Excuse Me Odisha

ଯାହା କହିବୁ ସତ କହିବୁ

ରାତିରେ ସ୍ୱପ୍ନରେ ଏହି ସାପ ଆସିଲେ ଆସିଥାଏ ଖରାପ ଦିନ , କୋଟିପତି ବି ହୋଇଯାଏ ଦରିଦ୍ର । ଜାଣି ନିଅନ୍ତୁ :-

ସେୟାର୍ କରନ୍ତୁ

ସ୍ୱପ୍ନରେ ଏକ ବିଶେଷ ରଙ୍ଗର ସାପ ଦେଖାଗଲେ ବ୍ୟକ୍ତିର ଭାଗ୍ୟ ବଦଳିଯାଏ । ମାତ୍ର ଏହି ବିଶେଷ ଧରଣର ସାପ ଆପଣଙ୍କ ସ୍ୱପ୍ନରେ ବାରମ୍ବାର ଆସିଲେ ଆପଣଙ୍କ ଲୋମ ଟାଙ୍କୁରି ଯାଇପାରେ ଏବଂ ଆପଣ ବର୍ବାଦ ହୋଇ ପାରନ୍ତି । ଶାସ୍ତ୍ରରେ ସ୍ୱପ୍ନ ବିଷୟରେ ଅଧ୍ୟୟନ କରି ସ୍ୱପ୍ନ ଦ୍ୱାରା ବାସ୍ତବ ଜୀବନ ଉପରେ ପଡୁଥିବା ପ୍ରଭାବ ବିଷୟରେ ବର୍ଣ୍ଣନା କରାଯାଇଛି । ସ୍ବପ୍ନରୁ ମିଳୁଥିବା ସଂକେତ ଦ୍ୱାରା ମନୁଷ୍ୟର ଆଗାମୀ ଜୀବନ ପରିଚାଳିତ ହୋଇଥାଏ । ସ୍ୱପ୍ନର ସଙ୍କେତ ଦ୍ୱାରା ମନୁଷ୍ୟର ଭାଗ୍ୟ ଦୁର୍ଭାଗ୍ୟ ମଧ୍ୟ ବଦଳି ଥାଏ । ସ୍ବପ୍ନର ଦୁନିଆ ଏକ ରାହସ୍ୟମୟୀ ଦୁନିଆ ଅଟେ । ଅନେକ ସମୟରେ ସ୍ୱପ୍ନ ସତ ମଧ୍ୟ ହୋଇଥାଏ ।

ଏକ ବିଶେଷ ରଙ୍ଗର ସାପ ଆପଣଙ୍କ ସ୍ୱପ୍ନରେ ଆସିଲେ ଆପଣ ରାଜା ହୋଇ ପାରନ୍ତି କିମ୍ବା ବର୍ବାଦ ମଧ୍ୟ ହୋଇ ପାରନ୍ତି । ସାପର ଏହି ସ୍ୱପ୍ନ ଅତ୍ୟନ୍ତ ଭୟଙ୍କର ହୋଇଥାଏ । ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ସ୍ୱପ୍ନରେ ବାରମ୍ବାର ସାପ ଆସିବା ଆଦୋୖ ଭଲ ହୋଇ ନଥାଏ । ସ୍ୱପ୍ନରେ ବାରମ୍ବାର ସାପ ଆସିବା ଏବଂ ଆପଣଙ୍କୁ କାମୁଡ଼ିବା ମୃତ୍ୟୁ ଦିଗରେ ସୂଚନା ଦେଇଥାଏ । ଏହା ଆପଣଙ୍କ ବର୍ବାଦିର ସଙ୍କେତ ମଧ୍ୟ ମାନା ଯାଇଥାଏ । ତେଣୁ ଏମିତିରେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବା ଏବଂ ଭୟଙ୍କର ରୋଗ ଆସିବା ଆପଣଙ୍କ ବର୍ବାଦି ଦିଗରେ ଇଙ୍ଗିତ କରିଥାଏ ।

ଯଦି ବାରମ୍ବାର ଆପଣଙ୍କ ସ୍ୱପ୍ନରେ ସାପ ଆସୁଛି ଏବଂ ସ୍ୱପ୍ନରେ ଆପଣ ସାପ ସହିତ ନିଜର କିଛି ଅଘଟଣ ଦେଖୁଛନ୍ତି ତେବେ ପ୍ରତ୍ୟେକ ସୋମବାର କିମ୍ବା ସବୁଦିନ ଶିବଲିଙ୍ଗରେ ଜଳ ଚଢ଼ାଇ ଦିଅନ୍ତୁ । ଏହାବ୍ୟତୀତ ଘର ବାହାରେ ଏକ ଏକାନ୍ତ ସ୍ଥାନରେ ମାଟି ପାତ୍ରରେ ନାଗ ରାଜଙ୍କ ପାଇଁ କ୍ଷୀର ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ନାଗରାଜ ଆପଣଙ୍କୁ ଆଉ ହଇରାଣ କରିବେ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କ ସମସ୍ୟା ସୁଧୁରି ଯିବା ସହିତ ଆପଣଙ୍କ ଭାଗ୍ୟ ମଧ୍ୟ ବଦଳି ଯାଏ । ଏହାଦ୍ବାରା ଆପଣଙ୍କ ଜାତକରେ ଥିବା ସମସ୍ୟା ମଧ୍ୟ ଠିକ ହୋଇଯାଏ ।

ଯଦି ଆପଣଙ୍କ ସ୍ୱପ୍ନରେ ସାପ ଆସିବା କମିଯାଏ ତେବେ ଏହାର ଅର୍ଥ ଆପଣଙ୍କ ଜାତକ ଜାଗ୍ରତ ରହିଛି । ଏହାର ଅର୍ଥ ଆପଣଙ୍କ ସହିତ କିଛି ଭଲ ଘଟିବାକୁ ଯାଉଛି । ସ୍ୱପ୍ନରେ ନାଗ ନାଗୁଣୀ ଯୋଡ଼ିକୁ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ଆପଣ ସ୍ୱପ୍ନରେ ସାପ ଅନ୍ୟ କେହି ବ୍ୟକ୍ତିକୁ କାମୁଡ଼ି ଦେଉ ଥିବାର ଦେଖୁଛନ୍ତି ତେବେ ଏହା ଅଶୁଭ ହୋଇଥାଏ । କୌଣସି ମନ୍ଦିରରେ ସାପକୁ ଦେଖିବା ମଙ୍ଗଳକାରୀ ମାନା ଯାଇଥାଏ । ଶିବ ଲିଙ୍ଗରେ ଗୁଡ଼ାଇ ରହିଥିବା ସାପ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ମହାଦେବ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ଏବଂ ଆପଣଙ୍କ ମନସ୍କାମନା ବହୁତ ଜଲଦି ପୂରଣ ହେବାକୁ ଯାଉଛି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *