Excuse Me Odisha

ଯାହା କହିବୁ ସତ କହିବୁ

ବର୍ଷର ଅନ୍ତିମ ଅମାବାସ୍ୟା ରାତି ଘରର ଏହିଠାରେ ଜଳାନ୍ତୁ 1 ଦୀପ ମାତା ଲକ୍ଷ୍ମୀ ଦୌଡ଼ି ଚାଲି ଆସିବେ ଘର ଧନ ରେ ଭରିଯିବ |

ସେୟାର୍ କରନ୍ତୁ

ବନ୍ଧୁଗଣ ଏମିତି ରେ ତ ଅମାବାସ୍ୟା କୁ ନେଇ ଲୋକ ମାନଙ୍କ ମନରେ ଭୟ ରହିଥାଏ | ଏହି ଦିନ ବହୁତ ଅଶୁଭ ହୋଇଥାଏ କିନ୍ତୁ ଆଧ୍ୟାତ୍ମିକ ଅନୁଯାଇ ଏହିଦିନର ଖାସ ମହତ୍ୱ ରହିଛି | ଏହି ଦିନ ପୂର୍ବ ପୁରୁଷଙ୍କ ପୂଜା ଏବଂ ଦାନ କରିବା ଦ୍ୱାରା ପାପ ର ନାଶ ହୋଇଥାଏ | ଏହି ଦିନ ଶ୍ରଦ୍ଧାଳୁ ପବିତ୍ର ଜଳ ରେ ସ୍ନାନ କରି ବ୍ରତ ବି ରଖିଥାନ୍ତି |

ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଅମାବାସ୍ୟା ବିଷୟରେ ସବୁକିଛି ଜଣେଇବୁ | ଏହା ସହ ପିତୃ ଙ୍କ ପୂଜା, ପିତୃ ଦୋଷ କୁ ପିତୃ ଆଶୀର୍ବାଦ ରେ ବଦଳେଇବା ର ଶାସ୍ତ୍ର ରେ କୁହାଯାଇ ଥିବା ଗୋଟିଏ ପ୍ରଭାବଶାଳୀ ଉପାୟ ମଧ୍ୟ ଜଣେଇବୁ | ତେବେ ଆସନ୍ତୁ ଜାଣିବା ସେହି ମହତ୍ୱପୂର୍ଣ ଉପାୟ ବିଷୟରେ :

ଅମାବାସ୍ୟା ଦିନ ସକାଳୁ ଶୀଘ୍ର ଉଠି ପବିତ୍ର ନଦୀ କିମ୍ବା କୁଣ୍ଡ ରେ ସ୍ନାନ କରନ୍ତୁ | ଏହା ପରେ ତମ୍ଭା ପାତ୍ର ରେ ଜଳ, ନାଲି ଚନ୍ଦନ ଏବଂ ନାଲି ପୁଷ୍ପ ପକେଇ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦିଅନ୍ତୁ | ଏହି ଦିନ ଗରିବ ଙ୍କୁ ଦକ୍ଷିଣା ଦିଅନ୍ତୁ, ଏହି ଦିନ ପିତୃ ଙ୍କ ଆତ୍ମା ଶାନ୍ତି ପାଇଁ ତର୍ପଣ ବି କରାଯାଏ | ଏହି ଦିନ ଗାଈ ଏବଂ କୁକୁର ଙ୍କୁ ଖାଦ୍ୟ ଦିଆଯାଏ କଳା ତିଲ ର ଦାନ କରାଯାଏ | ଏହି ଦିନ ଓସ୍ତ ଏବଂ ବରଗଛ ର ପୂଜା କରାଯାଏ,ଏହି ଦିନ ଓସ୍ତ ଗଛ କୁ ପୂଜା କରି ଜଳ ଦେବା ଦ୍ୱାରା ପିତୃ ପ୍ରସନ୍ନ ହୋଇଯାନ୍ତି | ବନ୍ଧୁଗଣ ଏହି ଦିନ ମାଂସ,ମଦ, ଅଣ୍ଡା ମାଛ ଏବଂ ରସୁଣ ପିଆଜ ଖାଇବା ଉଚିତ ନୁହେଁ

କାହା ଠୁ କିଛି ଉଧାର ନିଅନ୍ତୁ ନାହିଁ,ଲୁହା ଜିନିଷ, ସୋରିଷ ତେଲ ଏବଂ କୌଣସି ବି ନୂଆ ବସ୍ତୁ ଏହି ଦିନ କିଣନ୍ତୁ ନାହିଁ | ଦ୍ୱାର କୁ ଆସିଥିବା ଅତିଥି କୁ ଖାଲି ହାତରେ ଫେରେଇ ଦିଅନ୍ତୁ ନାହିଁ | ଏହି ଦିନ କାହାକୁ ଅପମାନ କରନ୍ତୁ ନାହିଁ, କେଶ ନଖ କାଟନ୍ତୁ ନାହିଁ | ଏହି ଦିନ ମହିଳା ମାନେ ନିଜ କେଶ ଖୋଲା ରଖନ୍ତୁ ନାହିଁ, ଏହା ଦ୍ୱାରା ନକାରାତ୍ମକ ଶକ୍ତି ପ୍ରଭାବିତ କରିଥାନ୍ତି | ଅମାବାସ୍ୟା ସ୍ନାନ ଦାନ ଧର୍ମ, ପିତୃ ଙ୍କ ପୂଜା କରିବା ପାଇଁ ମହତ୍ୱପୂର୍ଣ ହୋଇଥାଏ | ଏହି ଅମାବାସ୍ୟା ରେ ପିତୃ ଙ୍କ ପାଇଁ ବ୍ରତ ଉପବାସ ନିଶ୍ଚିନ୍ତ ରଖନ୍ତୁ

ଏହି ଉପାୟ କରିବା ଦ୍ୱାରା ପିତୃ ଦୋଷ ରୁ ମୁକ୍ତି ମିଳେ..

ଅମାବାସ୍ୟା ସନ୍ଧ୍ୟା ରେ ସ୍ନାନ ସାରି ସ୍ୱଚ୍ଛ ବସ୍ତ୍ର ପରିଧାନ କରି ଗୋଟିଏ ଦୀପ ନିଅନ୍ତୁ | ସେଥିରେ ଘିଅ କିମ୍ବା ସୋରିଷ ତେଲ ପକାନ୍ତୁ ଏହା ପରେ ତଳେ ଟିକିଏ ଚାଉଳ ରଖି ତାଉପରେ ଦୀପ ରଖନ୍ତୁ | ଏହା ପରେ ଦୀପ ଜଳାନ୍ତୁ କିନ୍ତୁ ଧ୍ୟାନ ରଖନ୍ତୁ ଏହାର ଶିଖା ଦକ୍ଷିଣ ଦିଗ ରେ ରହିବା ଉଚିତ | ବନ୍ଧୁଗଣ ଦକ୍ଷିଣ ଦିଗ କୁ ପିତୃ ଙ୍କ ଦିଗ ବୋଲି କୁହାଯାଏ | ସେଥିପାଇଁ ଅମାବାସ୍ୟା ଦିନ ପିତୃ ଙ୍କୁ ପ୍ରସନ୍ନ କରିବା ପାଇଁ ପିତୃ ଙ୍କ ଆଶୀର୍ବାଦ ପାଇବା ପାଇଁ ଦକ୍ଷିଣ ମୁଖି ଦୀପ ଜଳାଯାଇଥାଏ | ଏହା ଦ୍ୱାରା ପିତୃଙ୍କ ଆତ୍ମା ଶାନ୍ତି ହୋଇଥାଏ

ଏହା ପରେ ଦୀପ ପାଖ ରେ ଆସନ ବିଛେଇ ଦକ୍ଷିଣ ଦିଗ କୁ ମୁହଁ କରି ବସିଯାନ୍ତୁ | ଏହା ପରେ ପିତୃ ଙ୍କର ଏହି ମନ୍ତ୍ର କୁ 108 ଥର ଜପ କରନ୍ତୁ | ମନ୍ତ୍ର – ଓଁ ପିତୃ ଦେବତାୟ ନମଃ | ଏହା ପରେ ଭଗବାନ ବିଷ୍ଣୁ ଙ୍କ ମହାମନ୍ତ୍ର – ଓଁ ନମଃ ଭଗବତେ ବାସୁଦେବାୟ | ଏହାକୁ ମଧ୍ୟ ଗୋଟିଏ ମାଳା ଜପ କରନ୍ତୁ | ଏହି ଦିନ ଗୀତା ଏବଂ ବିଷ୍ଣୁ ସହସ୍ର ନାମ ଜପ କରିବା ଅତ୍ୟନ୍ତ ଶୁଭ ହୋଇଥାଏ | ତେବେ ପୂଜା ଏବଂ ମନ୍ତ୍ର ଜପ କରିବା ପରେ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀ ଙ୍କୁ ନମସ୍କାର କରନ୍ତୁ ଏବଂ ତାଙ୍କୁ ପିତୃ ଙ୍କ ଆତ୍ମା ଶାନ୍ତି ପାଇଁ ପ୍ରାଥନା କରନ୍ତୁ |

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *