Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଘରେ ଝିଟିପିଟି ଦେଖୁଛନ୍ତି, ତାହେଲେ ତୁରନ୍ତ କରନ୍ତୁ ଏହି ଖାସ ଉପାୟ। ଆପଣଙ୍କର ସମସ୍ତ ମନସ୍କାମନା ହେବ ପୂରଣ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ ଧନର ଆଗମନ ଓ ଧନ କ୍ଷୟ ହେବାର ସଂକେତ ବିଷୟରେ କହିବାକୁ ଯାଉଛୁ। ଏହି ସଂକେତ ଆପଣ ଝିଟିପିଟି ଦେଖିଲେ ପାଇ ପାରନ୍ତି। ଏହାସହିତ ଘରେ ଝିଟିପିଟି ଦେଖିଲେ ତା ଉପରେ କେଉଁ ଜିନିଷ ପକାଇଲେ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହେବେ, ସେହି ବିଷୟରେ ଆସନ୍ତୁ ବିସ୍ତାର ରୂପରେ ଜାଣିବା।

ଘରେ ଝିଟିପିଟି ଦେଖିବା ଏକ ସାଧାରଣ କଥା। ଝିଟିପିଟିକୁ ଗୋଟେ ସାଧାରଣ ଜୀବ ଭାବରେ ବିବେଚନା କରାଯାଇଛି। କିନ୍ତୁ ମନୁଷ୍ୟ ଓ ପ୍ରକୃତି ମଧ୍ୟରେ ଖାସ ତାରତମ୍ୟ ରହିଛି। ଶାସ୍ତ୍ରରେ ଝିଟିପିଟିକୁ ଦେଖିବା ବା ତାର ଗତିବିଧି ବିଷୟରେ ବିସ୍ତାର ରୂପରେ ସୂଚନା ଦିଆଯାଇଛି। ଶକୁନ ଶାସ୍ତ୍ର ଅନୁସାରେ ଝିଟିପିଟି ଭୂମିରେ ପଡ଼ି ରହିଥିବାର ଦେଖିବା ବା ଶରୀରରେ ପଡ଼ିବା ଭବିଷ୍ୟତ ପାଇଁ ଶୁଭ ବା ଅଶୁଭ ସଂକେତ ଦେଇଥାଏ।

ଆପଣ ଏହି କଥା ଶୁଣି ଥିବେ କି, ଦୀପାବଳି ଦିନ ଘରେ ଝିଟିପିଟି ଦେଖିଲେ ଶୁଭ ହୋଇଥାଏ। ମାନା ଯାଇଥାଏ କି, ଏହିଦିନ ଆପଣଙ୍କ ଉପରେ ଝିଟିପିଟି ପଡ଼ିଲେ, ବର୍ଷ ସାରା ଆପଣଙ୍କର କେବେବି ଆର୍ଥିକ ଅଭାବ ରହି ନଥାଏ। ଝିଟିପିଟିକୁ ନେଇ କିଛି ଖାସ ଉପାୟ କଲେ ଆପଣ ନିଜ ଭାଗ୍ୟ ବଦଳାଇ ପାରିବେ ଏବଂ ଆପଣଙ୍କ ପ୍ରଗତିର ମାର୍ଗ ଖୋଲିଯିବ। ଯଦି ଆପଣ ଘରେ ଝିଟିପିଟି ଦେଖୁଛନ୍ତି, ଠାକୁର ଘରୁ ଚାଉଳ ଓ ସିନ୍ଦୂର ଆଣି ଝିଟିପିଟି ଉପରେ ପକାଇ ଦିଅନ୍ତୁ।

ଯଦି ଆପଣ କେବେବି ମରି ଯାଇଥିବା ଝିଟିପିଟି ଦେଖୁଛନ୍ତି ତାହେଲେ ତୁରନ୍ତ ସେହି ଝିଟିପିଟିକୁ ଗାତ ଖୋଳି ପୋତି ଦିଅନ୍ତୁ। ଏହାଦ୍ବାରା ଆପଣଙ୍କ ପରିବାର ଉପରେ ଆସୁଥିବା ବିପଦ ଟଳି ଯିବ। ଆପଣ ଖାଦ୍ୟ ଖାଉଥିବା ସମୟରେ ଯଦି ଝିଟିପିଟିର ଶବ୍ଦ ଶୁଣୁଛନ୍ତି, ତାହେଲେ ବୁଝି ଯାଆନ୍ତୁ କି, ଆପଣଙ୍କୁ ଆର୍ଥିକ ଲାଭ ପ୍ରାପ୍ତ ହେବାର ସଂକେତ ମିଳୁଛି। ଯଦି ଆପଣ ନିଜ ସ୍ୱପ୍ନରେ ମରି ଯାଇଥିବା ଝିଟିପିଟି ଦେଖୁଛନ୍ତି, ତାହେଲେ ବୁଝି ଯାଆନ୍ତୁ କି ଆପଣଙ୍କ ଜୀବନରେ ବହୁତ ବଡ଼ ସଙ୍କଟ ଆସିପାରେ।

ଆପଣ କୌଣସି କାର୍ଯ୍ୟରେ ବାହାରକୁ ଯିବା ସମୟରେ ଯଦି ଦୁଇଟି ଝିଟିପିଟି କଳି ଲାଗୁଥିବାର ଆପଣ ଦେଖନ୍ତି, ତାହେଲେ ଆପଣଙ୍କ କାର୍ଯ୍ୟ ସଫଳ ହୋଇ ନପାରେ। ତେଣୁ ଆପଣଙ୍କୁ କଠିନ ପରିଶ୍ରମ କରିବା ଆବଶ୍ୟକ। ଝିଟିପିଟି ଆପଣଙ୍କ ଡାହାଣ କାନ୍ଧ ଉପରେ ପଡ଼ିଲେ, ଧନଲାଭ ହୋଇଥାଏ ଏବଂ ବାମ କାନ୍ଧରେ ପଡିଲେ ଆୟୁଷ ବୃଦ୍ଧି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *