Excuse Me Odisha

ଯାହା କହିବୁ ସତ କହିବୁ

ସ୍ୱପ୍ନରେ ସ୍ତ୍ରୀଙ୍କୁ ଦେଖିବାର ଅର୍ଥ କଣ? ଜାଣନ୍ତୁ ସେହି ବିଷୟରେ ବିସ୍ତାର ରୂପରେ –

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ସ୍ୱପ୍ନରେ ମହିଳା ମାନଙ୍କୁ କେଉଁ ଅବସ୍ଥାରେ ଦେଖିଲେ କଣ ହୋଇଥାଏ। ସ୍ୱପ୍ନରେ ମହିଳା ମାନଙ୍କୁ ଖରାପ ଅବସ୍ଥାରେ ଦେଖିବା ଆପଣଙ୍କ ଜୀବନର ସଂକଟର କାରଣ ହୋଇପାରେ। ତେଣୁ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଯଦି ଆପଣ ନିଜ ସ୍ୱପ୍ନରେ କୌଣସି ମହିଳାଙ୍କୁ ପରଦା ପଛରେ ରହିଥିବାର ଦେଖୁଛନ୍ତି, ତାହେଲେ ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି। ଯଦି ଆପଣଙ୍କ ସ୍ୱପ୍ନରେ ନିକଟତର ମହିଳା ବନ୍ଧୁ ବାରମ୍ବାର ଦେଖା ଯାଉଛନ୍ତି, ତାହେଲେ ବୁଝି ଯାଆନ୍ତୁ କି ଏହା ଆପଣଙ୍କର ମନର ଇଛାକୁ ଦର୍ଶାଉଛି। ଶାସ୍ତ୍ର ଅନୁସାରେ ଯେଉଁ ପୁରୁଷ ବ୍ୟକ୍ତିଙ୍କୁ ସ୍ବପ୍ନରେ କୌଣସି ମହିଳା ଦେଖା ଯାଇଥାନ୍ତି, ତାଙ୍କର ଭାଗ୍ୟୋଦୟ ଏବଂ ଭବିଷ୍ୟତ ଉଜ୍ଵଳମୟ ହୋଇଥାଏ।

ଯଦି ସ୍ୱପ୍ନରେ ଆପଣ କୌଣସି ମହିଳାଙ୍କ ବିବାହ ଦେଖୁଛନ୍ତି, ତାହେଲେ ବୁଝି ଯାଆନ୍ତୁ କି ଆପଣଙ୍କ ସୁଝର ଦିନ ପାଖେଇ ଆସୁଛି। ଏହାସହିତ ଧନ ବୃଦ୍ଧି ହେବାର ସଂକେତ ମିଳୁଛି। ଯଦି ଆପଣ ଶୋଇବା ପରେ ସ୍ୱପ୍ନରେ ଅପସରା ଦେଖୁଛନ୍ତି, ତାହେଲେ ଏହା ଅତ୍ୟନ୍ତ ଶୁଭ ସଂକେତ ଅଟେ। ଆପଣଙ୍କୁ ଅତୁଲ୍ୟ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। କିନ୍ତୁ ଏହି ସ୍ବପ୍ନ ଆପଣ ଅନ୍ୟମାନଙ୍କ ସାମ୍ନାରେ କେବେବି ପ୍ରକାଶ କରନ୍ତୁ ନାହିଁ।

ଯଦି ଆପଣ ନିଜ ସ୍ୱପ୍ନରେ ବିଧବା ମହିଳା ବା କାନ୍ଦୁଥିବା ମହିଳା ମାନଙ୍କୁ ଦେଖନ୍ତୁ, ତାହେଲେ ବୁଝି ଯାଆନ୍ତୁ କି ଆପଣଙ୍କର କୌଣସି ପ୍ରକାରର ଅନିଷ୍ଟ ହେବାକୁ ଯାଉଛି। ଏହାସହିତ ଭୟଙ୍କର ରୋଗରେ ଆପଣ ପୀଡ଼ିତ ହୋଇ ପାରନ୍ତି। ସ୍ୱପ୍ନରେ କାନ୍ଦୁଥିବା ମହିଳାଙ୍କୁ ଦେଖିବା ବହୁତ ବଡ଼ ସଙ୍କଟ ମାଡି ଆସିବାର ସଂକେତ ଦେଇଥାଏ। କହିବାକୁ ଗଲେ ଖରାପ ସ୍ବପ୍ନ ଲୋକେ ପ୍ରାୟତଃ ଭୁଲି ଯାଇଥାନ୍ତି। କିନ୍ତୁ କିଛି ସ୍ବପ୍ନ ମନରେ ରହିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *