Excuse Me Odisha

ଯାହା କହିବୁ ସତ କହିବୁ

ଶରୀରରେ ଏହି ତିନୋଟି ଅଙ୍ଗରେ ତିଳ ଏହି ବ୍ୟକ୍ତି ହୋଇ ଯାଇଥାଏ ଧନବାନ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପ୍ରାଚୀନ ହିନ୍ଦୁ ଶାସ୍ତ୍ର ସମୁଦ୍ର ଶାସ୍ତ୍ରରେ ମନୁଷ୍ୟର ଶରୀର ଗଠନ ସମ୍ବନ୍ଧିତ ଅନେକ ବର୍ଣ୍ଣନା କରାଯାଇଛି ଏବଂ ଶରୀର ଗଠନ ଦ୍ଵାରା ମନୁଷ୍ୟର ଭବିଷ୍ୟତ ବିଷୟରେ ଜଣା ପଡ଼ିଥାଏ। ସମୁଦ୍ର ଶାସ୍ତ୍ର ଅନୁସାରେ, ମନୁଷ୍ୟର ଶରୀରର ଅଙ୍ଗ ଗଠନ ତାର ସ୍ଵଭାବ, ଭବିଷ୍ୟତକୁ ଦର୍ଶାଇଥାଏ।

ପ୍ରାଚୀନ ମୁନିଋଷି ମାନଙ୍କ ଅନୁସାରେ କୁଣ୍ଡଳୀରେ ଗ୍ରହ ମାନଙ୍କର ସ୍ଥିତି ଅନୁଯାୟୀ ମନୁଷ୍ୟ ଶରୀରରେ ତିଳ ନିର୍ମାଣ ହୋଇଥାଏ। ବ୍ୟକ୍ତିର ଶରୀରରେ ତିଳକୁ ଆଧାର କରି ତାର ସ୍ଵଭାବ, ଚାଲିଚଳନ, ବୈବାହିକ ଜୀବନ, ଧନସମ୍ପତ୍ତି ବିଷୟରେ ଜାଣି ହୋଇଥାଏ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ପ୍ରଥମେ ହେଉଛି ମଥାରେ ତିଳ। ମଥାରେ ତିଳ ରହିବା ଅତ୍ୟନ୍ତ ଶୁଭ ଅଟେ। ଯେଉଁ ବ୍ୟକ୍ତିଙ୍କର ଜନ୍ମରୁ ମଥାରେ ତିଳ ରହିଥାଏ, ସେମାନଙ୍କ ଭାଗ୍ୟ ସର୍ବଦା ଉଜ୍ବଳ ହୋଇଥାଏ। ଯେଉଁ ଲୋକଙ୍କର ମଥାର ବାମ ପଟରେ ତିଳ ରହିଛି, ସେମାନଙ୍କ ବୟସ ବଢିବା ସହିତ ଆର୍ଥିକ ସ୍ଥିତି ସୁଦୃଢ ରହିବ। ଏହାସହିତ ଆପଣ ଦେଶବିଦେଶ ଭ୍ରମଣ କରିବେ। ଯଦି ଆପଣଙ୍କର ମଥାର ଡାହାଣ ପଟରେ ତିଳ ରହିଛି, ତାହେଲେ ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ ଏବଂ ଆପଣ ଧନ ସଞ୍ଚୟ କରିବେ। କିନ୍ତୁ ଆପଣ ଏହିସବୁ ସୁଖ ସୁବିଧା ଉପଭୋଗ କରି ପାରିବେ ନାହିଁ।

ଯଦି ଆପଣଙ୍କ ମଥାର ମଝିରେ ତିଳ ରହିଛି, ତାହେଲେ ଆପଣ ସୌଭାଗ୍ୟଶାଳୀ ହେବେ ଏବଂ ଆପଣଙ୍କୁ ଜଣେ ଉତ୍ତମ ଜୀବନସାଥୀ ମିଳିବ। ଯେଉଁ ମହିଳା ମାନଙ୍କର ଆଖିର ତଳ ପଟରେ ବା ଉପର ପଟରେ ତିଳ ରହିଥାଏ, ସେମାନେ ସୌଭାଗ୍ୟବତୀ ହୋଇଥାନ୍ତି। ଏହି ମହିଳା ମାନେ ଯେଉଁ ଘରକୁ ବିବାହ କରି ଯାଇଥାନ୍ତି, ସେହି ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇ ଯାଇଥାଏ। ଓଠ ପାଖରେ ତିଳ ରହିଲେ ବ୍ୟକ୍ତିକୁ ଆଶାନୁରୂପ ଜୀବନସାଥୀ ମିଳି ଥାଆନ୍ତି।

ଯେଉଁ ଲୋକଙ୍କର ଛାତିରେ ତିଳ ରହିଥାଏ, ସେମାନେ ବହୁତ କଠିନ ପରିଶ୍ରମୀ ଓ ଧର୍ଯ୍ୟବାନ ହୋଇଥାନ୍ତି। ଏମାନେ ଯେଉଁ କାର୍ଯ୍ୟରେ ହାତ ଦେଇଥାନ୍ତି, ସବୁଥିରେ ସଫଳତା ହାସଲ କରିଥାନ୍ତି। ଏମାନେ ନିଜର କଠିନ ପରିଶ୍ରମ ବଳରେ ସଫଳତାର ଶୀର୍ଷରେ ପହଞ୍ଚି ଥାନ୍ତି ଏବଂ ଧନବାନ ହୋଇଥାଏ। କାନ ପାଖରେ ତିଳ ରହିଥିବା ବ୍ୟକ୍ତି ଅଳ୍ପ ବୟସରୁ ଧନବାନ ହୋଇ ଯାଇଥାନ୍ତି। ହାତ ପାପୁଲିରେ ତିଳ ରହିଥିବା ଲୋକେ ନିଜ ଆଶା ପୂରଣ କରିବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି। ଏମାନେ ନିଜର କଠିନ ପରିଶ୍ରମ କରିବାକୁ ପସନ୍ଦ କରିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *