାଇ ତିଳକ ଉପରେ ଚାଉଳ ଲଗାନ୍ତୁ। ଏହାଦ୍ବାରା ଆପଣ ଜୀବନରେ ସର୍ବଦା ସଫଳତା ଆଡକୁ ଅଗ୍ରସର ହେବେ। ଘରର ମୁଖ୍ୟ ଦୁଆର ମୁହଁ ଭିତର ପଟକୁ ଭଗବାନ ଗଣେଶଙ୍କର ମୂର୍ତ୍ତି ରଖନ୍ତୁ। ଯେପରି ବାହାରୁ ଆସୁଥିବା ବ୍ୟକ୍ତିର ପ୍ରଥମ ନଜର ଗଣେଶଙ୍କ ଉପରେ ପଡ଼ିବ। ଏହାଦ୍ବାରା ପରିବାର ଲୋକଙ୍କର ମଙ୍ଗଳ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *