Excuse Me Odisha

ଯାହା କହିବୁ ସତ କହିବୁ

ସିନ୍ଦୁରରେ ରଖି ଦିଅନ୍ତୁ ଏହି ଗୋଟିଏ ଜିନିଷ ! ମାତା ପାର୍ବତୀ ଦେବେ ବରଦାନ ।

ସେୟାର୍ କରନ୍ତୁ

ସିନ୍ଦୁର ଜଣେ ବିବାହିତ ସ୍ତ୍ରୀ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ବିବାହ ସମୟରେ ସ୍ୱାମୀ ସ୍ତ୍ରୀର ମଥାରେ ସିନ୍ଦୁର ଭରିଥାଏ । ତେବେ ଏହି ସିନ୍ଦୁର କେବଳ ତାର ସୁହାଗ ନୁହେଁ ବରଂ ସ୍ୱାମୀକୁ ସବୁ ସମସ୍ୟାରୁ ମୁକ୍ତ କରିଥାଏ । ନାଲି ସିନ୍ଦୁରର ଅର୍ଥ ଶକ୍ତି ହୋଇଥାଏ । ଯେଉଁ ସ୍ତ୍ରୀ ମଥାରେ ସିନ୍ଦୁର ଭରିଥାଏ , ତାକୁ ମାତା ପାର୍ବତୀ ବରଦାନ ଦେଇଥାନ୍ତି । ସିନ୍ଦୁର ମହତ୍ତ୍ୱପୂର୍ଣ୍ଣ ହେବାର ଏକ ବୈଜ୍ଞାନିକ କାରଣ ମଧ୍ୟ ରହିଛି ।

ଏହାକୁ ସାଧରଣତଃ ହଳଦୀ , ପାରଦ ଏବଂ ଚୁନାରୀ ତିଆରି କରାଯାଇଥାଏ । ଯାହାକୁ ମହିଳା ମଥାରେ ଲଗାଇଲେ ରକ୍ତ ଚାପ ନିୟନ୍ତ୍ରିତ ରହିଥାଏ । ଏହାବ୍ୟତୀତ ମାନସିକ ଚିନ୍ତା ମଧ୍ୟ ଦୂରେଇ ଯାଏ । ଏହା ଯେ କେବଳ ମହିଳାଙ୍କ ସୌନ୍ଦର୍ଯ୍ୟ ବର୍ଦ୍ଧକ ତାହା ନୁହେଁ , ବରଂ ଏହା ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଜରୁରୀ ଅଟେ । କାରଣ ସିନ୍ଦୁରରେ ଥିବା ପାରା ମହିଳାଙ୍କ ସିଂଥୀ ଯାହାକି ଅତ୍ୟନ୍ତ ସମ୍ବେଦନଶୀଳ ସ୍ଥାନ ସେଠାରେ ଲାଗିବା ଦ୍ୱାରା ମସ୍ତିଷ୍କ ସର୍ବଦା ଥଣ୍ଡା ରହିଥାଏ ।

ସିନ୍ଦୁର ଲଗାଇବା ଦ୍ୱାରା ମହିଳାଙ୍କ ମୂଖର ଜ୍ୟୋତି ଏବଂ ପ୍ରଭାବ ବଢ଼ିଯାଏ । ଶାସ୍ତ୍ରରେ ସିନ୍ଦୁର ଲଗାଇବାର କିଛି ବିଶେଷ ନିୟମ ବିଷୟରେ ବର୍ଣ୍ଣନା କରାଯାଇଛି । ଯାହାକୁ ଠିକ ଭାବରେ ପାଳନ ନକଲେ ସ୍ୱାମୀର ଜୀବନ ଉପରେ ବିପଦ ଆସିବା ସହିତ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ଏହାଦ୍ବାରା ପରିବାରରେ ସମସ୍ୟା ଏବଂ ଧନ ହାନୀ ମଧ୍ୟ ହୋଇଥାଏ । ତେଣୁ ସେହିସବୁ ନିୟମକୁ ଭଲ ଭାବରେ ମାନିବା ଉଚିତ ।

ଆଜିକାଲି ଅନେକ ମହିଳା ଏପରି ଅଛନ୍ତି ଯେଉଁମାନେ ଭାବନ୍ତି ଯେ ବୈବାହିକ ଜୀବନରେ ପ୍ରେମ ସମ୍ବନ୍ଧକୁ ଗମ୍ଭୀର କରିବା ପାଇଁ ସିନ୍ଦୁର ଲଗାଇବା ଜରୁରୀ ନୁହେଁ । କିନ୍ତୁ କହିରଖିବୁ ଯେ ସବୁ ବିବାହିତ ମହିଳା ନିଶ୍ଚିତ ଭାବରେ ସିନ୍ଦୁର ଲଗାଇବା ଉଚିତ । ନଚେତ କୌଣସି ଧାର୍ମିକ କାର୍ଯ୍ୟ , ପୂଜା ପଦ୍ଧତିରେ , ସାବିତ୍ରୀ ବ୍ରତ , ତିଜରେ ସିନ୍ଦୁର ନିଶ୍ଚୟ ଲଗାନ୍ତୁ । ବିବାହିତା ମହିଳା ବିନା ସ୍ନାନରେ ସିନ୍ଦୁର ଲଗାଇବା ଉଚିତ ନୁହେଁ । ସ୍ନାନ ପରେ ହିଁ ସିନ୍ଦୁର ଲଗାଇବା ଉଚିତ ।

ଏହାଦ୍ୱାରା ସୌଭଗ୍ୟ ମିଳିଥାଏ । ବିବାହିତ ମହିଳା ନିଜ ସ୍ୱାମୀର ପଇସାରେ କିମ୍ବା ନିଜ ପଇସାରେ ସିନ୍ଦୁର କିଣିବା ଉଚିତ । ଅନ୍ୟର ପଇସାରେ କିଣା ଯାଇଥିବା ସିନ୍ଦୁର ଲଗାଇଲେ ଦୁର୍ଭାଗ୍ୟ ଉତ୍ପନ୍ନ ହୋଇଥାଏ । ସିନ୍ଦୁର କାହାକୁ ଦିଅନ୍ତୁ ନାହିଁ କିମ୍ବା କାହା ଠାରୁ ନିଅନ୍ତୁ ନାହିଁ । ନଚେତ ଏହି କାରଣରୁ ଆପଣଙ୍କ ସ୍ୱାମୀଙ୍କ ଉପରେ ବିପଦ ଆସିପାରେ ।

ବିବାହିତା ମହିଳା କେବେବି ସିନ୍ଦୁରକୁ ଓଢଣା ପଛରେ ଲୁଚାଇବା ଉଚିତ ନୁହେଁ । ଏହାଦ୍ବାରା ଦୁର୍ଭାଗ୍ୟ ଆସିଥାଏ । ସିନ୍ଦୁର ସିଂଥିରେ ସର୍ବଦା ଲମ୍ବା ଏବଂ ଦେଖା ଯାଉଥିବା ଭଳି ଲଗାଇବା ଉଚିତ । ଏହାଦ୍ବାରା ଦେବଦେବୀଙ୍କ କୃପା ମିଳିଥାଏ ଏବଂ ଖାସକରି ମାତା ପାର୍ବତୀ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ସିନ୍ଦୁର ସର୍ବଦା ନିଜେ ହାତରେ କିମ୍ବା ସ୍ୱାମୀଙ୍କ ହାତରୁ ଲଗାନ୍ତୁ ।

ସିନ୍ଦୁର ତଳେ ପଡ଼ିବା ମଧ୍ୟ ଅଶୁଭ ହୋଇଥାଏ । ତେଣୁ ସିନ୍ଦୁରକୁ ସର୍ବଦା ସାବଧାନରେ ରଖନ୍ତୁ । ଯଦି ସିନ୍ଦୁର ତଳେ ପଡ଼ି ଯାଉଛି ତେବେ ମାତା ପାର୍ବତୀଙ୍କୁ ତୁରନ୍ତ କ୍ଷମା ମାଗି ସିନ୍ଦୁରକୁ ଉଠାଇ କୌଣସି ଗଛ ତଳେ ରଖି ଦିଅନ୍ତୁ । ଏହାଦ୍ବାରା ମାତା ପାର୍ବତୀ ଆଉ କ୍ରୋଧିତ ହେବେ ନାହିଁ । ନିଜ ସ୍ୱାମୀ ବ୍ୟତୀତ ଅନ୍ୟ କାହାରି ସାମ୍ନାରେ ସିନ୍ଦୁର ଲଗାନ୍ତୁ ନାହିଁ । ତେଣୁ ଉତ୍ତମ ହେବ ଓଢଣା ଟାଣି ମଥାରେ ସିନ୍ଦୁର ଲଗାନ୍ତୁ ।

ସିନ୍ଦୁର ଲଗାଇବା ସମୟରେ ଯଦି ନାକରେ ପଡ଼ିଯାଏ ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ଦର୍ଶାଇ ଥାଏ । କେମିକାଲ ସିନ୍ଦୁର ଠାରୁ ଦୁରେଇ ରୁହନ୍ତୁ । ଶାସ୍ତ୍ର ଅନୁଯାୟୀ ମହିଳା ମାନେ ସର୍ବଦା ନାକ ସିଧାରେ ସିଂଥୀରେ ସିନ୍ଦୁର ଲଗାଇବା ଉଚିତ । ଯଦି ମଥାରେ ଏଣେତେଣେ ଲଗାନ୍ତି ତେବେ ଦୁର୍ଭାଗ୍ୟ ଉତ୍ପନ୍ନ ହୋଇଥାଏ । ଏହାଦ୍ବାରା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *