Excuse Me Odisha

ଯାହା କହିବୁ ସତ କହିବୁ

ତୁଳସୀରେ ଦୀପ ଜଳାଇବା ସମୟରେ ତଳେ ରଖି ଦିଅନ୍ତୁ ଏହି ଗୋଟିଏ ଜିନିଷ , ମାତା ଲକ୍ଷ୍ମୀ ହେବେ ପ୍ରସନ୍ନ , ହେବ ଅପାର ଧନ ବର୍ଷା :-

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମରେ ଏପରି ଅନେକ ଉଦ୍ଭିଦ ଅଛନ୍ତି ଯେଉଁଥିରେ ଦେବଦେବୀଙ୍କ ବାସ ହୋଇଥାଏ । ସେଥିମଧ୍ୟରୁ ତୁଳସୀ ଗଛ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ । ଏପରି କୁହାଯାଏ ଯେ ଦେବୀ ଲକ୍ଷ୍ମୀ ତୁଳସୀ ଗଛରେ ବାସ କରନ୍ତି । ଯେଉଁ ଘରେ ତୁଳସୀ ଗଛ ରହିଥାଏ ସେହି ଘରେ ମାତା ଲକ୍ଷ୍ମୀ ନିୟମିତ ବାସ କରନ୍ତି । ଏହାବ୍ୟତୀତ ଘରେ ସକରାତ୍ମକ ଶକ୍ତିର ଉପସ୍ଥିତି ରହିବା ସହିତ ନକରାତ୍ମକତା ମଧ୍ୟ ଦୂରେଇ ଯାଏ । ଶାସ୍ତ୍ରରେ ଅନୁଯାୟୀ ତୁଳସୀ ଗଛକୁ ପୂଜା କଲେ ଭଗବାନ ବିଷ୍ଣୁ ମଧ୍ୟ ମାତା ଲକ୍ଷ୍ମୀଙ୍କ ସହିତ ପ୍ରସନ୍ନ ରହନ୍ତି । ଏହାଦ୍ବାରା ଘର ପରିବାରରେ ସୁଖ ସମୃଦ୍ଧିର ବାତାବରଣ ଖେଳିଯାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ , ତୁଳସୀ ଗଛର ନିୟମିତ ପୂଜା କରିବା ଦ୍ୱାରା ଭକ୍ତମାନଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ଆହୁରି ମଧ୍ୟ ଏହାସହିତ ଘରେ ଅଲକ୍ଷ୍ମୀଙ୍କ ବାସ ମଧ୍ୟ ହୁଏନାହିଁ । କିନ୍ତୁ ତୁଳସୀ ମାତାଙ୍କ ସାମ୍ନାରେ ଦୀପ ଜାଳିବା ସମୟରେ କିଛି ବିଶେଷ ନିୟମ ପ୍ରତି ଧ୍ୟାନ ଦେବା ଜରୁରୀ ଅଟେ । ଯାହାଦ୍ୱାରା ଘରେ ମାତା ଲକ୍ଷ୍ମୀଙ୍କର ସ୍ଥାୟୀ ବାସ ହେବ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ବ୍ୟକ୍ତିର ଭାଗ୍ୟ ମଧ୍ୟ ଖୋଲିଯାଏ । ବ୍ୟକ୍ତିକୁ ସବୁ କାର୍ଯ୍ୟରେ ସଫଳତା ମଧ୍ୟ ପ୍ରାପ୍ତ ହୋଇଥାଏ ।

ତୁଲସୀଙ୍କୁ ପୂଜା କରିବା ସମୟରେ କିଛି ବିଶେଷ ନିୟମ:-

୧ . ଦୀପ ପ୍ରଜ୍ଜ୍ଵଳନ:-

ପ୍ରତ୍ୟେକ ଦିନ ତୁଳସୀ ଗଛକୁ ପୂଜା କରିବା ଯେତିକି ଜରୁରୀ ତୁଳସୀ ଗଛ ମୂଳରେ ଦୀପ ଜାଳିବା ମଧ୍ୟ ସେତିକି ଜରୁରୀ ଅଟେ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ , ତୁଲସୀ ଗଛ ସାମ୍ନାରେ ନିୟମିତ ଭାବରେ ଘିଅ ଦୀପ ଜାଳିବା ଲାଭଦାୟକ ହୋଇଥାଏ । ଏହି ସମୟରେ , ଦୀପରେ ହଳଦୀ ଦେଲେ ଅର୍ଥ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ ।

୨ . ଅଟା ଦୀପ:-

ଶାସ୍ତ୍ରରେ ଏପରି ବର୍ଣ୍ଣିତ ହୋଇଛି ଯେ ତୁଳସୀ ଗଛ ତଳେ ଏକ ଅଟା ଦୀପ ଜଳାଇବା ଉଚିତ୍ । ଏହା ପରେ ସେହି ଦୀପକୁ ଆଗାମୀ ଦିନ ଯେକୌଣସି ଘରର କିମ୍ବା ଅନ୍ୟର ଗାଈକୁ ଖାଇବାକୁ ଦେଇ ଦିଅନ୍ତୁ । କହିରଖିବୁ ଯେ ଶାସ୍ତ୍ରରେ ଅଟାରେ ନିର୍ମିତ ଦୀପ ଜାଳିବା ଅତ୍ୟନ୍ତ ଶୁଭ ଏବଂ ପବିତ୍ର ବୋଲି ବିବେଚନା କରାଯାଏ ।

ଏପରି କୁହାଯାଏ ଯେ ତୁଳସୀ ଗଛ ତଳେ ଏକ ଅଟା ଦୀପ ଜାଳିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ ସମେତ ମାତା ଅନ୍ନପୂର୍ଣ୍ଣାଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ । ଏପରି କରିବା ଦ୍ୱାରା ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତ ହୋଇଥାଏ ଏବଂ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ହୋଇଥାଏ ।

୩ . ଚାଉଳ କିମ୍ବା ଅକ୍ଷତ:-

ତୁଳସୀ ଗଛ ମୂଳରେ ଦୀପ ଜାଳିବା ସମୟରେ ଦୀପକୁ ତଳେ ରଖିବା ଉଚିତ ନୁହେଁ । ତାହାକୁ ଚାଉଳ ଉପରେ ରଖିବା ଉଚିତ । ମାତ୍ର ଚାଉଳ ଗୋଟା ହେବା ଆବଶ୍ୟକ । ଏହା ପରେ ଘିଅ ଦୀପ ପ୍ରଜ୍ଜ୍ଵଳନ କରି ତାହା ଉପରେ ରଖି ଦିଅନ୍ତୁ । ଏପରି କୁହାଯାଏ ଯେ ମା ଲକ୍ଷ୍ମୀ ଅକ୍ଷତର ଆସନ ନିଅନ୍ତି , ସେଥିପାଇଁ ଦୀପକୁ ଚାଉଳ ଉପରେ ରଖା ଯାଇଥାଏ । ଏହି ଉପାୟ ଦ୍ୱାରା ଦାରିଦ୍ର୍ୟତା ଦୂର ହୋଇଥାଏ ଏବଂ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *