Excuse Me Odisha

ଯାହା କହିବୁ ସତ କହିବୁ

ନୂଆବର୍ଷରେ ପର୍ସରୁ କାଢି ଦିଅନ୍ତୁ ଏହି ଖାସ ଜିନିଷ, ଧନସମ୍ପତ୍ତିରେ ହେବ ବୃଦ୍ଧି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ନୂଆବର୍ଷ ଉପଲକ୍ଷେ ଆପଣଙ୍କୁ ହାର୍ଦିକ ଶୁଭେଛା ଓ ଶୁଭକାମନା। ନୂଆବର୍ଷର ଆରମ୍ଭରେ ସମସ୍ତେ ଚାହିଁ ଥାଆନ୍ତି କି, ତାଙ୍କ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହେବା ସହିତ ସମସ୍ତ ଦୁଃଖ ଦୂର ହୋଇଯାଉ। ଯଦି ଆପଣଙ୍କ ପାଖରେ ଅର୍ଥ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ରହୁ ନାହିଁ, ତାହେଲେ ଆଜି ଆମେ ଆପଣଙ୍କୁ ଧନ ବୃଦ୍ଧି ହେବାର କିଛି ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ।

ବାସ୍ତୁ ଶାସ୍ତ୍ର ଅନୁସାରେ ପର୍ସରେ କିଛି ଏଭଳି ଜିନିଷ ରହିବା ଦ୍ଵାରା ନକାରାତ୍ମକ ପ୍ରଭାବ ପଡିବା ସହିତ ଧନ ହାନୀ ହୋଇଥାଏ। ତେଣୁ ଆପଣ ନୂଆବର୍ଷର ଆରମ୍ଭରେ ସେହି ଜିନିଷ ଗୁଡ଼ିକୁ ହଟାଇ ଦେବା ଦ୍ଵାରା ଆପଣଙ୍କ ପାଖରେ ଅର୍ଥ ସର୍ବଦା ତିଷ୍ଠି ରହିବ। ଏହାସହିତ ଦେବୀ ଲକ୍ଷ୍ମୀଙ୍କର କୃପା ସର୍ବଦା ଆପଣଙ୍କ ଉପରେ ରହିବ। ତେବେ ଆସନ୍ତୁ ଜାଣିବା ପର୍ସରେ କେଉଁ ଜିନିଷ ରଖିଲେ ନକାରାତ୍ମକ ପ୍ରଭାବ ପଡିଥାଏ ଏବଂ ଧନ ହାନୀ ହୋଇଥାଏ।

– ପର୍ସରେ କେବେବି ତୀକ୍ଷ୍ଣ ଓ ଧାରୁଆ ଜିନିଷ ବା ଲୁହା ଜିନିଷ ଆଦି ରଖିବା ଉଚିତ ନୁହେଁ। ଯେପରି ଛୁରୀ, ଲୁହା କଣ୍ଟା ଇତ୍ୟାଦି। ଏହା ଆପଣଙ୍କ ଆର୍ଥିକ ସ୍ଥିତି ଓ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇ ଥାଏ।ଯାହାଫଳରେ ଘରକୁ ଦାରିଦ୍ର୍ୟତା ଗ୍ରାସ କରିଥାଏ।

– ପର୍ସରେ କେବେବି ପୁରୁଣା ରସିଦ ଓ ବିଲ ଆଦି ରଖିବା ଉଚିତ ନୁହେଁ। ଏହାସହିତ ଅଯଥା କାଗଜପତ୍ର ଆଦି ରଖିବା ଉଚିତ ନୁହେଁ। ନଚେତ ରାହୁ ଦୋଷ ଲାଗିବାର ସମ୍ଭାବନା ରହିଥାଏ। ତେଣୁ ନୂଆବର୍ଷରେ ଆପଣ ନିଜ ପର୍ସରୁ ଏହିସବୁ ଜିନିଷ ହଟାଇ ଦିଅନ୍ତୁ।

– ଆପଣ ନିଜ ପର୍ସରେ କେବେବି ନିଜ ପୂର୍ବପୁରୁଷ ବା ମୃତ ବ୍ୟକ୍ତିର ଫଟୋଚିତ୍ର ରଖନ୍ତୁ ନାହିଁ। ଏହା ଅତ୍ୟନ୍ତ ଅଶୁଭ ଅଟେ। ପର୍ସରେ କେବେବି ଭଗବାନଙ୍କ ଫଟୋ ମଧ୍ୟ ରଖିବା ଉଚିତ ନୁହେଁ। ଏହି କାରଣ ଯୋଗୁଁ ଆପଣଙ୍କ ପାଖରେ ଅର୍ଥ ଅଧିକ ସମୟ ତିଷ୍ଠି ରହି ନଥାଏ। ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ।

– ପର୍ସକୁ ସର୍ବଦା ଭଲଭାବରେ ରଖିବା ଆବଶ୍ୟକ। କାରଣ ଏହା ଦେବୀ ଲକ୍ଷ୍ମୀଙ୍କର ବାସ ସ୍ଥାନ ଅଟେ। ଏହାକୁ ଭଲଭାବରେ ରଖିଲେ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ତାଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ସର୍ବଦା ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *