Excuse Me Odisha

ଯାହା କହିବୁ ସତ କହିବୁ

B ନାମର ବ୍ୟକ୍ତିଙ୍କ ସ୍ୱଭାବ ହୋଇଥାଏ ଏଭଳି । ପ୍ରେମରେ ମିଳିଥାଏ ସଫଳତା :-

ସେୟାର୍ କରନ୍ତୁ

ପ୍ରତ୍ୟେକ ବ୍ୟକ୍ତିର ନାମର ଏକ ବିଶେଷ ମହତ୍ତ୍ୱ ରହିଥାଏ । ପ୍ରତ୍ୟେକ ବ୍ୟକ୍ତିର ନାମ ସେହି ବ୍ୟକ୍ତିର ଜୀବନରେ ଏକ ବିଶେଷ ପ୍ରଭାବ ମଧ୍ୟ ପକାଇ ଥାଏ । ବ୍ୟକ୍ତିର ନାମ ଅନୁଯାୟୀ ତାର ସ୍ଵଭାବ ମଧ୍ୟ ରହିଥାଏ । ତେବେ ଆଜିକାର ଏହି ଲେଖାରେ ଆମେ B ନାମର ବ୍ୟକ୍ତି ମାନେ କିପରି ହୋଇଥାନ୍ତି , ତେବେ ତାହା ପାଠ ପଢ଼ା ହେଉ , ପ୍ରେମ ସମ୍ପର୍କ ହେଉ , ବୈବାହିକ ସମ୍ପର୍କ ହେଉ , ସ୍ୱଭାହ ହେଉ , ଚାକିରୀ ହେଉ କିମ୍ବା ବ୍ୟବସାୟ ହେଉ । ଏସବୁ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷରରୁ ହିଁ ସେହି ବ୍ୟକ୍ତି ବିଷୟରେ ଅନେକ କିଛି ଜାଣିହୁଏ । ତେବେ ଚାଲନ୍ତୁ ଜାଣିନେବା ।

B ନାମର ବ୍ୟକ୍ତି ଅତ୍ୟନ୍ତ ସରଳ ଏବଂ ସାଧାରଣ ହୋଇଥାନ୍ତି । ଏମାନେ ଏତେ ସରଳ ହୋଇଥାନ୍ତି ଯେ ଏମାନଙ୍କ ସରଳତାର ସମସ୍ତେ ଫାଇଦା ଉଠାଇଥାନ୍ତି । ଏମାନଙ୍କ ମଧ୍ୟରେ ସହଯୋଗର ଭାବନା ମଧ୍ୟ ଅଧିକ ଥାଏ । ଏମାନେ ଅନ୍ୟର ଖୁସି ପାଇଁ ନିଜର ଖୁସିକୁ ମଧ୍ୟ ତ୍ୟାଗ କରି ଦିଅନ୍ତି । ଯେଉଁ ବ୍ୟକ୍ତିଙ୍କ ନାମ B ଅକ୍ଷରରୁ ହୋଇଥାଏ ସେମାନେ ସାଧରଣତଃ ଅନ୍ତର୍ମୁଖୀ ହୋଇଥାନ୍ତି ।

ଏମାନେ ଖୋଲାଖୋଲି ନିଜ କଥାକୁ କାହାକୁ କହନ୍ତି ନାହିଁ । ଅଧିକାଂଶ ବିଚାରକୁ ଏମାନେ ନିଜ ପର୍ଯ୍ୟନ୍ତ ହିଁ ସୀମିତ ରଖନ୍ତି । ଏହା ସହିତ ଏହି ନାମର ଲୋକ ସମସ୍ୟାରେ ପଡ଼ିବା ଠାରୁ ଦୂରେଇ ରହନ୍ତି ଏବଂ ବିବାଦ ଠାରୁ ଦୂରରେ ରହିବା ପସନ୍ଦ କରନ୍ତି ।

ଏହି ନାମର ବ୍ୟକ୍ତି ଖୁବ ଶାନ୍ତ ହୋଇଥାନ୍ତି । ମାତ୍ର ଏମାନେ ଯଦି କ୍ରୋଧିତ ହୁଅନ୍ତି ତେବେ ତାଙ୍କ ସାମ୍ନା କେହି କରି ପାରନ୍ତି ନାହିଁ । ଅର୍ଥାତ ଏମାନଙ୍କ ରାଗିବା ନିଜ ମୋଡ଼ ଉପରେ ନିର୍ଭର କରିଥାଏ । ମାତ୍ର ଏମାନେ ଖୁବ ଶାନ୍ତ ହୋଇଥାନ୍ତି , ଯେଉଁ କାରଣରୁ ଏମାନଙ୍କୁ ମନେଇବା ସହଜ ହୋଇଥାଏ । ଏପରି ଲୋକେ ଖୁବ ଶୀଘ୍ର କାହା ଉପରେ ବି ବିଶ୍ୱାସ କରନ୍ତି ନାହିଁ । ଏମାନେ ସମାଜରେ ସମ୍ମାନ ପାଇବାକୁ ଅଧିକ ଇଚ୍ଛା କରନ୍ତି । ବ୍ୟକ୍ତିଙ୍କ ରାଶି ଅନୁଯାୟୀ ହିଁ ତାର ନାମକରଣ କରଯାଇଥାଏ । ସାଧାରଣତଃ ଜନ୍ମ ସମୟରେ ଗ୍ରହ ମାନଙ୍କର ଚଳନ ଅନୁଯାୟୀ ହିଁ ଜଣେ ବ୍ୟକ୍ତିର ରାଶି ନିର୍ଦ୍ଧାରିତ ହୋଇଥାଏ ।

B ଅକ୍ଷରରେ ଆରମ୍ଭ ହେଉଥିବା ନାମର ବ୍ୟକ୍ତିଙ୍କ ସ୍ୱଭାବ ଅତ୍ୟନ୍ତ ଭଲ ହୋଇଥାଏ । ଏହାସହିତ ଏହି ବ୍ୟକ୍ତି ମାନେ ଅନ୍ୟ ସହିତ ପ୍ରେମ ଏବଂ ସ୍ନେହର ଭାବନା ରଖିଥାନ୍ତି । ଏମାନେ ଅନ୍ୟର ଭାବନା ପ୍ରତି ସବୁବେଳେ ଯତ୍ନଶୀଳ ରହନ୍ତି । ଏମାନେ ଅନ୍ୟକୁ ଖୁସିରେ ରଖିବା ପାଇଁ କିଛିବି କରିଥାନ୍ତି । ନିଜର ଘର ପରିବାରରେ ସମସ୍ତଙ୍କୁ ସମ୍ମାନ କରିଥାନ୍ତି ।

ଯାହାଦ୍ୱାରା ଏମାନଙ୍କୁ ନିଜ ଘର ପରିବାର ପକ୍ଷରୁ ମାନ ସମ୍ମାନ ପ୍ରାପ୍ତ ହୋଇଥାଏ । ନିଜଠାରୁ କମ ବୟସର ଲୋକଙ୍କ ସହିତ ମଧ୍ୟ ଏମାନେ ଭଲ ବ୍ୟବହାର କରିଥାନ୍ତି । ଏହି ନାମର ବ୍ୟକ୍ତି ଅନେକଥର ଧୋକାର ଶିକାର ହୋଇଥାନ୍ତି । ଏପରି ହେବାର ସବୁଠାରୁ ବଡ଼ କାରଣ ହେଉଛି ଏମାନଙ୍କ ସରଳତା ଏବଂ ଲୋକଙ୍କ ଉପରେ ଯଲଦି ବିଶ୍ୱାସ ଭରସା କରିବାର ଗୁଣ । ଯେଉଁ କାରଣରୁ ଏମାନେ ଅସୁବିଧାରେ ପଡ଼ନ୍ତି ।

ତେଣୁ ଏମାନଙ୍କୁ ସେଥି ପ୍ରତି ଧ୍ୟାନ ଦେବାକୁ ପଡ଼ିବ । B ନାମର ଲୋକ ଅତ୍ୟନ୍ତ ସାହସୀ ହୋଇଥାନ୍ତି । ତେଣୁ ଏମାନେ ସେହି ଜିନିଷର ନିଜର କ୍ୟାରିଅର ଗଢ଼ିଥାନ୍ତି , ଯେଉଁଥିରେ ଭୟ ଆଶଙ୍କା ଥାଏ । ସେଥିପାଇଁ ଏହି ନାମର ବ୍ୟକ୍ତିଙ୍କୁ ପ୍ରାୟ ସେନା କିମ୍ବା ପୋଲିସରେ ଦେଖା ଯାଇଥାଏ । ଏମାନେ ଖୁବ ପରିଶ୍ରମୀ ମଧ୍ୟ ହୋଇଥାନ୍ତି । ଏମାନଙ୍କ ପାଖରେ ଅଧିକ ଟଙ୍କା ମଧ୍ୟ ରହିଥାଏ । ଏମାନେ ଅନେକ କଥାକୁ ବଢ଼େଇ ଚଢ଼େଇ କହିଥାନ୍ତି , ଯେଉଁ କାରଣରୁ ଏମାନଙ୍କ ସାଙ୍ଗ ସଂଖ୍ୟା କମ ଥାଏ । ଏମାନେ ନିଜ କାମ ପ୍ରତି ଅତ୍ୟନ୍ତ ସଚ୍ଚା ହୋଇଥାନ୍ତି ଏବଂ କ୍ୟାରିଅରରେ ସଫଳତା ମଧ୍ୟ ଲାଭ କରିଥାନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *